ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: କେଉଁଥିପାଇଁ ବାଦ୍ ପଡିଲେ ଏହି ୫ ଷ୍ଟାର ଖେଳାଳି?​​​​​​​

  1. Home
  2. T20 Cricket

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: କେଉଁଥିପାଇଁ ବାଦ୍ ପଡିଲେ ଏହି ୫ ଷ୍ଟାର ଖେଳାଳି?​​​​​​​


ବିସିସିଆଇ ଶନିବାର ଦିନ ଇଂଲଣ୍ଡ ବିପକ୍ଷ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଜାନୁଆରୀ ୨୨ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଥିବା ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ସୂର୍ଯ୍ୟକୁମାର ଯାଦବ ୧୫ ଜଣିଆ ଦଳର ଅଧିନାୟକ ହେବେ। ଦଳରେ ୫ ଟି ବଡ ମ୍ୟାଚ୍ ବିଜେତାଙ୍କୁ ନ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଆସନ୍ତୁ ଜାଣିବା ସେହି ୫ ନାମ କିଏ ଏବଂ ସେମାନେ କାହିଁକି ମନୋନୀତ ହୋଇନାହାଁନ୍ତି।

Jaiswal

୧. ଯଶସ୍ୱୀ ଜୟସୱାଲ୍:- ଇଂଲଣ୍ଡ ବିପକ୍ଷ ଏହି ସିରିଜ ପାଇଁ ଷ୍ଟାର ଓପନର୍ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସୱାଲଙ୍କୁ ଚୟନ କରାଯାଇ ନାହିଁ। ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ସେ ଟିମ୍ ଇଣ୍ଡିଆର ଅଂଶ ରହିଥିଲେ, ଯେଉଁଠାରେ ସେ ସମସ୍ତ ୫ ଟି ମ୍ୟାଚ୍ ଖେଳିଥିଲେ। ଯେଉଁଥିପାଇଁ ତାଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି। ତାଙ୍କୁ ଏକଦିବସୀୟ ସିରିଜ୍ ଏବଂ ଚାମ୍ପିଅନ୍ସ ଟ୍ରଫି ଦଳରେ ସ୍ଥାନ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।

Bumrah

୨. ଜସପ୍ରିତ୍ ବୁମରା:- ଏହି ସିରିଜରୁ ଟିମ୍ ଇଣ୍ଡିଆର ସବୁଠୁ ବଡ ମ୍ୟାଚ୍ ଜିତିବିଜେତା ଥିବା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟରେ ବୁମରା ଆହତ ହୋଇଥିଲେ। ଭାରତୀୟ ଦଳ ୧୯ ଫେବୃଆରୀରୁ ଚାମ୍ପିଅନ୍ସ ଟ୍ରଫି ଖେଳିବ।  ଏପରି ପରିସ୍ଥିତିରେ, ଚୟନକର୍ତ୍ତାମାନେ ତାଙ୍କ ସହିତ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି। ଆଶା କରାଯାଉଛି ଯେ ବୁମ୍ରା ଚାମ୍ପିଅନ୍ସ ଟ୍ରଫିରେ ସମ୍ପୂର୍ଣ୍ଣ ଫିଟ୍ ହୋଇ ଦଳକୁ ଫେରିବେ।

Gill

୩. ଶୁଭମାନ ଗିଲ୍:- ଷ୍ଟାର ଇଣ୍ଡିଆନ୍ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ମଧ୍ୟ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଦଳରେ ନାହାଁନ୍ତି।  ତେବେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସିୟ ସିରିଜ୍ ପାଇଁ ତାଙ୍କୁ ଦଳରେ ସାମିଲ କରାଯିବାର ଯଥେଷ୍ଟ ସମସ୍ତ ସମ୍ଭାବନା ରହିଛି। ଚାମ୍ପିଅନ୍ସ ଟ୍ରଫି ଦଳରେ ଗିଲଙ୍କ ସ୍ଥାନ ପ୍ରାୟ ନିଶ୍ଚିତ ଅଟେ। ଏକଦିବସିୟ ଫର୍ମାଟରେ ଗିଲ୍ ତାଙ୍କ କ୍ୟାରିଅର୍ ପାଇଁ ଏକ ଭଲ ଆରମ୍ଭ କରିଛନ୍ତି। 

Pant

୪. ଋଷବ ପନ୍ତ:- ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ତାଙ୍କର ଫିଟନେସ୍ ଏବଂ କାର୍ଯ୍ୟଭାର ନିୟନ୍ତ୍ରଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସଞ୍ଜୁ ସାମସନଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଦଳରେ ସାମିଲ କରାଯାଇଛି।  ୱିକେଟ୍ କିପର ଭାବରେ ଧ୍ରୁଭ ଜୁରେଲ ଅନ୍ୟ ଏକ ବିକଳ୍ପ ଅଟନ୍ତି। ପନ୍ତ ଚାମ୍ପିଅନ୍ସ ଟ୍ରଫି ଦଳର ଅଂଶ ରହିବା ପ୍ରାୟ ନିଶ୍ଚିତ ଅଟେ।

Siraj

୫. ମହମ୍ମଦ ସିରାଜ:- ଟି-୨୦ ସିରିଜ୍ ପାଇଁ ଘୋଷିତ ଦଳରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ତାଙ୍କର ଫିଟନେସକୁ ଧ୍ୟାନରେ ରଖି ଚୟନକର୍ତ୍ତାମାନେ ଏହି ବଡ ପଦକ୍ଷେପ ନେଇଛନ୍ତି। ବୁମରା ଏବଂ ସିରାଜ, ଏହି ଉଭୟ ବୋଲରମାନେ ବର୍ଡର ଗାଭାସ୍କର ଟ୍ରଫିରେ ଦଳର ଦ୍ରୁତ ବୋଲିଂର ନେତୃତ୍ୱ ବହନ କରିଥିଲେ। ଚାମ୍ପିଅନ୍ସ ଟ୍ରଫି ପାଇଁ କୌଣସି ବିପଦ ନ ନେଇ ବୋର୍ଡ ତାଙ୍କୁ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛି।

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ:- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ(ୱିକେଟ୍ ରକ୍ଷକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତୀଶ କୁମାର ରେଡ୍ଡୀ, ଅକ୍ସର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର, ଧ୍ରୁଭ ଜୁରେଲ (ୱିକେଟ୍ ରକ୍ଷକ)।