ସାମିଲ ହେଲେ ନୂଆ ଖେଳାଳି! ଏପରି ରହିବ ତୃତୀୟ ଟି-୨୦ ପାଇଁ ଚୂଡାନ୍ତ ଏକାଦଶ….
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୮ ମଙ୍ଗଳବାର ଦିନ ସନ୍ଧ୍ୟା ୭.୦୦ ରୁ ଖେଳାଯିବ। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଏହି ଟି-୨୦ ମ୍ୟାଚ୍ ରାଜକୋଟରେ ଖେଳାଯିବ, ଯେଉଁଠାରେ ସାଧାରଣତଃ ବଡ଼ ସ୍କୋର ହୋଇଥାଏ। କ୍ରମାଗତ ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ଭାରତ ଟି-୨୦ ସିରିଜରେ ୨-୦ ରେ ଆଗୁଆ ରହିଛି। ତୃତୀୟ ଟି୨୦ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ। ଟିମ୍ ଇଣ୍ଡିଆରେ ଏକରୁ ଅଧିକ ବିପଜ୍ଜନକ ଖେଳାଳି ଉପସ୍ଥିତ ଅଛନ୍ତି। ଆସନ୍ତୁ ଦେଖିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତର ଚୂଡାନ୍ତ ଏକାଦଶ କିପରି ରହିବ।
ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଇନିଂସ ଓପନ କରିବେ। ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କୁ ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେବାର ଦାୟିତ୍ୱ ରହିବ। ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟର ବିପଜ୍ଜନକ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରୁ ତିଲକ ବର୍ମା ଅନ୍ୟତମ। ତିଲକ ବର୍ମା ୫୮.୯୧ ଆଭରେଜରେ ୨୨ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ପାଇଁ ୭୦୭ ରନ୍ ସଂଗ୍ରହ କରିଛନ୍ତି। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ତିଲକ ବର୍ମା ୨ ଶତାକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ତିଲକ ବର୍ମା ୫୫ ବଲରେ ଅପରାଜିତ ୭୨ ରନ୍ ସଂଗ୍ରହ କରିଥିଲେ ଯେଉଁଥିରେ ୪ ଚୌକା ଓ ୫ ଛକା ସାମିଲ ରହିଥିଲା। ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ, ସେ ବିସ୍ଫୋରକ ବ୍ୟାଟିଂ ସହ ଶୀଘ୍ର ରନ୍ ସ୍କୋର କରି ପାରିବେ। ଯେ କୌଣସି ବୋଲରଙ୍କ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ସମ୍ମୁଖରେ ବୋଲିଂ କରିବା ଅତ୍ୟନ୍ତ କଷ୍ଟକର ରହିବ ନିଶ୍ଚିତ। ସୂର୍ଯ୍ୟକୁମାର ଯାଦବ ହେଉଛନ୍ତି ଭାରତର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଏବଂ ଇଂଲଣ୍ଡ ଦଳ ପାଇଁ ସବୁଠାରୁ ବଡ ବିପଦ ସାବ୍ୟସ୍ତ ହୋଇ ପାରନ୍ତି।
ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲରଙ୍କ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଅଟକାଇବା ଏବଂ ତାଙ୍କ ବିପକ୍ଷରେ ଫିଲ୍ଡ ସ୍ଥିର କରିବା ଅତ୍ୟନ୍ତ କଷ୍ଟକର ହେବ। ପଡ଼ିଆରେ ଯେକୌଣସି ସ୍ଥାନରେ ସଟ ଖେଳିବାର ଅତୁଳନୀୟ ପ୍ରତିଭା ସୁର୍ଯ୍ୟକୁମାର ଯାଦବଙ୍କ ପାଖରେ ରହିଛି। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିପାରିବେ। ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍, ବିପଜ୍ଜନକ ବୋଲର ଏବଂ ଚତୁର ଫିଲ୍ଡର। ହାର୍ଦ୍ଦିକ ପାଣ୍ଡ୍ୟା ସେହି ବିପଜ୍ଜନକ ଖେଳାଳିମାନଙ୍କ ମଧ୍ୟରୁ ଜଣେ, ଯିଏ କେବଳ ଗୋଟିଏ ଓଭରରେ ସମଗ୍ର ମ୍ୟାଚର ଫଳାଫଳ ବଦଳାଇ ପାରିବେ।
ଶିବମ୍ ଦୁବେଙ୍କ ପରି ଜଣେ ବଡ଼ ହିଟରଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ। ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଶିବାମ ଦୁବେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିପାରନ୍ତି। ଦ୍ରୁତ ବ୍ୟାଟିଂ ସହିତ ଶିବମ୍ ଦୁବେ ମଧ୍ୟମ ଗତିରେ ବୋଲିଂ କରନ୍ତି। ମଧ୍ୟମ ଓଭରରେ ଛକା ମାରିବା ଏବଂ ଡେଥ୍ ଓଭରରେ ଶୀଘ୍ର ରନ କରିବାରେ ଶିବମ ଦୁବେଙ୍କର ଉତ୍କୃଷ୍ଟ ପ୍ରତିଭା ରହିଛି। ଶିବମ୍ ଦୁବେ ଲମ୍ବା ଛକା ମାରିପାରନ୍ତି। ରିଙ୍କୁ ସିଂ ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଦୁବେଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ। ୱାଶିଂଟନ୍ ସୁନ୍ଦର ୭ ନମ୍ବରରେ ଫିନିଶର ଭୂମିକାରେ ଦେଖିବାକୁ ମିଳିପାରନ୍ତି। ୱାଶିଂଟନ୍ ଜଣେ ଭଲ ଅଫ୍ ସ୍ପିନ୍ ବୋଲର ଏବଂ ଜଣେ ଦକ୍ଷ ନିମ୍ନ ଅର୍ଡର ବ୍ୟାଟ୍ସମ୍ୟାନ୍ ମଧ୍ୟ। ଭାରତ ପାଇଁ ୫୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱାଶିଂଟନ୍ ସୁନ୍ଦର ଏପର୍ଯ୍ୟନ୍ତ ୪୮ ୱିକେଟ୍ ନେଇଛନ୍ତି। ଏହା ବ୍ୟତୀତ ୱାଶିଂଟନ୍ ସୁନ୍ଦର ୧୮୭ ରନ୍ ସଂଗ୍ରହ କରିଛନ୍ତି।
ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ଚୂଡାନ୍ତ ଏକାଦଶରେ ସ୍ପିନ୍ ବୋଲର ଭାବରେ ଅନ୍ତର୍ଭୁକ୍ତ ହେବେ। ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ ବଲ୍ ଏବଂ ବ୍ୟାଟ୍ ସହିତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଏଥି ସହିତ, ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ଚୂଡାନ୍ତ ଏକାଦଶରୁ ଲେଗ୍ ସ୍ପିନର ରବି ବିଷ୍ନୋଇଙ୍କୁ ବାଦ୍ ଦିଆଯାଇପାରେ। ସେହିପରି ଅର୍ଶଦୀପ ସିଂଙ୍କ ସହ ମହମ୍ମଦ ଶାମି ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶରେ ମନୋନୀତ ହୋଇପାରନ୍ତି। ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅର୍ଶଦୀପ ସିଂ ଏବଂ ମହମ୍ମଦ ଶାମି ବଡ଼ ବିପଦ ପ୍ରମାଣିତ ହେବେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ଦ୍ରୁତ ବୋଲର ଏବଂ ଶିବମ୍ ଦୁବେ ଚତୁର୍ଥ ଦ୍ରୁତ ବୋଲର ଭୂମିକାରେ ଖେଳିବେ।
ସମ୍ଭାବିତ ଚୂଡାନ୍ତ ଏକାଦଶ:- ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଅକ୍ସର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଏବଂ ମହମ୍ମଦ ଶାମି।