ବାଂଲାଦେଶ ବିପକ୍ଷରେ ସୁଯୋଗ ପାଇବେ ଏହି ୩ ଯୁବ ଖେଳାଳି! ସାବ୍ୟସ୍ତ ହୋଇପାରନ୍ତି ଆଗାମୀ ସୁପରଷ୍ଟାର୍….

  1. Home
  2. T20 Cricket

ବାଂଲାଦେଶ ବିପକ୍ଷରେ ସୁଯୋଗ ପାଇବେ ଏହି ୩ ଯୁବ ଖେଳାଳି! ସାବ୍ୟସ୍ତ ହୋଇପାରନ୍ତି ଆଗାମୀ ସୁପରଷ୍ଟାର୍….


ବାଂଲାଦେଶକୁ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ହରାଇବା ପରେ ଭାରତ ବର୍ତ୍ତମାନ ୩ ଟିକିଆ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବେ ନାହିଁ। ସେମାନେ ଟି-୨୦ ଫର୍ମାଟରୁ ଅବସର ନେଇ ସାରିଛନ୍ତି। ତେଣୁ, ଏହି ଟି-୨୦ ସିରିଜ ଯୁବ ଖେଳାଳି ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରୂପରେ ଉଭା ହୋଇପାରେ। ଏହି ସିରିଜରେ ତିନିଜଣ ଯୁବ ଖେଳାଳି ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି।

Mayank

୧. ମୟଙ୍କ ଯାଦବ:- ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି ସ୍ପିଡ଼ଷ୍ଟାର ମୟଙ୍କ ଯାଦବ। ମୟଙ୍କ ଘଣ୍ଟାପ୍ରତି ୧୫୦ କିମିରୁ ଅଧିକ ଗତିରେ ବୋଲିଂ କରିପାରନ୍ତି। ଗତ ଆଇପିଏଲରେ ସେ ମାତ୍ର ୪ଟି ମ୍ୟାଚ ଖେଳିଥିବା ବେଳେ ୭ଟି ୱିକେଟ ନେବାରେ ସଫଳ ହୋଇଥିଲେ। ଆସନ୍ତା ଟି-୨୦ ସିରିଜରେ ସେ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି।

Harshit

୨. ହର୍ଷିତ ରାଣା:- ହର୍ଷିତ ରାଣା ନିଜର ଭଲ ପ୍ରଦର୍ଶନ ସହିତ ଦୀର୍ଘଦିନ ଧରି ଭାରତୀୟ ଦଳରେ ସାମିଲ ହେବାକୁ ଚାହିଁ ରହିଛନ୍ତି। ଗତ ଆଇପିଏଲ ସିଜନରେ ମଧ୍ୟ ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ୧୩ଟି ମ୍ୟାଚରେ ୯.୦୩ର ଇକୋନୋମି ସହିତ ସେ ୧୯ଟି ୱିକେଟ ନେଇଥିଲେ।

Nitish

୩. ନୀତିଶ ରେଡ୍ଡୀ:- ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଭାରତ ବର୍ତ୍ତମାନ ଜଣେ ଭଲ ଅଲରାଉଣ୍ଡର ଖୋଜୁଛି। ନୀତିଶ ରେଡ୍ଡୀ ଭାରତ ପାଇଁ ସେହି ଶୂନ୍ୟସ୍ଥାନ ପୂରଣ କରିପାରିବେ। ସେ ଗତ ଆଇପିଏଲରେ ୧୪୨.୯୨ ଷ୍ଟ୍ରାଇକରେଟ ସହିତ ୩୦୩ ରନ ସ୍କୋର କରିଥିଲେ। କେବଳ ସେତିକି ନୁହେଁ ବରଂ ୧୧.୬୨ ଇକୋନୋମି ସହିତ ତିନୋଟି ୱିକେଟ ନେଇଥିଲେ।