ବିଶ୍ୱକପରେ ରୋହିତଙ୍କ ସହିତ ଓପନିଂ କରିବେ ଏହି ବ୍ୟାଟ୍ସମ୍ୟାନ୍! ୩ ନମ୍ବର ସ୍ଥାନରେ ହେବ ପରିବର୍ତ୍ତନ, ଏପରି କହିଲେ ଲାରା….

  1. Home
  2. T20 Cricket

ବିଶ୍ୱକପରେ ରୋହିତଙ୍କ ସହିତ ଓପନିଂ କରିବେ ଏହି ବ୍ୟାଟ୍ସମ୍ୟାନ୍! ୩ ନମ୍ବର ସ୍ଥାନରେ ହେବ ପରିବର୍ତ୍ତନ, ଏପରି କହିଲେ ଲାରା….


ଚଳିତବର୍ଷ ଜୁନ ୨ ତାରିଖଠାରୁ ଟି-୨୦ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇନଥିବା ବେଳେ କାହାକୁ ବିଶ୍ୱକପ୍ ଟିକେଟ ମିଳିବ ସେଥିନେଇ କଳ୍ପନାଜଳ୍ପନା ଜାରି ରହିଛି। ରୋହିତ ଶର୍ମାଙ୍କ ସହିତ ବ୍ୟାଟିଂ ଓପନ କିଏ କରିବ? ୩ ନମ୍ବରରେ କିଏ ଖେଳିବ ସେଥିନେଇ ନିଜର ମତ ରଖିଛନ୍ତି ବ୍ରାଏନ୍ ଲାରା।

Lara

ଜୁନ ୨ ତାରିଖରେ କ୍ରିକେଟ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ ତାରିଖରେ ଭାରତ ଆୟର୍ଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ସେହିପରି ଭାବରେ ଦେଖିବାକୁ ଗଲେ ଆଇପିଏଲ୍ ଏବଂ ବିଶ୍ୱକପ ମଧ୍ୟରେ ବେସି ସମୟର ବ୍ୟବଧାନ ନାହିଁ। ତେଣୁ ଚଳିତ ଆଇପିଏଲ ସିଜନ ମଧ୍ୟରେ ହିଁ ଦଳର ଘୋଷଣା କରାଯିବ।

Rohit

ଏହାରି ମଧ୍ୟରେ ବ୍ରାଏନ୍ ଲାରାଙ୍କ କହିବା ଅନୁଯାଇ ବିଶ୍ୱକପରେ ରୋହିତଙ୍କ ସହିତ ବିରାଟ କୋହଲି ଇନିଂସ ଓପନ କରିବା ଉଚିତ। ଶୁଭମାନ ଗିଲ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ। 

Team india

ଅନ୍ୟପକ୍ଷରେ କିଛି ରିପୋର୍ଟ ଅନୁଯାଇ ବିରାଟଙ୍କୁ ବିଶ୍ୱକପ ଦଳରେ ସ୍ଥାନ ନ ମିଳିପାରେ। କିନ୍ତୁ, ଚଳିତବର୍ଷ ଆଇପିଏଲରେ ତାଙ୍କ ଫର୍ମକୁ ଦେଖି ଏହା ସମ୍ଭବ ହେବା ପରି ଲାଗୁନାହିଁ। ଜୟ ଶାହାଙ୍କ କହିବା ଅନୁଯାଇ ରୋହିତ ଶର୍ମା ହିଁ ଭାରତୀୟ ଦଳର ଅଧିନାୟକ ରହିବେ। ଲାରାଙ୍କ କହିବା ଅନୁଯାଇ ଇନିଂସ ଓପନ କରିଲେ ରୋହିତ ଆକ୍ରମଣାତ୍ମକ ଖେଳୁଥିବା ବେଳେ ବିରାଟ ଇନିଂସ ସମ୍ଭାଳିବେ ଯାହାକି ଭାରତୀୟ ଦଳ ପାଇଁ ଉତ୍କୃଷ୍ଟ ହେବ ବୋଲି ଲାରା କହିଛନ୍ତି।