ଘୋଷଣା ହେଲା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ! ରିଙ୍କୁ ବାଦ୍ ସାମିଲ ହେଲେ ସାମସନ ଏବଂ ଚହଲ….

  1. Home
  2. T20 Cricket

ଘୋଷଣା ହେଲା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ! ରିଙ୍କୁ ବାଦ୍ ସାମିଲ ହେଲେ ସାମସନ ଏବଂ ଚହଲ….


ଜୁନ୍ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଦଳର ଅଧିନାୟକ ଭାର ରୋହିତ ଶର୍ମାଙ୍କୁ ଦିଆଯାଇଛି। ଆଇପିଏଲରେ ଗୁରୁତର ଭାବେ ଟ୍ରୋଲ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଉପଅଧିନାୟକ ଘୋଷଣା କରାଯାଇଛି। ଦଳରେ ରିଙ୍କୁ ସିଂ ସ୍ଥାନ ପାଇ ନାହାଁନ୍ତି।  ତେବେ ଟି-୨୦ ବିଶ୍ୱକପ ପାଇଁ ରିଙ୍କୁ ଦଳ ସହ ଯିବେ। ସେ ରିଜର୍ଭ ଖେଳାଳିମାନଙ୍କର ଅଂଶ ରହିବେ।

Team india

ସଞ୍ଜୁ ସାମସନ ଟି-୨୦ ବିଶ୍ୱକପ ଦଳରେ ଏକ ସୁଯୋଗ ପାଇଛନ୍ତି। ୧୫ ମାସ ପରେ କ୍ରିକେଟକୁ ଫେରୁଥିବା ଋଷଭ ପନ୍ତ ମଧ୍ୟ ଦଳକୁ ଫେରିଛନ୍ତି। କେବଳ ସେତିକି ନୁହେଁ ବରଂ ଭେଟେରାନ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଭାରତୀୟ ଦଳକୁ ଫେରିଛନ୍ତି।

Samson

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ:- ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ବୀ ଜୟସୱାଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ୍ କିପର), ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ଅକ୍ସର ପଟେଲ, କୁଲଦୀପ ଯାଦବ, ଅର୍ସଦୀପ ସିଂ।

Chahal

ଟି-୨୦ ବିଶ୍ୱକପ ଦଳ ପାଇଁ ଦ୍ୱିତୀୟ ୱିକେଟ୍ କିପର ଲଢେଇରେ ସଞ୍ଜୁ ସାମସନ୍ କେ.ଏଲ୍ ରାହୁଲଙ୍କୁ ପରାସ୍ତ କରିଛନ୍ତି। ବର୍ତ୍ତମାନର ଆଇପିଏଲରେ ସାମସନ୍ ୩୮୫ ରନ୍ ସଂଗ୍ରହ କରିଛନ୍ତି।  ଯାହା ତାଙ୍କ ଚୟନରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଅଛି। ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁଭମାନ ଗିଲ ଏବଂ କୋଲକାତା ନାଇଟ୍ ରାଇଡର୍ସ ବିଗ୍-ହିଟର୍ ରିଙ୍କୁ ସିଂଙ୍କୁ ରଖାଯାଇଛି।  ଏହି ତାଲିକାରେ ଖାଲିଲ ଅହମ୍ମଦ ଏବଂ ଆବେଶ ଖାନ ମଧ୍ୟ ସାମିଲ ହୋଇଛନ୍ତି।