ଆଇସିସି ଟି-୨୦ ଟିମ୍ ଅଫ୍ ଦ ଇୟର୍:- ସାମିଲ ହେଲେ ୪ ଭାରତୀୟ, ରୋହିତଙ୍କୁ ମିଳିଲା ଅଧିନାୟକ ପଦ….
ବର୍ଷ ୨୦୨୪ ଟି-୨୦ କ୍ରିକେଟ ପାଇଁ ଏକ ସ୍ୱତନ୍ତ୍ର ବର୍ଷ ରହିଥିଲା। ଏହି ବର୍ଷରେ ଅନେକ ଚମତ୍କାର ଟି-୨୦ ମ୍ୟାଚ ଦେଖିବାକୁ ମିଳିଥିବା ବେଳେ ଟି-୨୦ ବିଶ୍ୱକପ ମଧ୍ୟ ଭାରତ ଜିତିଥିଲା। ତେବେ ଆଇସିସି ପକ୍ଷରୁ ଟି-୨୦ ଟିମ୍ ଅଫ୍ ଦ ଇୟର୍ ଘୋଷଣା କରାଯାଇଛି। ଯେଉଁଥିରେ ଏକାଧିକ ଭାରତୀୟ ସାମିଲ ରହିଥିବା ଦେଖିବାକୁ ମିଳିଛି।
ସବୁଠାରୁ ବଡ଼ କଥା ହେଉଛି ରୋହିତ ଶର୍ମାଙ୍କୁ ଏହି ଦଳର ଅଧିନାୟକ ଘୋଷଣା କରାଯାଇଛି। ତାଙ୍କ ବ୍ୟତୀତ ଆଉ ୩ ଜଣ ଭାରତୀୟ ମଧ୍ୟ ଏହି ଦଳରେ ସାମିଲ ହୋଇପାରିଛନ୍ତି। ଏଥର ଭାରତର ୪ ଜଣ ଆଇସିସି ଟିମ୍ ଅଫ୍ ଦି ଇୟର୍ ରେ ସାମିଲ ହୋଇଛନ୍ତି। ଅଧିନାୟକ ରୋହିତଙ୍କ ବ୍ୟତିତ ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯଶପ୍ରୀତ ବୁମରା ମଧ୍ୟ ଏହି ଦଳରେ ସାମିଲ ରହିଛନ୍ତି।
ଏହି ଦଳରେ ଭାରତ ବ୍ୟତୀତ ଇଂଲଣ୍ଡରୁ ଜଣେ, ଅଷ୍ଟ୍ରେଲିଆରୁ ଜଣେ, ୱେଷ୍ଟଇଣ୍ଡିଜ୍ ରୁ ଜଣେ, ପାକିସ୍ତାନରୁ ଜଣେ, ଜିମ୍ବାଵ୍ୱେ ରୁ ଜଣେ, ଶ୍ରୀଲଙ୍କାରୁ ଜଣେ ଏବଂ ଆଫଗାନିସ୍ତାନରୁ ଜଣେ ଖେଳାଳିଙ୍କ ନାମ ସାମିଲ ରହିଛି। ଏହି ଦଳରେ ୱେଷ୍ଟଇଣ୍ଡିଜର ନିକୋଲାସ ପୁରନଙ୍କୁ ୱିକେଟ କିପର କରାଯାଇଛି। ଏହି ଦଳରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍, ଇଂଲଣ୍ଡର ଫିଲ୍ ସ୍ଲୋଟ୍, ପାକିସ୍ତାନର ବାବର ଆଜମ୍, ଜିମ୍ବାୱେର ସିକନ୍ଦର ରାଜା, ଆଫଗାନିସ୍ତାନର ରସିଦ୍ ଖାନ ଏବଂ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଅଛନ୍ତି।
୨୦୨୪ ଆଇସିସି ଟି-୨୦ ଦଳ:-ରୋହିତ ଶର୍ମା (ଅଧିନାୟକ), ଟ୍ରାଭିସ୍ ହେଡ୍, ଫିଲ୍ ସାଲ୍ଟ, ବାବର ଆଜମ, ନିକୋଲାସ୍ ପୁରନ୍ (ୱିକେଟ କିପର), ସିକନ୍ଦର ରାଜା, ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ୍ ଖାନ, ୱାନିନ୍ଦୁ ହସରଙ୍ଗା, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ ।