ବିଶ୍ୱକପ ଦଳରେ କାହିଁକି ବାଦ୍ ପଡ଼ିଲେ କେ.ଏଲ୍ ରାହୁଲ? ଏହାର ଉତ୍ତର ଦେଇ ବଡ଼ ଖୁଲାସା କରିଲେ ଅଜିତ ଅଗରକର….

  1. Home
  2. T20 Cricket

ବିଶ୍ୱକପ ଦଳରେ କାହିଁକି ବାଦ୍ ପଡ଼ିଲେ କେ.ଏଲ୍ ରାହୁଲ? ଏହାର ଉତ୍ତର ଦେଇ ବଡ଼ ଖୁଲାସା କରିଲେ ଅଜିତ ଅଗରକର….


ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଏକ ଶକ୍ତିଶାଳୀ ଦଳ ବାଛିଚି ଭାରତ। ଅଭିଜ୍ଞ ଏବଂ ଯୁବ ଖେଳାଳି ମାନଙ୍କ ସହିତ ଭାରତ ବିଶ୍ୱକପ ଜିତିବା ପାଇଁ ଲକ୍ଷ ରଖି ପଡ଼ିଆକୁ ଓଲ୍ହାଇବ। ତେବେ, ଅନେକ ଖେଳାଳିଙ୍କୁ ବିଶ୍ୱକପ ଟିକେଟ ମିଳିଥିବା ବେଳେ କିନ୍ତୁ କିଛି ବରିଷ୍ଠ ଖେଳାଳି ଏଥିରୁ ବାଦ୍ ପଡିଛନ୍ତି। ସେମାନଙ୍କ ମଧ୍ୟରୁ କେ.ଏଲ ରାହୁଲ ଅନ୍ୟତମ।

India

ରାହୁଲଙ୍କୁ ଏକଦା ଭାରତର ନିୟମିତ ଓପନର୍ ବ୍ୟାଟର ଭାବରେ ଦେଖିବାକୁ ମିଳୁଥିଲା। ଏପରିକି ଏକଦିବସିୟ ବିଶ୍ୱକପରେ ମଧ୍ୟ ତାଙ୍କର ପ୍ରଦର୍ଶନ ଚମତ୍କାର ରହିଥିଲା। କିନ୍ତୁ, ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ। ଏଥିନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାର ଉତ୍ତର ରଖିଛନ୍ତି ରୋହିତ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର।

Press meet

ରାହୁଲଙ୍କୁ କଣ ପାଇଁ ଦଳରେ ସ୍ଥାନ ମିଳିଲା ନାହିଁ ସେଥିନେଇ ପ୍ରଶ୍ନ ପଚରାଯିବା ପରେ ଏହାର ଉତ୍ତରରେ ଅଜିତ ଅଗରକର କହିଛନ୍ତି ଯେ କେଏଲ ରାହୁଲ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ, ସଞ୍ଜୁ ସାମସନ ମିଡିଲ ଅର୍ଡର ସାଙ୍ଗକୁ ଟପ ଅର୍ଡରରେ ମଧ୍ୟ ବ୍ୟାଟିଂ କରିପାରିବେ। ଏଣୁ ଦ୍ବିତୀୟ ଅପସନ ଭାବେ କେଏଲ ରାହୁଲଙ୍କ ସ୍ଥାନରେ ତାଙ୍କୁ ଚୟନ କରାଯାଇଛି।

Kl rahul

ପ୍ରଥମ ଚଏସ୍ ୱିକେଟରକ୍ଷକ ବ୍ୟାଟର ଭାବରେ ଋଷବ ପନ୍ତଙ୍କୁ ଦଳରେ ସ୍ଥାନ ମିଳିଛି। ସେହିପରି ଭାବରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ରିଙ୍କୁ ସିଂଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ବିଶ୍ୱକପ ଟିକେଟ ମିଳିଛି। ଟିମରେ ଅଧିକ ସ୍ପିନରଙ୍କର ଆବଶ୍ୟକତା ରହିଥିବା ବେଳେ ଟିମ୍ କମ୍ବିନେସନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।