ଭାରତୀୟ ଦଳକୁ ମିଳିବ ନୂଆ ବିସ୍ଫୋରକ ବ୍ୟାଟର୍! ଛକା ମାରିବାରେ ସୂର୍ଯ୍ୟକୁମାରଙ୍କୁ ଦେବେ ଟକ୍କର…

  1. Home
  2. T20 Cricket

ଭାରତୀୟ ଦଳକୁ ମିଳିବ ନୂଆ ବିସ୍ଫୋରକ ବ୍ୟାଟର୍! ଛକା ମାରିବାରେ ସୂର୍ଯ୍ୟକୁମାରଙ୍କୁ ଦେବେ ଟକ୍କର…


ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିଶ୍ୱର ଅନ୍ୟତମ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଅଟନ୍ତି। ଯଦି ସେ ଭଲ ଫର୍ମରେ ଅଛନ୍ତି, ତେବେ ସେ ତାଙ୍କ ବ୍ୟାଟିଂ ସହିତ ଯେକୌଣସି ବୋଲରଙ୍କୁ ଅସୁବିଧାରେ ପକାଇ ପାରନ୍ତି। ସେ ଅଳ୍ପ କିଛି ବଲ ଖେଳି ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇବାରେ ସକ୍ଷମ ଅଟନ୍ତି। ସୂର୍ଯ୍ୟ କୁମାରଙ୍କୁ ଭାରତର ସବୁଠାରୁ ସକ୍ଷମ ଟି-୨୦ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଏ। କିନ୍ତୁ ଏହି ତାଲିକାରେ ଆହୁରି ଜଣେ ବ୍ୟାଟ୍ସମ୍ୟାନ୍ ମଧ୍ଯ ପ୍ରବେଶ କରିଛନ୍ତି। ତେବେ ଜାଣନ୍ତୁ ଏହି ଖେଳାଳୀ ଜଣକ କିଏ......

Badoni

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ସୂର୍ଯ୍ୟକୁମାର ଯାଦବଙ୍କ ଅପେକ୍ଷା ଜଣେ ଭଲ ବ୍ୟାଟ୍ସମ୍ୟାନ୍ ବୋଲି କୁହାଯାଉଥିବା ଖେଳାଳି ଆୟୁଷ ବଦୋନି ହିଁ ଅଟନ୍ତି। ଆୟୁଷ ତାଙ୍କର ଦମଦାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଶନିବାର ସାଉଥ ଦିଲ୍ଲୀ ବିପକ୍ଷ ପ୍ରିମିୟର ଲିଗ୍ ମ୍ୟାଚରେ ସେ ୫୫ଟି ବଲରେ ୧୬୫ ରନ୍ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ଅତ୍ୟନ୍ତ  ଚମତ୍କାର ରହିଥିଲା। ସେ ତାଙ୍କ ଇନିଂସରେ ୧୯ଟି ଛକା ମାରିବା ସହିତ ୮ଟି ଚୌକା ମାରିଥିଲେ। ୧୬୫ ରନର ଏହି ଇନିଂସ ସହିତ ବଦୋନି ଟି-୨୦ ମ୍ୟାଚରେ ସବୁଠୁ ବଡ଼ ଇନିଂସ ଖେଳିଥିବା ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇ ଯାଇଛନ୍ତି। 

Badoni

ସବୁଠୁ ବଡ଼ ଇନିଂସ ଖେଳିବାର ରେକର୍ଡ କ୍ରିସ୍ ଗେଲଙ୍କ ନାମରେ ରହିଛି। ଆୟୁଷ ବଦୋନି ଟି-୨୦ କ୍ରିକେଟରେ ଯେ କୌଣସି ଫ୍ରାଞ୍ଚାଇଜ ଲିଗରେ ଜଣେ ଭାରତୀୟଙ୍କ ଦ୍ୱାରା ଖେଳାଯାଇଥିବା ଦୀର୍ଘତମ ଇନିଂସ ଖେଳିଛନ୍ତି। ଏଭଳି ପରିସ୍ଥିତିରେ ଯଦି ଆଗାମୀ ଆଇପିଏଲ ଏବଂ ଘରୋଇ କ୍ରିକେଟ୍ ରେ ଆୟୁଷଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ରହେ ତେବେ ଖୁବ୍ ଶୀଘ୍ର ତାଙ୍କୁ ଭାରତୀୟ ଦଳରେ ଦେଖିବାକୁ ମିଳିପାରେ।

News Hub