ଫ୍ୟାନ୍ସଙ୍କୁ ଲାଗିପାରେ ଶକ୍ତ ଧକ୍କା! ଏହି କାରଣ ହେତୁ ରଦ୍ଧ ହୋଇପାରେ ଇଂଲଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ….
କ୍ରିକେଟ୍ ପ୍ରେମୀମାନେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ଯାଉଛନ୍ତି। ଉଭୟ ଦଳର ଖେଳାଳିମାନେ ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଶଂସକମାନେ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ପାଇଛନ୍ତି। ୩ ଟି ମ୍ୟାଚ ଜିତି ଭାରତ ଏହି ସିରିଜକୁ କବଜା କରିନେଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି। ଏଭଳି ପରିସ୍ଥିତିରେ ମୁମ୍ବାଇରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ୍ ଉପରେ ଭ୍ରମଣକାରୀ ଦଳର ଆଖି ରହିବ ନିଶ୍ଚିତ। କିନ୍ତୁ, ଏହି ମ୍ୟାଚ୍ ପୂର୍ବରୁ ନିରାଶାଜନକ ଖବର ଆସୁଛି ଯେ ଏହି ମ୍ୟାଚ୍ ବାତିଲ ହେବାର ମଧ୍ୟ ସମ୍ଭାବନା ରହିଛି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ଶେଷ ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚ୍ ପାଇଁ ଅପେକ୍ଷା କରିଛନ୍ତି। ରବିବାର କ୍ରିକେଟ୍ ପ୍ରେମୀମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ପଡ଼ିଆରେ ଲାଇଭ୍ ଖେଳୁଥିବା ଦେଖିପାରିବେ। କିନ୍ତୁ, ସେମାନଙ୍କର ଏହି ଇଚ୍ଛା ପୂରଣ ହୋଇନପାରେ।
କାରଣ, ଏହି ମ୍ୟାଚରେ ପାଣିପାଗ ଭିଲେନର ଭୂମିକା ଗ୍ରହଣ କରିପାରେ। ଯଦି ପାଣିପାଗ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ରବିବାର ମୁମ୍ବାଇରେ ପାଣିପାଗ ଖରାପ ହୋଇପାରେ। ରବିବାର ଦିନ ଏହା ମେଘୁଆ ରହିବ। ତେବେ ବର୍ଷା ହେବାର ସମ୍ଭାବନା ୧୦ ପ୍ରତିଶତ ବୋଲି କୁହାଯାଉଛି। ତାପମାତ୍ରା ବିଷୟରେ କହିବାକୁ ଗଲେ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ହୋଇପାରେ ଏବଂ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀକୁ ଖସିପାରେ। ଘଣ୍ଟା ପ୍ରତି ୨୩ କିଲୋମିଟର ବେଗରେ ପବନ ବହିବ।
ଯଦି ଆମେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମର ପିଚ୍ ରିପୋର୍ଟ କାର୍ଡ ବିଷୟରେ କହିବା, ତେବେ ଏହି ପିଚ୍ ସବୁବେଳେ ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ୱର୍ଗ ଅଟେ। ଏଠାରେ ବ୍ୟାଟ୍ସମ୍ୟାନ ମାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ। ଯେଉଁଥିପାଇଁ ପ୍ରଶଂସକମାନେ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ପାଇଥାନ୍ତି। ଏହି ମ୍ୟାଚରେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଏଠାରେ ୨୪୦/୩ ସ୍କୋର କରିଥିଲା, ଯାହା ଏହି ଗ୍ରାଉଣ୍ଡରେ ସର୍ବାଧିକ ଟି-୨୦ ସ୍କୋର ଅଟେ। ଏହି ଗ୍ରାଉଣ୍ଡରେ ସର୍ବନିମ୍ନ ସ୍କୋର ୮୦ ରନ୍ ଅଟେ।