IND vs NZ 3rd T20: କ୍ୟାପଟେନ ହାର୍ଦିକ ଏହି ଖେଳାଳୀମାନଙ୍କୁ ସ୍ଥାନ ଦେବେ, ଦେଖନ୍ତୁ ଭାରତର ସମ୍ଭାବିତ 11 ଜଣିଆ ଦଳ

  1. Home
  2. T20 Cricket

IND vs NZ 3rd T20: କ୍ୟାପଟେନ ହାର୍ଦିକ ଏହି ଖେଳାଳୀମାନଙ୍କୁ ସ୍ଥାନ ଦେବେ, ଦେଖନ୍ତୁ ଭାରତର ସମ୍ଭାବିତ 11 ଜଣିଆ ଦଳ


କ୍ରିକେଟ ଖବର: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି -20 ମ୍ୟାଚ୍ ସିରିଜର ତୃତୀୟ ମ୍ୟାଚ୍ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ବର୍ତ୍ତମାନ 1-1 ସ୍ଥିତିରେ ଅଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଟି -20 ସିରିଜ୍ ହାରି ନାହିଁ। ଏପରି ପରିସ୍ଥିତିରେ, ସିରିଜ୍ ଜିତିବା ପାଇଁ ତୃତୀୟ ମ୍ୟାଚରେ କ୍ୟାପଟେନ ହାର୍ଦ୍ଦିକ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି। ତେବେ ଆସନ୍ତୁ ଜାଣିବା, ତୃତୀୟ ଟି -20 ମ୍ୟାଚରେ ସମ୍ଭାବ୍ୟ ଏକାଦଶ କିପରି ହୋଇପାରେ?

ଏମିତି ରହିପାରେ ବ୍ୟାଟିଂ ଅର୍ଡର : 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଶୁଭମାନ ଗିଲ ଫ୍ଲପ  ହୋଇଛନ୍ତି। ତାଙ୍କ ବ୍ୟାଟରୁ ରନ୍ ବାହାରିବା କଷ୍ଟକର ହୋଇପଡିଛି। ଏଭଳି ପରିସ୍ଥିତିରେ ତୃତୀୟ ଟି -20 ମ୍ୟାଚରେ ଅଧିନାୟକ ହାର୍ଦ୍ଦିକ ତାଙ୍କ ସ୍ଥାନରେ ପୃଥୀ ଶ' ଙ୍କୁ ସୁଯୋଗ ଦେବେ। ସେ ଇଶାନ କିଶନଙ୍କ ନୂଆ ଓପନିଂ ପାର୍ଟନର ହୋଇପାରନ୍ତି। ତିନି ନମ୍ବର ପାଇଁ, ରାହୁଲ ତ୍ରିପାଠୀ ନିଜର ଦକ୍ଷତା ଦେଖାଇବାକୁ ଆଉ ଏକ ସୁଯୋଗ ପାଇପାରନ୍ତି। ଏହା ନିଶ୍ଚିତ ଯେ ସୁର୍ଯ୍ୟକୁମାର ଯାଦବ ଚତୁର୍ଥ ନମ୍ବରରେ ଖେଳିବେ। ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ସ୍ଥାନରେ ଖେଳିବେ।ଏଥି ସହିତ ଦୀପକ ହୁଡା ଷଷ୍ଠ ନମ୍ବର ପାଇଁ ସୁଯୋଗ ପାଇପାରିବେ। ସ୍ପିନ୍ ବୋଲିଂରେ ଦୀପକ ପ୍ରଭାବିତ କରିଛନ୍ତି।

Team india

ଏଭଳି ରହିପାରେ ବୋଲିଂ ବିଭାଗ : 

ତୃତୀୟ ଟି -20 ମ୍ୟାଚରେ ଦ୍ରୁତ ବୋଲିଂର ଦାୟିତ୍ୱ ଅର୍ଶଦୀପ ସିଂ ଏବଂ ଶିବମ ମାଭିଙ୍କ ଉପରେ ନ୍ୟସ୍ତ ହେବ। ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ଦ୍ରୁତ ବୋଲର ଭୂମିକାରେ ରହିବେ। ୱାଶିଂଟନ୍ ସୁନ୍ଦର ଏକ ଅଲରାଉଣ୍ଡର ଭାବରେ ସ୍ଥାନ ପାଇବେ।  କୁଲଦୀପ ଯାଦବ ଏବଂ ଯୁଜଭେନ୍ଦ୍ର ଚହଲଙ୍କ ଯୋଡି ଚୂଡାନ୍ତ ଏକାଦଶରେ ପୁନର୍ବାର ସୁଯୋଗ ପାଇବେ।

ତୃତୀୟ ODI ପାଇଁ ଭାରତର ଚୂଡାନ୍ତ ଏକାଦଶ :

ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଇଶାନ କିଶନ, ପୃଥୀ ଶ' , ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ଦୀପକ ହୁଡା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଶିବମ ମାଭି।

ଆହୁରି ପଢ଼ନ୍ତୁ : ଏତେ ବଡ଼ ଦୁର୍ଘଟଣା ପରେ ମଧ୍ୟ ରିଷଭ୍ ପନ୍ତ ଖେଳିବେ IPL 2023? ସୌରଭ ଗାଙ୍ଗୁଲି ଦେଲେ ବୟାନ, କହିଲେ ଏମିତି