ଶେଷ ଟି-୨୦ ପାଇଁ ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ! ବିଦା ହେବେ ୪ ଖେଳାଳି….
ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ପୁଣେରେ ଚାଲିଥିବା ଚତୁର୍ଥ ମ୍ୟାଚରେ ଭାରତ ଇଂଲଣ୍ଡ ଦଳକୁ ୧୫ ରନରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ସିରିଜକୁ ୩-୧ରେ କାବୁ କରି ନେଇଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ରବିବାର ମୁମ୍ବାଇର ୱାନଖେଡେ ଠାରେ ଖେଳାଯିବ। ଏଭଳି ପରିସ୍ଥିତିରେ ଅଧିନାୟକ ସୂର୍ଯ୍ୟକୁମାର ଶେଷ ମ୍ୟାଚ୍ରେ ତାଙ୍କ ବେଞ୍ଚ ଷ୍ଟ୍ରେନ୍ଥ ପରୀକ୍ଷା କରିପାରନ୍ତି। ସଞ୍ଜୁ ସାମସନଙ୍କ ସମେତ ସେ ୩ ଖେଳାଳିଙ୍କୁ ଡ୍ରପ କରିପାରନ୍ତି। ଆସନ୍ତୁ ଜାଣିବା ୫ ମ ମ୍ୟାଚ୍ ପୂର୍ବରୁ ଭାରତର ସମ୍ଭାବ୍ୟ ଚୂଡାନ୍ତ ଏକାଦଶ ବିଷୟରେ …
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଚମତ୍କାର ଅଧିନାୟକତ୍ୱ କରିଛନ୍ତି। ସେ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନଙ୍କୁ ବହୁତ ଭଲ ଭାବରେ ବ୍ୟବହାର କରିଛନ୍ତି। ଏହି କାରଣରୁ ଭାରତୀୟ ଦଳ ସିରିଜ୍ ଜିତିବାରେ ସଫଳ ହୋଇଥିବାବେଳେ ଶେଷ ଏବଂ ୫ମ ଟି-୨୦ ମ୍ୟାଚରେ ଅଧିନାୟକ ନୂତନ ଚିନ୍ତାଧାରା ଏବଂ ଏକ ନୂତନ ଦଳ ସହିତ ପଡ଼ିଆକୁ ଓଲ୍ହାଇ ପାରନ୍ତି। ଚୂଡାନ୍ତ ଏକାଦଶରେ ୧ କିମ୍ବା ୨ ନୁହେଁ ବରଂ ୪ ଟି ପ୍ରମୁଖ ପରିବର୍ତ୍ତନ ହୋଇପାରେ। ୱାଶିଂଟନ୍ ସୁନ୍ଦର ଏବଂ ମହମ୍ମଦ ଶାମି ଶେଷ ମ୍ୟାଚରେ ସୁଯୋଗ ପାଇପାରନ୍ତି। ଯଦିଓ ଶାମି ୱିକେଟ୍ ପାଇନାହାଁନ୍ତି ତଥାପି ସେ ଭଲ ପ୍ରଦର୍ଶନ କରିଥିଲେ। ଏଭଳି ପରିସ୍ଥିତିରେ ସେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପୁନର୍ବାର ଫର୍ମକୁ ଫେରିବା ପାଇଁ ଚେଷ୍ଟା କରିବେ ନିଶ୍ଚିତ।
ଖରାପ ଫର୍ମ ସହ ସଂଘର୍ଷ କରୁଥିବା ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇପାରେ। କାରଣ ସେ ୪ ଟି ମ୍ୟାଚରେ ୨୬, ୫, ୩ ଏବଂ ୧ ରନ୍ କରିଛନ୍ତି। ଏଭଳି ପରିସ୍ଥିତିରେ ଧ୍ରୁଭ ଜୁରେଲଙ୍କୁ ୱିକେଟ୍ କିପର ଭାବରେ ସୁଯୋଗ ଦିଆଯାଇପାରେ। ଏହି ମ୍ୟାଚରେ ଜୁରେଲ ନିଜକୁ ପ୍ରମାଣ କରିବାର ସମସ୍ତ ସୁଯୋଗ ପାଇବେ। ଏହି ସିରିଜରେ ସେ ୨ଟି ମ୍ୟାଚ୍ରେ ସାମିଲ ହୋଇଛନ୍ତି। କିନ୍ତୁ, ସେ ଏପରି ସମୟରେ ବ୍ୟାଟିଂ ପାଇଥିଲେ ଯେ ସେ ଅଧିକ ସମୟ ଖେଳି ପାରିନଥିଲେ ଏବଂ ୪ ଓ ୨ ରନ୍ ଇନିଂସ ଖେଳିବା ପରେ ଆଉଟ ହୋଇଯାଇଥିଲେ। ଗତ ମ୍ୟାଚରେ ଶିବମ୍ ଦୁବେ ଆହତ ହୋଇଥିଲେ। ତାଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦରଙ୍କୁ ଅଲରାଉଣ୍ଡର ଭାବରେ ଦେଖିବାକୁ ମିଳିପାରେ। ଏହାର ବ୍ୟତୀତ ମୁଖ୍ୟ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ବିଶ୍ରାମ ଦିଆଯାଇପାରେ। ସେମାନଙ୍କ ସ୍ଥାନରେ ହର୍ଷିତ ରାଣା ଏବଂ ଶାମି ସାମିଲ ହୋଇପାରନ୍ତି।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଧ୍ରୁଭ ଜୁରେଲ (ୱିକେଟ୍ ରକ୍ଷକ), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ଶାମି, ରବି ବିସ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା।