ବିଶ୍ୱକପରେ ଚୂଡାନ୍ତ ଏକାଦଶରୁ ବାଦ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ଏହି ଖେଳାଳି କରିବେ ପ୍ରତ୍ୟାବର୍ତ୍ତନ….

  1. Home
  2. T20 Cricket

ବିଶ୍ୱକପରେ ଚୂଡାନ୍ତ ଏକାଦଶରୁ ବାଦ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ଏହି ଖେଳାଳି କରିବେ ପ୍ରତ୍ୟାବର୍ତ୍ତନ….


ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳର ଘୋଷଣା ସରିଛି। ବହୁ ପ୍ରତୀକ୍ଷିତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଥିବା ବେଳେ ଦଳର ପ୍ରାୟ ସମସ୍ତ ଖେଳାଳି ଚଳିତ ଆଇପିଏଲରେ ଭଲ ଫର୍ମରେ ରହି ଆସିଛନ୍ତି। ବିଶ୍ୱକପ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଖେଳାଯିବାକୁ ଥିବା ବେଳେ ଭାରତ ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ ଆମେରିକାରେ ହିଁ ଖେଳିବ।

Rohit

ତେବେ, ଏଥିପାଇଁ ଭାରତର ଚୂଡାନ୍ତ ଏକାଦଶ କଣ ରହିବ ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇ ସାରିଲାଣି। ଯଦି ଏଥିନେଇ ନଜ଼ର ପକାଇବା ତେବେ, ଭାରତ ପାଇଁ ରୋହିତ ଶର୍ମା ଏବଂ ଜଶସ୍ୱୀ ଜୟସୱାଲ୍ ଓପନିଂ କରିବେ। ଯଦି ବିରାଟ ଓପନିଂ କରନ୍ତି ତେବେ ଜୟସୱାଲ୍ ୩ ନମ୍ବରରେ ଖେଳିବେ। ହାର୍ଡ ହିଟିଂ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ୪ର୍ଥ ସ୍ଥାନରେ ଖେଳିବା ଏକପ୍ରକାର ନିଶ୍ଚିତ। 

Surya

ଏହାପରେ ୫ ନମ୍ବରରେ ଋଷବ ପନ୍ତ କିମ୍ବା ସଞ୍ଜୁ ସାମସନ୍ ଖେଳିପାରନ୍ତି। ଏହାପରେ ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳି ପାରନ୍ତି। କିମ୍ବା ତାଙ୍କ ସ୍ଥାନରେ ଭାରତ ଶିବମ ଦୁବେଙ୍କୁ ମଧ୍ୟ ଖେଳାଇ ପାରେ। ସ୍ପିନରଙ୍କ ବିରୁଦ୍ଧରେ ଦୁବେ ବହୁତ ଭଲ ପ୍ରଦର୍ଶନ କରୁଥିବା ବେଳେ ପାଣ୍ଡ୍ୟାଙ୍କ ସ୍ଥାନରେ ଦୁବେଙ୍କୁ ମଉକା ମିଳିପାରେ। ୭ମ ସ୍ଥାନରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିବେ।

Hardik pandya

କୁଲଦୀପ ଯାଦବ ୮ମ ସ୍ଥାନରେ, ଜସପ୍ରୀତ ବୁମରାହ ୯ମ, ମହମ୍ମଦ ସିରାଜ ୧୦ ଓ ଅର୍ଶଦୀପ ସିଂହ ୧୧ତମ ସ୍ଥାନରେ ବ୍ୟାଟିଂ ଆସିପାରନ୍ତି। ଭାରତର ସାମ୍ଭାବ୍ୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା/ ଶିବମ ଦୁବେ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ