ସୟଦ ମୁସ୍ତାକ-ଅଲ୍ଲୀ ଟ୍ରାଫିରେ ଗର୍ଜିଲା ଶିବମ ଦୁବେଙ୍କ ବ୍ୟାଟ୍! ହେଲା ଛକାର ବର୍ଷା….

  1. Home
  2. T20 Cricket

ସୟଦ ମୁସ୍ତାକ-ଅଲ୍ଲୀ ଟ୍ରାଫିରେ ଗର୍ଜିଲା ଶିବମ ଦୁବେଙ୍କ ବ୍ୟାଟ୍! ହେଲା ଛକାର ବର୍ଷା….


ଜୁଲାଇରେ ଶ୍ରୀଲଙ୍କା ସହ ଖେଳାଯାଇଥିବା ଟି-୨୦ ସିରିଜରେ ବିଫଳ ହେବା ପରେ ଭାରତୀୟ ଅଲରାଉଣ୍ଡର ଶିବମ ଦୁବେ ଦଳରେ ନିଜର ସ୍ଥାନ ହରାଇଛନ୍ତି। ଆଇପିଏଲ୍ ୨୦୨୪ ରେ ଏକ ଚମତ୍କାର ପ୍ରଦର୍ଶନ ପରେ ସେ ଦଳକୁ ଫେରିଥିଲେ, କିନ୍ତୁ କ୍ରମାଗତ ବ୍ୟାଟିଂ ଫ୍ଲପ୍ ହେବା ସହିତ ସେ ଦଳକୁ ନିରାଶ କରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ଶିବମ୍ ଦୁବେ ନିଜ ସ୍ଥାନ ଫେରି ପାଇବା ପାଇଁ କ୍ରମାଗତ ଭାବେ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ଏଥିସହିତ, ୩ ଡିସେମ୍ବରରେ ଅନୁଷ୍ଠିତ ସୟଦ ମୁଶତାକ ଅଲି ଟ୍ରଫି ୨୦୨୪ ର ଏକ ମ୍ୟାଚରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

Dube

ଗୋଟିଏ ପଟେ ଟିମ୍ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବାବେଳେ ଅନ୍ୟ ପଟେ କିଛି ଭାରତୀୟ ଖେଳାଳି ବର୍ତ୍ତମାନ ସୟଦ ମୁସ୍ତାକ ଅଲି ଟ୍ରଫି ଖେଳୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅଜିଙ୍କ୍ୟ ରାହାନେ, ଶ୍ରେୟସ୍ ଆୟର ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ସମେତ ବହୁ ବଡ଼ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଯୁବ ଅଲରାଉଣ୍ଡର ଶିବମ୍ ଦୁବେ ମଧ୍ୟ ଏହି ଟୁର୍ନାମେଣ୍ଟର ଏକ ଅଂଶ ଅଟନ୍ତି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ମୁମ୍ବାଇ ଏବଂ ସର୍ଭିସେସ୍ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ ଶିବମ୍ ଦୁବେଙ୍କ ବ୍ୟାଟରୁ ବଡ଼ ରନ ଆସିଥିଲା। ମୁମ୍ବାଇର ପ୍ରତିନିଧିତ୍ୱ କରି ସେ ଚମତ୍କାର ବ୍ୟାଟିଂ କରିବା ସହିତ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। 

Dube SMAT

ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶିବମ୍ ଦୁବେ ୧୯୧.୮୯ ର ଷ୍ଟ୍ରାଇକ୍ ରେଟ ସହିତ ସ୍କୋର କରିଥିଲେ। ତାଙ୍କର ବିସ୍ଫୋରକ ଇନିଂସରେ ସେ ଦୁଇଟି ଚୌକା ଓ ୭ ଛକା ମାରିଥିଲେ। ୩୭ ବଲରେ ୭୧ ରନ୍ ସ୍କୋର କରିବା ସହିତ ଶିବମ୍ ଦୁବେ ଅପରାଜିତ ରହିଥିଲେ। ତାଙ୍କ ଇନିଂସ ସହାୟତାରେ ମୁମ୍ବାଇ ଦଳ ୧୯୩ ରନର ଲକ୍ଷ୍ୟ ସ୍ଥିର କରିବାରେ ସକ୍ଷମ ହୋଇଥିଲା।  ତେବେ ଏହି ସମୟ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଚମତ୍କାର ବ୍ୟାଟିଂ କରି ତାଙ୍କୁ ସହଯୋଗ କରିଥିଲେ। ତାଙ୍କ ବ୍ୟାଟ୍ ରୁ ୪୬ ବଲରେ ୭୦ ରନ୍ ସଂଗ୍ରହ କରିଥିଲେ ସୂର୍ଯ୍ୟକୁମାର, ଯେଉଁଥିରେ ୭ ଚୌକା ଓ ୪ ଛକା ଅନ୍ତର୍ଭୁକ୍ତ ରହିଥିଲା।

Dube

ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ୧୨ କୋଟି ଟଙ୍କା ଦେଇ ଶିବମ୍ ଦୁବେଙ୍କୁ ରିଟେନ ରଖିଥିଲା। ଗତ ସିଜନରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଥିଲା। ବ୍ୟାଟିଂ କରୁଥିବାବେଳେ ସେ ଅନେକ ଉତ୍କୃଷ୍ଟ ଇନିଂସ ଖେଳିଥିଲେ। ୧୪ ଟି ମ୍ୟାଚ୍ ରେ ସେ ତିନି ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ୩୯୬ ରନ୍ ସ୍କୋର କରିଥିଲେ। ଏହି ପ୍ରଦର୍ଶନ ଆଧାରରେ ସେ ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ। ତେବେ ଏହି ବଡ଼ ଟୁର୍ନାମେଣ୍ଟରେ ତାଙ୍କ ବ୍ୟାଟ୍ ରୁ ଅଧିକ ରନ ଆସିନଥିଲା। ଆଠ ମ୍ୟାଚ୍ ର ଆଠ ଇନିଂସରେ ସେ ମାତ୍ର ୧୩୩ ରନ୍ ସ୍କୋର କରିଥିଲେ। ଏବେ ପୁଣିଥରେ ଆଇପିଏଲ ୨୦୨୫ରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ଦୁବେ।