IND vs ENG 2nd T20: ତିଲକଙ୍କ ପ୍ରଶଂସା କରି ଏମିତି କଣ କହିଦେଲେ ବଟଲର

  1. Home
  2. T20 Cricket

IND vs ENG 2nd T20: ତିଲକଙ୍କ ପ୍ରଶଂସା କରି ଏମିତି କଣ କହିଦେଲେ ବଟଲର


୨ୟ ଟି-୨୦: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ୫ଟିକିଆ ଟି-୨୦ ସିରିଜ୍‌ । ପ୍ରଥମ ମ୍ୟାଚ୍‌ ଜାନୁଆରୀ ୨୨ ତାରିଖରେ ହୋଇଥିଲା । ଯେଉଁଥିରେ ଭାରତୀୟ ଟିମ୍‌ ଜିତିଥିଲେ । ୨୫ ତାରିଖରେ ୨ୟ ଟି-୨୦ ଚେନ୍ନାଇ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଛି । ଏହି ମ୍ୟାଚ୍‌କୁ ମଧ୍ୟ ଜିତିଛି ଭାରତୀୟ ଟିମ୍‌ । ଯାହାଫଳରେ ୫ଟିକିଆ ସିରିଜ୍‌ରେ ୨-୦ରେ ଆଗରେ ରହିଛି ଟିମ୍‌ ଇଣ୍ଡିଆ । ତେବେ ୨ୟ ଟି-୨୦ ବିଜୟର ସବୁଠୁ ବଡ଼ ଶ୍ରେୟ ଯାଉଛି ଯୁବ ବ୍ୟାଟର ତିଲକ ବର୍ମାଙ୍କୁ ।

ଚେନ୍ନାଇର ଅନୁଷ୍ଠିତ ୨ୟ ଟି-୨୦ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୬୫ ରନ୍‌ ସଂଗ୍ରହ କରିଥିଲା । ଜବାବରେ ୧୬୬ ରନ୍‌ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଟିମ୍‌ । ଦମ୍‌ଦାର ବ୍ୟାଟିଂ ଥାଇ ବି ଭାରତୀୟ ଟିମ୍‌ ସଙ୍କଟରେ ପଡିଥିଲା, ହେଲେ ଯୁବ ବ୍ୟାଟର ତିଲକ ବର୍ମା ଗୋଟିଏ ପଟେ ମୋର୍ଚ୍ଚା ସମ୍ଭାଳିଥିଲେ । ବରଂ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବ୍ୟାଟର ଫେରିଥିଲେ ପ୍ୟାଭିଲିୟନ । ସାଥୀ ବ୍ୟାଟରଙ୍କ ସହ ସହିତ ଛୋଟ ଛୋଟ ପାର୍ଟନରସିପ କରି ଶେଷରେ ଟିମ୍‌କୁ ବିଜୟୀ କରିଥିଲେ ତିଲକ ବର୍ମା ।

ତେବେ ମ୍ୟାଚ୍‌ ଶେଷ ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର ଭାରତ ବିଜୟର ବଡ଼ ଶ୍ରେୟ ଯୁବ ବ୍ୟାଟର ତିଲକ ବର୍ମାଙ୍କୁ ଦେଇଥିଲେ । ତିଲକ ଇଂଲଣ୍ଡ ଟିମ୍‌ ର ବାଧକ ସାଜିଥିଲେ ।

ବର୍ତ୍ତମାନ ୩ୟ ଟି-୨୦ ମ୍ୟାଚ୍‌ ଜାନୁଆରୀ ୨୮ରେ ରାଜକୋଟରେ ଖେଳାଯିବ, ୪ର୍ଥ ଟି-୨୦ ମ୍ୟାଚ୍‌ ଜାନୁଆରୀ ୩୧ରେ ପୁନେରେ ଖେଳାଯିବ, ଶେଷରେ ପଞ୍ଚମ ଟି-୨୦ ମ୍ୟାଚ୍‌ ଫେବୃଆରୀ ୨ରେ ମୁମ୍ବାଇରେ ଖେଳାଯିବ। ଭାରତ ୫ଟିକିଆ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି । ଦର୍ଶକମାନେ ଏହିସବୁ ଖେଳର ଅପେକ୍ଷାରେ...