ଟି-୨୦ କ୍ରିକେଟରେ ଏକ ବିରଳ ରେକର୍ଡ, ଗୋଟିଏ ମ୍ୟାଚରେ ୫୨୮ ରନ, ୫୧ ଚୌକା ସହ ୩୦ ଛକା....
SRH VS RR: ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ ଟିମ ମଧ୍ୟରେ ହୋଇଥିବା ଟି-୨୦ କ୍ରିକେଟର ମ୍ୟାଚ ରେ ଦେଖିବାକୁ ମିଳିଛି ୫୨୮ ରନର ଏକ ବିରଳ ରେକର୍ଡ । ତେବେ ଏହା ସତରେ କେମିତି ହେଲା ସମ୍ଭବ ଜାଣିବା....
ଗତବର୍ଷ ଭଳି ଏବର୍ଷ ମଧ୍ଯ ସନରାଇଜର୍ସ ହାଇଦ୍ରାବାଦର ଝଡ଼ ଦେଖିବାକୁ ମିଳିଛି । ଦଳ ଆଇପିଏଲର ୧୮ ତମ ସିଜନର ପ୍ରଥମ ମ୍ୟାଚକୁ ୪୪ ରନରେ ଜିତି ନେଇଛି । ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସର ସୂର୍ଯ୍ୟାସ୍ତ କରି ଦେଇଛି ସନରାଇଜର୍ସ ।
ଚଳିତବର୍ଷ ଆଇପିଏଲରେ ପୁଣି ଥରେ ଦଳ ଚମକିଛି । ଗୋଟିଏ ମ୍ୟାଚରେ ରେକର୍ଡ ଉପରେ ରେକର୍ଡ ବର୍ଷା ହୋଇଛି । ଆଜିର ମ୍ୟାଚରେ ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବୋଚ୍ଚ ସ୍କୋର କରିଥିଲା ସନରାଇଜର୍ସ ହାଇଦ୍ରାବାଦ ।
ଇଶାନ କିଶନଙ୍କ ବିସ୍ଫୋରକ ଶତକ ବଳରେ ଏସଆରଏଚ ୬ ୱିକେଟ୍ ହରାଇ ୨୮୬ ରନ କରିଥିଲା । ଜବାବରେ ୨୮୭ ରନର ପିଛା କରୁଥିବା ରାଜସ୍ଥାନ ୨୦ ଓଭରରେ ୬ ୱିକେଟ ହରାଇ ୨୪୨ ରନ କରି ଲଢିକି ପରାସ୍ତ ହୋଇଛି । ଦଳ ଯଦିଓ ଲଢି ମୋଟ ୨୪୨ ରନ କରିଥିଲା, ତଥାପି ବିଜୟର ସ୍ୱାଦ ଚାଖି ପାରିଲା ନାହିଁ ହାଇଦ୍ରାବାଦର ବିଶାଳ ସ୍କୋର ପାଇଁ ।
ରାଜସ୍ଥାନ ପକ୍ଷରୁ ଅଧିନାୟକ ସଞ୍ଜୁ ସାମସନ ରନ,ଧ୍ରୁବ ଜୁରେଲ ଯଥାକ୍ରମେ ୬୬ ଓ ୭୦ ରନର ପାରି ଖେଳିଥିଲେ । ଷ୍ଟାର ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ମାତ୍ର ୧ ରନରେ ପ୍ଯାଭିଲିୟନ ଫେରିଥିଲେ । ତାହାସହ ସିମରନ ହୈଟମେୟର୪୨ ଓ ଶୁଭମ ଦୁବେ ୩୪ ରନର ଧୂଆଁଧାର ପାରି ଖେଳିଥିଲେ ମଧ୍ଯ ଏହା ଦଳକୁ ବିଜୟର ଦ୍ୱାର ଖୋଲି ପାରି ନ ଥିଲା । ଆରଏଚ ପକ୍ଷରୁ ଷ୍ଟାର ବୋଲର ମହମ୍ମଦ ଶାମି, ହର୍ଷଲ ପଟେଲ ଓ ସିମରନଜିତ ସିଂଙ୍କୁ ଯଥାକ୍ରମେ ଗୋଟିଏ ଓ ୨ ଟି ଲେଖାଏଁ ୱିକେଟ ମିଳିଥିଲା । ସ୍ପିନର ଆଡମ ଜାମ୍ପା ମଧ୍ଯ ଗୋଟିଏ ୱିକେଟ ଦାଖଲ କରିଥିଲେ ।
କହିରଖୁ, ଆଇପିଏଲରେ ନିଜର ୨୮୭ ରନର ରେକର୍ଡକୁ ଭାଙ୍ଗିବାରେ ବଞ୍ଚିତ ହୋଇଛି ହାଇଦ୍ରାବାଦ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଏସଆରଏଚ । ଦଳ ପକ୍ଷରୁ ଇଶାନ କିଶନ ୧୦୬ ରନର ଅପରାଜିତ ବିଧ୍ୱଂସୀ ଶତକୀୟ ଇନିଂସ ଖେଳିଥିବା ବେଳେ ଟ୍ରେଭିସ ହେଡ ୬୭ ରନ କରିଥିଲେ ।
ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ସବୁଠୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇ ୭୬ ରନ ଦେଇଛନ୍ତି । ଯାହା ଆଇପିଏଲ ଇତିହାସରେ କେବେ ହୋଇ ନ ଥିଲା । ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମା ଓ ତୁଷାର ଦେଶପାଣ୍ଡେ ଗୋଟିଏ ଓ ୨ ଟି ଲେଖାଏଁ ୱିକେଟ ଦାଖଲ କରିଥିଲେ । ଏସ ଆରଏଚ ପକ୍ଷରୁ ଷ୍ଟାର ବୋଲର ମହମ୍ମଦ ଶାମି ଓ ସିମରନଜିତ ସିଂଙ୍କୁ ଯଥାକ୍ରମେ ଗୋଟିଏ ଓ ୨ ଟି ଲେଖାଏଁ ୱିକେଟ ମିଳିଥିଲା ।
ମ୍ୟାଚରେ ପ୍ରଥମେ ସନରାଇଜର୍ସ ହାଇଦ୍ରାବାଦ ୨୮୬ ରନ କରିଥିଲା । ଜବାବରେ ରାଜସ୍ଥାନ କରିଥିଲା ୨୪୨ ରନ । ଉଭୟକୁ ଯଦି ମିଶାଇ ଦିଆଯାଏ, ତେବେ ଏହା ୫୨୮ ରନ ହେବ ।
.
ରୟାଲ୍ସ ଓ ରାଇଜର୍ସ ଲଢେଇରେ ମୋଟ ୫୧ ଚୌକା ଓ ୩୦ ଛକା ଲାଗିଥିଲା । ଯାହା ଆଇପିଏଲ ଇତିହାସରେ ଏକ ବିରଳ ରେକର୍ଡ ।