ଏହି 4 ଜଣ ଭାରତୀୟ ଖେଳାଳି T-20 ବିଶ୍ୱକପ 2022 ରେ ନେଇ ପାରନ୍ତି ଫିନିଶର ଭୂମିକା, ଦେଖନ୍ତୁ ଲିଷ୍ଟ

  1. Home
  2. T20 Cricket

ଏହି 4 ଜଣ ଭାରତୀୟ ଖେଳାଳି T-20 ବିଶ୍ୱକପ 2022 ରେ ନେଇ ପାରନ୍ତି ଫିନିଶର ଭୂମିକା, ଦେଖନ୍ତୁ ଲିଷ୍ଟ

mi and tewatiya


କ୍ରିକେଟ୍ ଖବର : ଚଳିତବର୍ଷ ହେବାକୁ ଯାଉଛି ଆଇସିସି ଟି-20 ବିଶ୍ୱକପ। ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ସରିବାର କିଛି ମାସ ପରେ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ। ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ସମସ୍ତ କ୍ରିକେଟ୍ ବୋର୍ଡ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଉ ଭାରତୀୟ ଦଳ ମଧ୍ୟ ଏହି ଆଇପିଏଲ ଜରିଆରେ ଟି-20 ବିଶ୍ୱକପ ପାଇଁ ଅଭ୍ୟାସ ଜାରି ରଖିଛନ୍ତି।

ତେବେ 2022 ଟି -20 ବିଶ୍ୱକପରେ ଏକ ଭଲ ଫିନିଶରକୁ ଦଳ ଖୋଜୁଛି। ଯିଏକି ଦଳ ପାଇଁ ମ୍ୟାଚ ବିଜେତାର କାରଣ ହେବ। ଏମଏସ ଧୋନିଙ୍କ ଅବସର ପରେ କେହି ବି ଭଲ ଫିନିଶର ଦଳକୁ ମିଳିନାହାନ୍ତି। ଭାରତ ଏହି ଦିଗରେ ବର୍ତ୍ତମାନ ସଂଘର୍ଷ କରୁଛି। ଏହି ସମୟରେ, ଏହି ସ୍ଥାନ ପୁରଣ ପାଇଁ ଏକାଧିକ ଖେଳାଳି ଉଭା ହୋଇଛନ୍ତି। କିନ୍ତୁ କେହି ବି ଧୋନିଙ୍କ ପରି ସଫଳତା ହାସଲ କରି ପାରି ନାହାନ୍ତି।

ତେବେ ଧୋନିଙ୍କ ସମକ୍ଷକ ନ ହୋଇ ମଧ୍ୟ କେତେକ ଖେଳାଳି ଅଛନ୍ତି ଯେଉଁମାନେ କି ଅଳ୍ପ ବହୁତ ଫିନିଶର ଭୂମିକା ଗ୍ରହଣ କରିପାରିବେ। ଆଉ ଆଜିର ଏହି ଆର୍ଟିକିଲରେ, ଆମେ ସେହି ଚାରିଜଣ ଖେଳାଳିଙ୍କ ଉପରେ ନଜର ପକାଇବା, ଯେଉଁମାନେ କି ଆସନ୍ତା ଟି -20 ବିଶ୍ୱକପରେ ଫିନିଶର ଭୂମିକା ଗ୍ରହଣ କରିବା ପାଇଁ ଯୋଗ୍ୟ ଅଟନ୍ତି।

1) ହାର୍ଦ୍ଦିକ ପାଣ୍ଡ୍ୟା :

IPL 2022: hardik pandya becomes fastest indian to smash 100 sixes in ipl

ଗତ କିଛି ବର୍ଷ ଧରି ଟିମ୍ ଇଣ୍ଡିଆରେ ଏହି ଭୂମିକା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମନୋନୀତ କରାଯାଇଛି।  ତେବେ ଆଘାତ ହେତୁ ହାର୍ଦ୍ଦିକ ଅଧିକ ଖେଳିପାରୁ ନାହାଁନ୍ତି ଏବଂ ତାଙ୍କ ଫର୍ମ ମଧ୍ୟ ଭଲ ନଥିଲା।  କହିରଖୁଛୁ ଯେ, ଆଇପିଏଲ୍ ର ଜାରି ସଂସ୍କରଣରେ ହାର୍ଦ୍ଦିକ ପ୍ରମାଣ କରିଛନ୍ତି ଯେ ସେ ଫର୍ମକୁ ଫେରିଛନ୍ତି। ସେ ଗୁଜୁରାଟ ଟାଇଟାନ୍ସ ପାଇଁ ପ୍ରଥମ ଅର୍ଡରରେ ଖେଳୁଛନ୍ତି। ଆଉ ସେ ଟିମ୍ ଇଣ୍ଡିଆ ପାଇଁ No.5 କିମ୍ବା No.6 ରେ ଖେଳି ଭଲ କରିବେ ବୋଲି ଆଶା କରାଯାଉଛି।  ହାର୍ଦ୍ଦିକ ହେଉଛନ୍ତି ଜଣେ ଖେଳାଳୀ ଯିଏ ଉଭୟ ସ୍ପିନ୍ ଏବଂ ପେସ୍ ବୋଲରଙ୍କ ବିରୁଦ୍ଧରେ ଭଲ ଖେଳନ୍ତି। ତେଣୁ ଆସନ୍ତା ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସେ ଫିନିଶର ଭୂମିକା ପାଇଁ ପ୍ରଥମ ବିକଳ୍ପ ହେବେ।

2) ସୂର୍ଯ୍ୟକୁମାର ଯାଦବ :

SURYA KUMAR

2022 ଟି -20 ବିଶ୍ୱକପରେ ଭାରତ ଫିନିଶର ଭୂମିକା ପାଇଁ ଚିନ୍ତା କରୁଥିବା ବେଳେ, ଆଉ ଜଣେ ଖେଳାଳିଙ୍କର ନାମ ଚର୍ଚ୍ଚାକୁ ଆସିଛି। ଆଉ ସେ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ବର୍ତ୍ତମାନ ସମୟରେ ସୂର୍ଯ୍ୟକୁମାର ଯାଦବ ନିଜର ବେଷ୍ଟ ଫର୍ମରେ ଅଛନ୍ତି। ନିଜର ଲମ୍ବା ଶର୍ଟ ପାଇଁ ଜଣାଶୁଣା ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ପଡ଼ିଆରେ ଭଲ ଖେଳିବେ ବୋଲି ବିଶ୍ୱାସ ରହିଛି। କାରଣ ସେ ଚଳିତ ଆଇପିଏଲରେ ବି ଭଲ ଖେଳ ପ୍ରଦର୍ଶନ କରୁଛନ୍ତି। ତେଣୁ ସେ ହାର୍ଦ୍ଦିକଙ୍କ ପରି ଜଣେ ଫିନିଶର ଭୂମିକା ନିଭାଇ ପାରନ୍ତି। 

3) ଦୀନେଶ କାର୍ତ୍ତିକ : 

RCB-wicketkeeper-Dinesh-Karthik

ଏହି ତାଲିକାର ତୃତୀୟ ନମ୍ବରରେ ଅଛନ୍ତି ଦୀନେଶ କାର୍ତ୍ତିକ। ସେ ଆଇପିଏଲ୍ 2022 ରେ ବିସ୍ଫୋରକ ଢଙ୍ଗରେ ଖେଳୁଛନ୍ତି। ଫାଷ୍ଟ ବୋଲରଙ୍କ ବିରୁଦ୍ଧରେ ଡି.କେ ଧୂଆଁଧାର ବ୍ୟାଟିଂ କରୁଛନ୍ତି। ତେବେ ଭାରତୀୟ ଦଳ ପାଇଁ ସେ ଆସନ୍ତା ଟି-20 ବିଶ୍ୱକପରେ ଫିନିଶର ଭୂମିକା ଗ୍ରହଣ କରିପାରନ୍ତି। ଏଥି ସହିତ ସେ ରିଜର୍ଭ ୱିକେଟ୍ କିପର ମଧ୍ୟ ରହିବେ ବୋଲି ଜଣାପଡିଛି।

4) ରାହୁଲ ତେୱାତିଆ :

rahul tewatia who smashes 2 sixes off last 2 balls to beat pbks

2022 ଟି-20 ବିଶ୍ୱକପ୍‌ରେ ଭାରତୀୟ ଦଳର ଫିନିଶର ଭୂମିକା ପାଇଁ ଚେଷ୍ଟା କରୁଥିବା ଖେଳାଳିମାନଙ୍କ ମଧ୍ୟରୁ ରାହୁଲ ତେୱାତିଆ ମଧ୍ୟ ଅନ୍ୟତମ। ସେ ଗୁଜୁରାଟ ଟାଇଟାନ୍ସ ପାଇଁ ନିଜର ବିସ୍ଫୋରକ ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଏପର୍ଯ୍ୟନ୍ତ 160 ରୁ ଅଧିକ ଷ୍ଟ୍ରାଇକ୍ ହାରରେ 179 ରନ୍ କରିଛନ୍ତି।