ENG vs IND: ସୂର୍ଯ୍ୟକୁମାର T20I କ୍ରିକେଟରେ ଶତକ କରିବାରେ ହେଲେ 5ମ ଭାରତୀୟ, ଜାଣନ୍ତୁ ଆଉ କିଏ କରିଛି T20I ରେ ଶତକ

  1. Home
  2. T20 Cricket

ENG vs IND: ସୂର୍ଯ୍ୟକୁମାର T20I କ୍ରିକେଟରେ ଶତକ କରିବାରେ ହେଲେ 5ମ ଭାରତୀୟ, ଜାଣନ୍ତୁ ଆଉ କିଏ କରିଛି T20I ରେ ଶତକ

Surya Kumar yadav


କ୍ରିକେଟ ଖବର : ନଟିଂଧମ ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି ।ଏହି ମ୍ୟାଚରେ ଭାରତର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ଏକ ଶତକୀୟ ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ଯାଦବ ଇଂଲଣ୍ଡ ବିପକ୍ଷ ଏହି ସିରିଜର ପ୍ରଥମ ଶତକୀୟ ସ୍କୋର କରିଥିଲେ। ଯାଦବ ମାତ୍ର ୪୮ ବଲରେ ନିଜର ଶତକ ପୂରଣ କରିଛନ୍ତି। 

Surya Kumar and rohit

ଏହି ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି । ପ୍ରଥମ ମ୍ୟାଚରେ ୫୦ ରନ୍ ଏବଂ ଦ୍ୱିତୀୟ ମ୍ୟାଚରେ ୪୯ ରନରେ ବିଜୟ ହାସଲ କରିବାରେ ଭାରତର ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତୃତୀୟ ତଥା ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ବହୁତ ଭଲ ପ୍ରଦର୍ଶନ କରି ପ୍ରଶଂସକଙ୍କୁ ଖୁସି କରିଥିଲେ । 

ସ୍କାଏ ଖେଳିଲେ ବିସ୍ଫୋରକ୍ ପାଳି : 

Surya Kumar yadav

ସୂର୍ଯ୍ୟକୁମାର ଯାଦବ ( SKY) ଏହି ଶତକୀୟ ସ୍କୋର କରିବାକୁ ମାତ୍ର ୪୮ ଟି ବଲର ସଠିକ୍ ବ୍ୟବହାର କରିଥିଲେ, ଏହା ବ୍ୟତୀତ ସୂର୍ଯ୍ୟ ୫ଟି ଛକା ଏବଂ ୧୨ଟି ଚୌକା ମାରିଥିଲେ । ଅନ୍ୟପଟେ ରୋହିତ ଶର୍ମା ଟି -୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ସର୍ବାଧିକ ଶତକ ହାସଲ କରିଛନ୍ତି । ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଚାରିଟି ଶତକ ହାସଲ କରିଥିବାବେଳେ କେ.ଏଲ୍ ରାହୁଲ ଦୁଇଟି ଶତକ ହାସଲ କରିଛନ୍ତି । ଏହା ବ୍ୟତୀତ କୁମାର ଯାଦବ ସୁରେଶ ରାଇନା ଏବଂ ଦୀପକ ହୁଡାଙ୍କ ଏକ  ରେକର୍ଡର ସମକ୍ଷକ ହୋଇଛନ୍ତି।

ଏହିପରି ଯାଦବ ପଞ୍ଚମ ବ୍ୟାଟ୍ସମ୍ୟାନ୍ ଯିଏକି ଭାରତ ପାଇଁ ଟି -୨୦ ଇଣ୍ଟରନ୍ୟାସନାଲରେ ଶତକ ହାସଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ଯାଦବ ବର୍ତ୍ତମାନ ଶ୍ରେୟସ୍ ଆୟର କେ.ଏଲ୍ ରାହୁଲ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଧୋନି - ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ଯାଦବ - ଆୟର୍ ଯୋଡି :

ରିପୋର୍ଟ ଅନୁଯାୟୀ, ଏମଏସ ଧୋନି ଏବଂ କେ.ଏଲ୍ ରାହୁଲ ଚତୁର୍ଥ ୱିକେଟ୍ ପାଇଁ ୧୦୭ ରନ୍ ସହଭାଗୀତା ସହ ଟି -୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଭାଗିଦାରୀ ରେକର୍ଡ ନିଜ ନାମରେ କରିଥିଲେ। କିନ୍ତୁ ଗତକାଲି ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ ଶ୍ରେୟାସ ଆୟର ଏବଂ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ୱିକେଟ୍ ପାଇଁ ୧୧୯ ରନର ସହଭାଗିତା କରି ଧୋନି - ରାହୁଲଙ୍କ ଏହି ରେକର୍ଡକୁ ଭାଙ୍ଗିଥିଲେ ।