୬ ଭାରତୀୟଙ୍କୁ ଅଷ୍ଟ୍ରେଲିଆରୁ ମିଳିଲା ବଡ଼ ଅଫର୍! ଲକ୍ଷ ଲକ୍ଷ ଟଙ୍କାରେ କିଣିଲେ ଏହି ଫ୍ରାଞ୍ଚାଇଜ୍….

  1. Home
  2. T20 Cricket

୬ ଭାରତୀୟଙ୍କୁ ଅଷ୍ଟ୍ରେଲିଆରୁ ମିଳିଲା ବଡ଼ ଅଫର୍! ଲକ୍ଷ ଲକ୍ଷ ଟଙ୍କାରେ କିଣିଲେ ଏହି ଫ୍ରାଞ୍ଚାଇଜ୍….


ବର୍ତ୍ତମାନ ସମୟରେ ଆନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ରହି ଭାରତୀୟ ଖେଳାଳିମାନେ ବୁଚି ବାବୁ ଟୁର୍ନାମେଣ୍ଟ, ଦିଲ୍ଲୀ ପ୍ରିମିୟର ଲିଗ୍ ୨୦୨୪ , ୟୁପି ଟି-୨୦ ଲିଗ୍ ଭଳି ଘରୋଇ ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି। ଶ୍ରୀଲଙ୍କା ଗସ୍ତରୁ ଫେରିବା ପରେ ଟିମ୍ ଇଣ୍ଡିଆକୁ ଆନ୍ତର୍ଜାତୀୟ କ୍ରିକେଟରେ ଦେଖାଯାଇନାହିଁ। ତେବେ ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷରେ ଭାରତ ପୁଣିଥରେ ପଡ଼ିଆକୁ ଓହ୍ଲାଇବ । 

Big bash

କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳର ୬ ଜଣ ଖେଳାଳି ଅଷ୍ଟ୍ରେଲିଆ ତରଫରୁ ଏକ ଦମଦାର ଅଫର ପାଇଛନ୍ତି। ଯେଉଁଥି ପାଇଁ ଅକ୍ଟୋବରରୁ ଏହି ଖେଳାଳିମାନେ ବିଦେଶୀ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବେ। ତେବେ ଟିମ୍ ଇଣ୍ଡିଆର ଏହି ୬ଜଣ ଖେଳାଳିଙ୍କ ବିଷୟରେ ଆସନ୍ତୁ ଜାଣିବା...........

ଅଷ୍ଟ୍ରେଲିଆର ମହିଳା ବିଗ୍ ବ୍ୟାସ୍ ଲିଗ୍ ୨୦୨୪ ନିକଟରେ ଆରମ୍ଭ ହେବାକୁ ଯାଉଛି। ଏହା ୨୭ ଅକ୍ଟୋବରରୁ ଆରମ୍ଭ ହେବ। ଆଡିଲେଡ୍ ଷ୍ଟ୍ରାଇକର୍ସ ଏବଂ ବ୍ରିସବେନ ହିଟ୍ ଟିମ୍ ଗୁଡିକୁ ଫିଲ୍ଡରେ ଦେଖିବାକୁ ମିଳିବେ। କିନ୍ତୁ ଏହା ପୂର୍ବରୁ ନିଲାମର ଆୟୋଜନ କରାଯାଇଛି। ମୋଟ ୧୬୧ ଜଣ ମହିଳା ଖେଳାଳି ନିଲାମ ପାଇଁ ସେମାନଙ୍କର ନାମ ଦେଇଥିଲେ, ଯେଉଁଥିରେ ଟିମ୍ ଇଣ୍ଡିଆର ମହିଳା ଖେଳାଳିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା। ଏଥିସହିତ ବର୍ତ୍ତମାନ ନିଲାମ ପାଇଁ ୬ଜଣ ଭାରତୀୟ ମହିଳା ଖେଳାଳିଙ୍କ ନାମ ଚୟନ କରାଯାଇଛି । ଡବ୍ଲୁବିବିଏଲ୍ ଡ୍ରାଫ୍ଟରେ ଶିଖା ପାଣ୍ଡେ, ଜେମିମା ରୋଡ୍ରିଗୁସ୍, ୟସ୍ତିକା ଭାଟିଆ, ଦିନଲାନ୍ ହେମଲତା ଏବଂ ଦୀପ୍ତି ଶର୍ମାଙ୍କୁ ମନୋନୀତ କରାଯାଇଛି ।

Indian

ତେବେ ଆମେ କହି ରଖୁଛୁ କି,  ଡିଫେଣ୍ଡିଂ ଚାମ୍ପିଅନ୍ ଆଡିଲେଡ୍ ଷ୍ଟ୍ରାଇକ୍ ଭାରତୀୟ ଓପନର୍ ସ୍ମୃତି ମନ୍ଧାନାଙ୍କ ସହ ଏକ ପ୍ରି-ଡ୍ରାଫ୍ଟ ଓଭରସାଇନ୍ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହା ତାଙ୍କର ବିବିଏଲ୍ ର ଚତୁର୍ଥ ଦଳ ଅଟେ। ଏହାପୂର୍ବରୁ ସେ ୨୦୧୬ରେ ବ୍ରିସବେନ୍ ହିଟ୍, ୨୦୧୮-୧୯ରେ ହୋବର୍ଟ ହରିକାନ୍ସ, ୨୦୨୧ରେ ସିଡନୀ ଥଣ୍ଡର୍ସ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି। କିନ୍ତୁ ୨୦୨୩ରେ କାର୍ଯ୍ୟଭାର ହେତୁ ସେ ବିଗ୍ ବେସ୍ ଲିଗରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।

Big bash

ଭାରତରେ ଖେଳାଯାଇଥିବା ମହିଳା ପ୍ରିମିୟର ଲିଗ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଭାବରେ ସ୍ମୃତି ମନ୍ଧାନା ଚମତ୍କାର ପ୍ରଦର୍ଶନ କରିଥିଲେ। ତେଣୁ ଅନୁମାନ କରାଯାଏ ଯେ ସେ ଡବ୍ଲୁବିବିଏଲ୍ ରେ ମଧ୍ୟ ବଡ ଦାୟିତ୍ୱ ଗ୍ରହଣ କରି ପାରନ୍ତି। ତେବେ ଚଳିତ ବର୍ଷ ୩୦ଟି ବିଭିନ୍ନ ଦେଶର ଖେଳାଳିଙ୍କ ନାମ ବିବିଏଲ ପାଇଁ ମନୋନୀତ ହୋଇଥିଲା। ଯେଉଁଥିରେ ହଂକଂ, ଉଗାଣ୍ଡା, ଜାପାନ, ଗ୍ରୀସ୍, ଇଣ୍ଡୋନେସିଆ ଏବଂ ରୋମାନିଆ ଭଳି ଦେଶର ଖେଳାଳି ମାନେ ଅନ୍ତର୍ଭୁକ୍ତ ରହିଥିଲେ।  ଏଥିସହ ପାକିସ୍ତାନର ହରିସ ରାଉଫ ପୁରୁଷ ବିଗ ବେସ୍ ଲିଗକୁ ଫେରିଛନ୍ତି। ଗତ ସିଜିନରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ମେଲବୋର୍ଣ୍ଣ ଷ୍ଟାର୍ସ ତାଙ୍କୁ ରିଟେନ ରଖିପାରନ୍ତି ବୋଲି ଅନୁମାନ କରା ଯାଉଛି।