IND vs ENG: ଭାରତୀୟ ଦଳ କୁ ବଡ଼ ଝଟକା ! ଓପନିଂ ଯୋଡି ପରିବର୍ତ୍ତନ ହୋଇପାରେ, ଏହି ଷ୍ଟାର ଖେଳାଳି ହୋଇପାରନ୍ତି ବାହାର

  1. Home
  2. Cricket News

IND vs ENG: ଭାରତୀୟ ଦଳ କୁ ବଡ଼ ଝଟକା ! ଓପନିଂ ଯୋଡି ପରିବର୍ତ୍ତନ ହୋଇପାରେ, ଏହି ଷ୍ଟାର ଖେଳାଳି ହୋଇପାରନ୍ତି ବାହାର

ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ମ୍ୟାଚ୍ରେ କୋହଲିଙ୍କ ସେନା ମଧ୍ୟ ନୂଆ ଓପନିଂ ଯୋଡି ସହିତ ପଡ଼ିଆରେ ପ୍ରବେଶ କରିପାରିବ । ଏହାର କାରଣ ହେଉଛି, ସିରିଜର ଭାରତର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଦଳରୁ ବାହାରେ ରହିପାରନ୍ତି । ତାଙ୍କ ଅନୁପସ୍ଥିତିରେ ଅନ୍ୟ …


IND vs ENG: ଭାରତୀୟ ଦଳ କୁ ବଡ଼ ଝଟକା ! ଓପନିଂ ଯୋଡି ପରିବର୍ତ୍ତନ ହୋଇପାରେ, ଏହି ଷ୍ଟାର ଖେଳାଳି ହୋଇପାରନ୍ତି ବାହାର

ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ମ୍ୟାଚ୍‌ରେ କୋହଲିଙ୍କ ସେନା ମଧ୍ୟ ନୂଆ ଓପନିଂ ଯୋଡି ସହିତ ପଡ଼ିଆରେ ପ୍ରବେଶ କରିପାରିବ । ଏହାର କାରଣ ହେଉଛି, ସିରିଜର ଭାରତର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଦଳରୁ ବାହାରେ ରହିପାରନ୍ତି ।

IND vs ENG: ଭାରତୀୟ ଦଳ କୁ ବଡ଼ ଝଟକା ! ଓପନିଂ ଯୋଡି ପରିବର୍ତ୍ତନ ହୋଇପାରେ, ଏହି ଷ୍ଟାର ଖେଳାଳି ହୋଇପାରନ୍ତି ବାହାର

ତାଙ୍କ ଅନୁପସ୍ଥିତିରେ ଅନ୍ୟ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଇନିଂସ ଖୋଲିବାର ସୁଯୋଗ ପାଇପାରିବେ । ସିରିଜରେ ଭଲ ପ୍ରଦର୍ଶନ କରୁଥିବା କେ.ଏଲ୍ ରାହୁଲଙ୍କୁ ପରବର୍ତ୍ତୀ ମ୍ୟାଚରେ ଜଣେ ନୂଆ ପାର୍ଟନରଙ୍କ ସହ ଇନିଂସ ଖୋଲିଥିବାର ଦେଖିବାକୁ ମିଳିପାରେ ।

ରୋହିତ ଶର୍ମା ଆଘାତ ସହ ଲଢ଼ୁଛନ୍ତି:

ଇଂଲଣ୍ଡ ଗସ୍ତରେ ଭାରତର ଷ୍ଟାର ଓପନର୍ ରୋହିତ ଶର୍ମା ସର୍ବାଧିକ ରନ୍ ସ୍କୋର କରିଛନ୍ତି । ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ଆଣ୍ଠୁରେ ଆଘାତ ଲାଗିଥିଲା । ରୋହିତଙ୍କ ବାମ ଆଣ୍ଠୁରେ ଯନ୍ତ୍ରଣା ହୋଇଥିଲା ଏବଂ ଇନିଂସରେ ମଧ୍ୟ ଏହା ସହ ସଂଘର୍ଷ କରୁଥିବା ଦେଖାଯାଇଥିଲା । ତେବେ ତାଙ୍କ ଆଘାତ ବିଷୟରେ ରୋହିତ କହିଛନ୍ତି ।

IND vs ENG: ଭାରତୀୟ ଦଳ କୁ ବଡ଼ ଝଟକା ! ଓପନିଂ ଯୋଡି ପରିବର୍ତ୍ତନ ହୋଇପାରେ, ଏହି ଷ୍ଟାର ଖେଳାଳି ହୋଇପାରନ୍ତି ବାହାର

‘ବର୍ତ୍ତମାନ ଭଲ ଲାଗୁଛି। ଫିଜିଓ ସହ କଥା ହେଇଚି, ସେ କହିଛନ୍ତି ପ୍ରତ୍ୟେକ ମିନିଟର ଯତ୍ନ ନେବାକୁ ପଡିବ । ଆଗକୁ ବହୁତ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଯଦି ରୋହିତଙ୍କ ଆଘାତ ଭଲ ନହୁଏ, ତା’ହେଲେ ତାଙ୍କ ସ୍ଥାନରେ ମାୟାନକ ଅଗ୍ରୱାଲ ଇନିଂସ ର ଓପନିଂ ରାହୁଲ ଙ୍କ ସହ କରି ପାରନ୍ତି ।