ଜିତିଗଲା ସିନା ଟିମ୍ ଇଣ୍ଡିଆ, ଏବେ ସହିବାକୁ ପଡିପାରେ ବଡ଼ କ୍ଷତି
IND vs NZ: ଦୁବାଇରେ ଭାରତ-ନ୍ଯୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫି ମ୍ଯାଚରେ ନ୍ଯୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରି ଜିତି ଯାଇଛି ଟିମ୍ ଇଣ୍ଡିଆ । ନ୍ଯୁଜିଲାଣ୍ଡ ଦଳ ୪୫.୩ ଓଭରରେ ସମସ୍ତ ୱିକେଟ ହରାଇଥିଲା ।
ଗତକାଲିର ମ୍ୟାଚ ରେ ଭାରତ ୫୦ ଓଭରରେ ୯ ୱିକେଟ ହରାଇ ୨୫୦ ରନର ଟାର୍ଗେଟ ଦେଇଥିଲା ନ୍ଯୁଜିଲାଣ୍ଡକୁ । ଦୁବାଇରେ ଖେଳାଯାଉଥିଲା ଏହି ମ୍ୟାଚ୍ । ଭାରତ ଓ ନ୍ଯୁଜିଲାଣ୍ଡ ମଧ୍ଯରେ ଖେଳାଯାଇଥିବା ଏହି ହାଇଭୋଲଟେଜ ମ୍ଯାଚରେ କିୱି ଦଳ ଟସ ଜିତି ପ୍ରଥମେ ଭାରତକୁ ବ୍ଯାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା । ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ମ୍ଯାଚରେ ମାତ୍ର ୨ ରନ କରି ପ୍ଯାଭିଲିୟନ ଫେରିଥିଲେ ।
କିୱି ଦଳ ପକ୍ଷରୁ ଷ୍ଟାର ବ୍ଯାଟର କେନ ୱିଲିୟମସନ ୮୧ ରନ କରିଥିବାବେଳେ ଆଉ କୌଣସି ବ୍ଯାଟର ଆଖିଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ । ତାହାସହ ୱିଲ ୟିଙ୍ଗ ୨୨, ଡେରିଲ ମିଚେଲ ୧୭, ଟମ୍ ଲାଥମ ୧୪ ରନର ପାରି ଖେଳିଥିଲେ । ଏହି ମ୍ଯାଚରେ ଟିମ୍ ଇଣ୍ଡିଆ ପକ୍ଷରୁ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ୫ ଟି ୱିକେଟ ମିଳିଥିବାବେଳେ କୁଲଦୀପ ଯାଦବ ୨ଟି ଓ ରବିନ୍ଦ୍ର ଜାଡେଜା,ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ଯାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।
ରୋହିତ ଶର୍ମା ମଧ୍ଯ ମାତ୍ର ୧୫ ରନରେ ଆଉଟ ହୋଇ ନିରାଶ କରିଥିଲେ । ବିରାଟଙ୍କ ବ୍ଯାଟ ମଧ୍ଯ ଚାଲି ନ ଥିଲା । କିଙ୍ଗ କୋହଲି ମାତ୍ର ୧୧ ରନର ପ୍ଯାଭିଲିୟନ ଫେରିଥିଲେ । ମାତ୍ର ଷ୍ଟାଇଲିସ ବ୍ଯାଟର ଶ୍ରେୟସ ଆୟର ୭୯ ରନର ଧୂଆଁଧାର ପାଳି ଖେଳିଥିଲେ, ଯଦିଓ ସେ ଶତକରୁ ବଞ୍ଚିତ ହୋଇଥିଲେ । ଏହାବାଦ ଭାରତୀୟ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ୪୨ ରନର ଉପଯୋଗୀ ପାରି ଖେଳିଥିଲେ । ତଦସହିତ କେ.ଏଲ ରାହୁଲ ୧୨ ରନର ପାରି ଖେଳି ଫିଲ୍ଡକୁ ବାଏ ବାଏ କହିଥିଲେ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୧୬ ରନ କରି ଆଉଟ ହୋଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ବ୍ଯାଟରୁ ୪୫ ରନର ବର୍ଷା ହୋଇଥିଲା ।
ଗ୍ରୁପ 'ଏ' ବାଦଶାହ ଭାବରେ ଏବେ ରାଜ କରିଛି ଭାରତ । ପଏଣ୍ଟ ଟେବୁଲର ଶୀର୍ଷରେ ନିଜ ଗ୍ରୁପ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ । ଫଳରେ ଏବେ ଭାରତ ଅଷ୍ଟ୍ରେଲିଆ ସହ ନିଜର ସେମିଫାଇନାଲ ଫାଇଟରେ ମାର୍ଚ୍ଚ ୪ ତାରିଖରେ ପଡିଆକୁ ଓହ୍ଲାଇବ । ଯାହା ଦୁବାଇ ଇଣ୍ଟରନ୍ଯାଶନଲ କ୍ରିକେଟ ଷ୍ଟାଡିୟମରେ ଖେଳିବ ।
ଯଦି ଭାରତ ଆଜିର ମ୍ଯାଚ ହାରି ଥାଆନ୍ତା, ତେବେ ସେମିଫାଇନାଲରେ ଦଳ ସାଉଥ ଆଫ୍ରିକାକୁ ଭେଟି ଥାଆନ୍ତା । ଯାହା ଭାରତ ର ବିଜୟ ସମ୍ଭାବନା ଆହୁରି ବଢାଇ ଦେଇ ଥାଆନ୍ତା । ସେପଟେ ଯଦିଓ ଅଷ୍ଟ୍ରେଲିଆ ଦଳରେ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ରହିଛି, ତଥାପି ଦଳ କୌଣସି ବି ମୁହୂର୍ତ୍ତରେ ଘାଇଲା କରି ଚକମା ଦେବାର କ୍ଷମତା ରଖିଛି । ତାହାସହ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଫାଇନାଲରେ ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ମଧ୍ଯ ପରାସ୍ତ ହୋଇଛି ।
ଚାମ୍ପିୟନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଦଳର ଇଂଲଣ୍ଡ ବିପକ୍ଷରେ ପ୍ରଦର୍ଶନକୁ ଯଦି ଦେଖାଯାଏ, ତେବେ କଙ୍ଗାରୁ ସିଂହକୁ ମଧ୍ଯ ଶିକାର କରିବାର ଦମ୍ ରଖେ । କାରଣ ଦଳ ଇଂଲଣ୍ଡ ବିପକ୍ଷରେ ୩୫୨ ରନର ବିଶାଳ ଲକ୍ଷ୍ଯକୁ ହାସଲ କରି ସେମିଫାଇନାଲ ପ୍ରବେଶ କରିଛି । ପ୍ରକାଶଥାଉ ଯେ,ଚଳିତବର୍ଷ ସେମିଫାଇନାଲକୁ ପ୍ରବେଶ କରିଥିବା ୪ ଦଳ ଭାରତ (୨୦୦୨, ୨୦୧୩), ଅଷ୍ଟ୍ରେଲିଆ (୨୦୦୬, ୨୦୦୯), ନ୍ଯୁଜିଲାଣ୍ଡ (୨୦୦୦) ଓ ଦକ୍ଷିଣ ଆଫ୍ରିକା (୧୯୯୮) କମ୍ ସେ କମ୍ ଥରେ ଲେଖାଏଁ ଚାମ୍ପିୟନ୍ସ ଟ୍ରଫି ଜିତିବାର କାରନାମା କରି ସାରିଛନ୍ତି । ଫଳରେ ସେମିଫାଇନାଲ ଫାଇଟ ବେଶ୍ ରୋଚକ ହେବ ।
କାଲିର ମ୍ଯାଚରେ ଭାରତ ପକ୍ଷରୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚମକିଛନ୍ତି । ନିଜର 'ଚକ୍ରବ୍ଯୁହ' ମାୟାରେ ସେ କିୱି ବ୍ଯାଟରଙ୍କୁ ଫସାଇ ଘାଇଲା କରିଥିଲେ । ବରୁଣ ଚକ୍ରବର୍ତ୍ତୀ ମ୍ଯାଚରେ ୫ ୱିକେଟ ସଫଳତା ହାସଲ କରିଥିଲେ । ହର୍ଷିତ ରାଣାଙ୍କ ସ୍ଥାନରେ ଖେଳିଥିବା ବରୁଣ ୱିଲ ୟଙ୍ଗ, ଗ୍ଲେନ ଫିଲିପ, ମିଚେଲ ବ୍ରେକୱେଲ, ମିଚେଲ ସେଣ୍ଟନର ତଥା ମୈଟ ହୈନରୀଙ୍କୁ ଆଉଟ କରି ପ୍ଯାଭିଲିୟନ ଯିବାକୁ ବାଧ୍ଯ କରିଥିଲେ ।