ସଂକଟରେ ରୋହିତ ଶର୍ମାଙ୍କ କ୍ୟାରିଅର! ଚାମ୍ପିୟନ୍ସ ଟ୍ରଫିରୁ ମଧ୍ୟ ବାଦ୍ ପଡିପାରନ୍ତି ନିୟମିତ ଅଧିନାୟକ….

  1. Home
  2. ODI Cricket

ସଂକଟରେ ରୋହିତ ଶର୍ମାଙ୍କ କ୍ୟାରିଅର! ଚାମ୍ପିୟନ୍ସ ଟ୍ରଫିରୁ ମଧ୍ୟ ବାଦ୍ ପଡିପାରନ୍ତି ନିୟମିତ ଅଧିନାୟକ….


ବର୍ତ୍ତମାନ ସମୟରେ ସିଡନୀ ଠାରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ଚାଲୁ ରହିଛି। ଏଠାରେ ଭାରତର ଅବସ୍ଥା ମଧ୍ୟ ଭଲ ରହିନାହିଁ। ତେବେ, ଏହି ଟେଷ୍ଟରେ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ସାମିଲ ହୋଇନାହାଁନ୍ତି। ଖରାପ ଫର୍ମ ହେତୁ ସେ ନିଜେ ଏହି ମ୍ୟାଚରୁ ଓହରି ଯାଇଥିବା ଜଣାପଡିଛି।

Rohit

ତେବେ, ଅନ୍ୟ କିଛି ଖବର ଅନୁଯାଇ ରୋହିତ ଶର୍ମାଙ୍କୁ ଖରାପ ଫର୍ମ ହେତୁ ଡ୍ରପ୍ କରାଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି। ଯଦି ଭାରତ ଏହି ମ୍ୟାଚ ଭାରତ ଜିତେ ତେବେ ଏହାର ବିଶ୍ୱ ଟେଷ୍ଟ ଚମ୍ପିୟନ୍ସିପ୍ ଫାଇନାଲ୍ ରେ ପହଞ୍ଚିବାର ସମ୍ଭାବନା ଉଜ୍ଜୀବିତ ରହିବ। ଯଦି ଭାରତ ଏହି ମ୍ୟାଚ ହାରେ ତେବେ ଅଷ୍ଟ୍ରେଲିଆ ସିଧାସଳଖ ଫାଇନାଲ୍ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଭାରତ ଫାଇନାଲରେ ନ ପହଞ୍ଚିଲେ ଟେଷ୍ଟରୁ ରୋହିତ ଶର୍ମା ଅବସର ନେବାର ଯଥେଷ୍ଟ ସମ୍ଭାବନା ରହିଛି।

Rohit

ଅନ୍ୟପକ୍ଷରେ ଫେବୃଆରୀ ମାସରେ ମଧ୍ୟ ଚମ୍ପିୟାନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇନାହିଁ। ଅନ୍ୟପକ୍ଷରେ ଏଥିପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ମଧ୍ୟ ଦିଆଯାଇପାରେ। ତାଙ୍କୁ ଚମ୍ପିୟନ୍ସ ଟ୍ରଫି ପାଇଁ ଚୟନ ନ କରଗଲେ ଏହା ତାଙ୍କ କ୍ୟାରିଅରର ଅନ୍ତ ହେବ ବୋଲି ମନେ ହେଉଛି।

Rohit

ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ରୋହିତ ଶର୍ମାଙ୍କ ସ୍ଥାନରେ କାହାକୁ ଅଧିନାୟକ ଦାୟିତ୍ୱ ମିଳିବ? ରୋହିତଙ୍କ ସ୍ଥାନରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବରେ ଚୟନ କରିପାରେ ବିସିସିଆଇ। ଅନ୍ୟପକ୍ଷରେ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ସୁଦ୍ଧା ଦିନିକିଆ ଦଳରେ ନିଜର ସ୍ଥାନ ପକ୍କା କରିପାରିନାହାଁନ୍ତି। ଏଭଳି ପରିସ୍ଥିତିରେ ଦିନିକିଆ ଦଳର ଅଧିନାୟକ ଭାବରେ ସୂର୍ଯ୍ୟକୁମାରଙ୍କ ନାମ ଆଗକୁ ଆସୁନାହିଁ। ତେବେ ରୋହିତ ହିଁ ଚମ୍ପିୟନ୍ସ ଟ୍ରଫିରେ ଭାରତର ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି।