IND vs SA 1st ODI: ଜାଣନ୍ତୁ କେତେବେଳେ ଏବଂ କେଉଁଠାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ODI ମ୍ୟାଚ୍

  1. Home
  2. ODI Cricket

IND vs SA 1st ODI: ଜାଣନ୍ତୁ କେତେବେଳେ ଏବଂ କେଉଁଠାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ODI ମ୍ୟାଚ୍

କ୍ରିକେଟ ଖବର : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ଏହି ଟେଷ୍ଟ ସିରିଜକୁ ୨-୧ ରେ ଜିତି ନେଇଥିଲା। କିନ୍ତୁ, ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଦିନିକିଆ ସିରିଜ୍ ଜାନୁଆରୀ ୧୯ ଅର୍ଥାତ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ଏହି ଦିନିକିଆ ସିରିଜ୍ କେ.ଏଲ୍ ରାହୁଲଙ୍କ …


IND vs SA 1st ODI: ଜାଣନ୍ତୁ କେତେବେଳେ ଏବଂ କେଉଁଠାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ODI ମ୍ୟାଚ୍

କ୍ରିକେଟ ଖବର : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ଏହି ଟେଷ୍ଟ ସିରିଜକୁ ୨-୧ ରେ ଜିତି ନେଇଥିଲା। କିନ୍ତୁ, ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଦିନିକିଆ ସିରିଜ୍ ଜାନୁଆରୀ ୧୯ ଅର୍ଥାତ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ଏହି ଦିନିକିଆ ସିରିଜ୍ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଖେଳାଯିବ ଏବଂ ଦୀର୍ଘ ବର୍ଷ ପରେ ବିରାଟ କୋହଲି ଏହି ସିରିଜରେ ଜଣେ ସାଧାରଣ ଖେଳାଳି ଭାବରେ ନଜର ଆସିବେ।

IND vs SA 1st ODI: ଜାଣନ୍ତୁ କେତେବେଳେ ଏବଂ କେଉଁଠାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ODI ମ୍ୟାଚ୍

ଟେଷ୍ଟ ସିରିଜ ହାରିବା ପରେ ଭାରତୀୟ ଦଳ ଦିନିକିଆ ସିରିଜକୁ ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ। କିନ୍ତୁ, ହିଟମ୍ୟାନଙ୍କ ଅନୁପସ୍ଥିତିରେ ଏହା ଏତେ ସହଜ ହେବ ମନେ ହେଉ ନାହିଁ। ତେଣୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ନିଶ୍ଚିତ ଯେ ଆସନ୍ତା କାଲି କେଉଁ ସମୟରେ ଏହି ମ୍ୟାଚ୍ ଆମେ ଦେଖିବା। ତା’ହେଲେ ଆମେ ଆପଣଙ୍କର ଏହି ଚିନ୍ତାକୁ ଆଜି ଦୂର କରିବୁ। ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଆପଣଙ୍କୁ ପ୍ରଥମ ଦିନିକିଆ ବାବଦରେ ସମ୍ପୂର୍ଣ୍ଣ ସୂଚନା ଦେବୁ।

IND vs SA 1st ODI: ଜାଣନ୍ତୁ କେତେବେଳେ ଏବଂ କେଉଁଠାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ODI ମ୍ୟାଚ୍

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୯ ରେ ଦକ୍ଷିଣ ଆଫ୍ରିକାର ବୋଲାଣ୍ଡ ପାର୍କ ପାର୍ଲ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ ଯେତେବେଳେ ଭାରତ ଏଠାକୁ ଦିନିକିଆ ସିରିଜ ଖେଳିବାକୁ ଆସିଥିଲା ସେତେବେଳେ ଟିମ୍ ଇଣ୍ଡିଆ ୬ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୫-୧ ରେ କବଜା କରିନେଇଥିଲା। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ।

କାରଣ ଟେଷ୍ଟ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକା ଦଳ ଯେଉଁଭଳି ଭାବରେ ନିଜର ଖେଳ ପ୍ରଦର୍ଶନ କରିଥିଲା, ତାହା ନିଶ୍ଚୟ ଆଶ୍ଚର୍ଯ୍ୟଜନକ ଥିଲା ଏବଂ ଟିମ୍ ଇଣ୍ଡିଆ ମଧ୍ୟ ଏହି ପରାଜୟକୁ ଭୁଲି ପାରିବ ନାହିଁ। ଏଭଳି ପରିସ୍ଥିତିରେ ଯଦି ଭାରତୀୟ ଦଳ ପ୍ରକୃତରେ ଏହି ସିରିଜ୍ ଜିତିବାକୁ ଚାହୁଁଛି, ତେବେ ଖେଳାଳିଙ୍କୁ ପ୍ରତ୍ୟେକ ମ୍ୟାଚ୍‌ରେ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପଡିବ। ଟେଷ୍ଟ ସିରିଜ୍ ପରି, ଦିନିକିଆ ମ୍ୟାଚ୍ ମଧ୍ୟ ପ୍ରଶଂସକଙ୍କ ଉପସ୍ଥିତି ବିନା ଖେଳାଯିବ।

IND vs SA 1st ODI: ଜାଣନ୍ତୁ କେତେବେଳେ ଏବଂ କେଉଁଠାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ODI ମ୍ୟାଚ୍

ଯଦି ଆପଣ ଏହି ମ୍ୟାଚର ପ୍ରତ୍ୟେକଟି ଦୃଶ୍ୟ ଦେଖିବାକୁ ଚାହାନ୍ତି ତେବେ, ଆପଣ ଏହି ମ୍ୟାଚକୁ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ ମାଧ୍ୟମରେ ଲାଇଭ୍ ଦେଖିପାରିବେ। ଏହି ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ ହେବ ଏବଂ ଏହା ବ୍ୟତୀତ ଡିସ୍ନି + ହଟଷ୍ଟାର୍ ମୋବାଇଲ୍ ଆପ୍ ରେ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ହେବ। ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରେ ଆରମ୍ଭ ହେବ।