CT 2025: ସେମିଫାଇନାଲରେ ପରାଜୟ ପରେ ଡେଭିଡ ମିଲର କଲେ ICCକୁ ଦାୟୀ, କହିଲେ ICC ପାଇଁ...

  1. Home
  2. ODI Cricket

CT 2025: ସେମିଫାଇନାଲରେ ପରାଜୟ ପରେ ଡେଭିଡ ମିଲର କଲେ ICCକୁ ଦାୟୀ, କହିଲେ ICC ପାଇଁ...


ICC ଚାମ୍ପିୟନ୍ସ ଟ୍ରଫି: ଚାମ୍ପିୟନ୍ସ ଟ୍ରଫି ର  ଦ୍ବିତୀୟ ସେମିଫାଇନାଲ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା ୫୦ ରନରେ ପରାସ୍ତ ହୋଇଥିଲା । ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ଅପରାଜିତ ଶତକ ହାସଲ କରିଥିଲେ ହେଁ ଦଳକୁ ବିଜୟୀ କରାଇ ପାରିନଥିଲେ । 

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୬୩ ରନର ଟାର୍ଗେଟ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ମଧ୍ୟ ୩୧୨ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର କରି ପରାଜିତ ହୋଇଥିଲା । ତେବେ ଏହି ସେମିଫାଇନାଲ ରେ ପରାଜୟ ପରେ ମିଲର ଏକ ବଡ଼ ବୟାନ ଦେଇଛନ୍ତି । 

ଦକ୍ଷିଣ ଆଫ୍ରିକା ପରାଜୟ ପାଇଁ ମିଲର ICCକୁ ଦାୟୀ କରିଛନ୍ତି । ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ମିଲର ICCର ଯାତ୍ରା ବ୍ୟବସ୍ଥା ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯାଉଛି, ଯେଉଁଥିରେ କି ଭାରତ ତା’ର ସବୁ ମ୍ୟାଚ ଦୁବାଇରେ ଖେଳୁଛି । ଅନ୍ୟ ସବୁ ଟିମ ପାକିସ୍ତାନରେ ମ୍ୟାଚ ଖେଳୁଛନ୍ତି । ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟର ଶେଷ ଗ୍ରୁପ ଷ୍ଟେଜ ମ୍ୟାଚ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରି ନଥିଲା ଯେ, ସେମିଫାଇନାଲ ରେ କିଏ କାହାକୁ ଭେଟିବ । 

ଏପରି ସ୍ଥିତିରେ ଗ୍ରୁପ-ବି’ର ଦୁଇ ଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆାକୁ ପାକିସ୍ତାନରୁ ଦୁବାଇ ଯିବାକୁ ପଡ଼ିଥିଲା । ଅଷ୍ଟ୍ରେଲିଆାକୁ ଭାରତ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ପୁଣି ଥରେ ପାକିସ୍ତାନକୁ ଫେରିବାକୁ ପଡ଼ିଥିଲା, କାରଣ ଦକ୍ଷିଣ ଆଫ୍ରିକା ତା’ର ସେମିଫାଇନାଲ ଲାହୋରରେ ଖେଳିବାକୁ ଥିଲା । ଏହି ଅତିରିକ୍ତ ଯାତ୍ରାକୁ ମିଲର ଅନୁଚିତ ଥିଲା ବୋଲି କହିଛନ୍ତି । 

ସକାଳୁ ଫ୍ଲାଇଟରେ ଯାତ୍ରା କରିବାର ଥିବାରୁ ଟିମ ଅପରାହ୍ଣ ୪ଟାରେ ଦୁବାଇରେ ପହଞ୍ଚିଥିଲା ଓ ସକାଳ ୭.୩୦ରେ ପୁଣି ଫେରିଥିଲା । ଖେଳାଳିଙ୍କ ପାଖରେ ଆରାମ କରିବା ଓ ସମ୍ପୂର୍ଣ୍ଣ ଠିକ୍ ହେବାକୁ ପର୍ଯ୍ୟାପ୍ତ ସମୟ ନଥିଲା ।