IND vs SL ODI ସିରିଜ୍ 2023: ପୂର୍ଣ୍ଣ କାର୍ଯ୍ୟସୂଚୀ, ପ୍ଲେଇଂ XI, ଲାଇଭ୍ ଷ୍ଟ୍ରିମିଂ ବିବରଣୀ, କେବେ ହେବ ପ୍ରଥମ ODI ମ୍ୟାଚ? ଜାଣନ୍ତୁ ସବୁକିଛି

  1. Home
  2. ODI Cricket

IND vs SL ODI ସିରିଜ୍ 2023: ପୂର୍ଣ୍ଣ କାର୍ଯ୍ୟସୂଚୀ, ପ୍ଲେଇଂ XI, ଲାଇଭ୍ ଷ୍ଟ୍ରିମିଂ ବିବରଣୀ, କେବେ ହେବ ପ୍ରଥମ ODI ମ୍ୟାଚ? ଜାଣନ୍ତୁ ସବୁକିଛି

ind vs sl 1st odi


କ୍ରିକେଟ୍ ଖବର: ଭାରତ ବିପକ୍ଷ ଟି-20 ସିରିଜକୁ 2-1ରେ ହାରିବା ପରେ ଶ୍ରୀଲଙ୍କା ଦଳ ବର୍ତ୍ତମାନ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ODI ସିରିଜ୍ ଉପରେ ଫୋକସ୍ କରିଛି। ଆଉ ଦିନିକିଆ ସିରିଜ୍ ଜିତି ଟି-20 ରେ ହାରିବାର ବଦଲା ନେବାକୁ ଉଦ୍ୟମ କରିବ ସିଂହଳ ଦଳ। 

ସେପଟେ ଟିମ୍ ଇଣ୍ଡିଆ ଟି-20 ସିରିଜ୍ ଜିତିଥିବାରୁ ODI ସିରିଜକୁ ମଧ୍ୟ ଜିତିବା ପାଇଁ ଜିଜାନ୍ ଲଗାଇଦେବ। କାରଣ ଟି-20 ସିରିଜ୍ ଜିତିଥିବାରୁ ଦଳର ଆତ୍ମ ବିଶ୍ୱାସ ଅଧିକ ରହିଛି। ତେବେ ଟି-20 ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ କରିଥିବା ବେଳେ ODI ରେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ମୋର୍ଚ୍ଚା ସମ୍ଭାଳିବେ। ଯେହେତୁ ଟିମ୍ ଇଣ୍ଡିଆ 2023 ରେ ଆଇସିସି ODI ବିଶ୍ୱକପ୍ ର 13 ତମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି, ତେଣୁ ବର୍ତ୍ତମାନ ଟିମ୍ ଇଣ୍ଡିଆର ଫୋକସ୍ 50 ଓଭର ଫର୍ମାଟକୁ ସ୍ଥାନାନ୍ତରିତ ହୋଇଛି। 

Ind v sl

ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜରୁ ବିଶ୍ରାମ ନେଇଥିବା ବିରାଟ କୋହଲି, କେ.ଏଲ୍ ରାହୁଲ ଏବଂ ଅନ୍ୟାନ୍ୟ ବଡ ବଡ଼ ଖେଳାଳି ଶ୍ରୀଲଙ୍କା ବିପକ୍ଷ ODI ସିରିଜ୍ ମାଧ୍ୟମରେ ଦଳକୁ ଫେରିବେ। ଜାନୁଆରୀ 10 ରେ ଗୁଆହାଟୀରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ସହିତ ସିରିଜ୍ ଆରମ୍ଭ ହେବ ଏବଂ ପରବର୍ତ୍ତୀ ଦୁଇଟି ଗେମ୍ ଯଥାକ୍ରମେ 12 ଏବଂ 15 ରେ କୋଲକାତା ଏବଂ ଥିରୁବନନ୍ତପୁରମରେ ଅନୁଷ୍ଠିତ ହେବ। 

ଆହୁରି ପଢ଼ନ୍ତୁ: ବିରାଟ କୋହଲିଙ୍କ ବଦଳରେ ଟି -20 ଦଳ ରେ ପ୍ରବେଶ କରିବା ପାଇଁ ଏହି ଖେଳାଳି ସମ୍ପୂର୍ଣ ପ୍ରସ୍ତୁତ, 200 ଷ୍ଟ୍ରାଇକ୍ ହାରରେ କରନ୍ତି ବ୍ୟାଟିଂ

କେଉଁ ନେଟୱାର୍କରେ ଦେଖିବେ ଏହି ମ୍ୟାଚ :

କ୍ରିକେଟ୍ ପ୍ରଶଂସକମାନେ ଭାରତ ବନାମ ଶ୍ରୀଲଙ୍କା 2023 ODI ସିରିଜ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ଲାଇଭ୍ ଦେଖିପାରିବେ ଏବଂ ଡିଜନି + ହଟଷ୍ଟାର୍ ଆପ୍ ଏବଂ ୱେବସାଇଟ୍ ରେ ସିଧା ପ୍ରସାରଣରେ ଦେଖି ପାରିବେ। 

ଭାରତୀୟ ଦଳ: 

ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ବିରାଟ କୋହଲି, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ଡବ୍ଲୁ.କେ), ଇଶାନ କିଶନ (ଡବ୍ଲୁ.କେ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା।

ଶ୍ରୀଲଙ୍କା ଦଳ:

ପୃଥମ୍ ନିସଙ୍କା, ଅଭିସ୍କା ଫର୍ନାଣ୍ଡୋ, ଆଶେନ ବାନ୍ଦାରା, ନୁୱାନିଡୁ ଫର୍ନାଣ୍ଡୋ, ଦାସୁନ୍ ଶାନାକା (ଅଧିନାୟକ), ଚାରିଥ୍ ଆସାଲଙ୍କା, ଧନଞ୍ଜୟ ଦେ ସିଲଭା, ଚାମିକା କରୁଣାତ୍ନେ, ୱାନିନ୍ଦୁ ହସାରଙ୍ଗା, କୁସାଲ ମେଣ୍ଡିସ୍ (wk), ସାଡେରା ସମରୱିକ୍ରମା, ମହେଶ ଦୁନଖୀତ୍ସନା ୱେଲାଲେଜ୍, ଲାହିରୁ କୁମାରା, ଜେଫ୍ରି ଭାଣ୍ଡର୍ସେ, ପ୍ରମୋଦ ମଦୁଶାନ୍।