IND vs SL 1st ODI: ଶ୍ରୀଲଙ୍କା ଅଧିନାୟକଙ୍କ ଶତକ ହେଲା ବେକାର, ଭାରତ ଶ୍ରୀଲଙ୍କାକୁ 67 ରନରେ ପରାସ୍ତ କଲା

  1. Home
  2. ODI Cricket

IND vs SL 1st ODI: ଶ୍ରୀଲଙ୍କା ଅଧିନାୟକଙ୍କ ଶତକ ହେଲା ବେକାର, ଭାରତ ଶ୍ରୀଲଙ୍କାକୁ 67 ରନରେ ପରାସ୍ତ କଲା

Ind vs sl odi series


କ୍ରିକେଟ୍ ଖବର : ଗୁଆହାଟୀ ହୋଇଥିବା ODI ରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆ 67 ରନ୍ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି। 

ଭାରତ ପ୍ରଥମେ ଖେଳି 50 ଓଭରରେ 7 ୱିକେଟ୍ ହରାଇ 373 ରନ୍ ସଂଗ୍ରହ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ସର୍ବାଧିକ ରନ ସଂଗ୍ରହ କରିଥିଲେ। ସେ 113 ରନ ସଂଗ୍ରହ କରିଥିଲେ। ଆଉ ଅଧିନାୟକ ରୋହିତ ମଧ୍ୟ 83 ରନ କରିଥିଲେ। ଏହାର ଜବାବରେ ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ 8 ୱିକେଟ୍ ପାଇଁ କେବଳ 306 ରନ୍ ହିଁ କରି ପାରିଥିଲା। 

ଶ୍ରୀଲଙ୍କାର କ୍ୟାପଟେନ ଦାସୁନ୍ ଶାନାକା 108 ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ 12ଟି ଚୌକା ଓ ତିନିଟି ଛକା ଆସିଛି। ତେବେ ଓପନର୍ ପୃଥମ୍ ନିସଙ୍କା 72 ରନ୍ ସଂଗ୍ରହ କରିଥିଲେ। ଏହା ପରେ ବି ଶ୍ରୀଲଙ୍କା ଦଳକୁ ମ୍ୟାଚରେ 67 ରନରେ ପରାସ୍ତ ହେବାକୁ ପଡିଲା। 

Ind vs sl

ଏଥି ସହିତ ଦ୍ରୁତ ବୋଲର ଉମ୍ରାନ ମଲିକ ଭାରତ ପାଇଁ ସବୁଠାରୁ ସଫଳ ବୋଲର ଥିଲେ। ସେ 8 ଓଭରରେ 57 ରନ୍ ଦେଇ 3 ଖେଳାଳିଙ୍କୁ ଆଉଟ୍ କରିଥିଲେ। ଏଥି ସହିତ ମହମ୍ମଦ ସିରାଜ 2 ଖେଳାଳିଙ୍କୁ ଆଉଟ୍ କରିଥିଲେ। ଏହା ବ୍ୟତୀତ ମହମ୍ମଦ ଶାମି ଏବଂ ୟୁଜଭେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି। ତେବେ ଟିମ୍ ଇଣ୍ଡିଆ 3 ଟି ODI ସିରିଜରେ 1-0ରେ ଆଗୁଆ ରହିଛି। 

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡିଓ: ରୋହିତଙ୍କ ତୂଫାନୀ ବ୍ୟାଟିଂ ଦେଖି କୋହଲି କଲେ ଇର୍ଷା! ହିଟମ୍ୟାନ ଆଉଟ ନଥିଲେ କିନ୍ତୁ କୋହଲି କଲେ ଆଉଟ ର ଇଶାରା