ବିରାଟ କୋହଲି ନୁହଁ, ସଚିନଙ୍କ ଏହି ବଡ଼ ରେକର୍ଡ ଭାଙ୍ଗିବେ ପାକିସ୍ତାନ ଖେଳାଳି, ଜାଣନ୍ତୁ କିଏ ଆଉ କେମିତି ଭାଙ୍ଗିବେ ରେକର୍ଡ

  1. Home
  2. Cricket News

ବିରାଟ କୋହଲି ନୁହଁ, ସଚିନଙ୍କ ଏହି ବଡ଼ ରେକର୍ଡ ଭାଙ୍ଗିବେ ପାକିସ୍ତାନ ଖେଳାଳି, ଜାଣନ୍ତୁ କିଏ ଆଉ କେମିତି ଭାଙ୍ଗିବେ ରେକର୍ଡ

କ୍ରିକେଟ୍ ଖବର : ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆସିଫ କହିଛନ୍ତି ଯେ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟର କିମ୍ବଦନ୍ତୀ ଭାବରେ ବିବେଚନା କରାଯାଇପାରେ କିନ୍ତୁ ତାଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିବା ଏକ ଭୁଲ। ଆସିଫ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ର ଅଧିନାୟକ ବିରାଟ କୋହଲି ୧୦୦ ଶତକ ହାସଲ …


ବିରାଟ କୋହଲି ନୁହଁ, ସଚିନଙ୍କ ଏହି ବଡ଼ ରେକର୍ଡ ଭାଙ୍ଗିବେ ପାକିସ୍ତାନ ଖେଳାଳି, ଜାଣନ୍ତୁ କିଏ ଆଉ କେମିତି ଭାଙ୍ଗିବେ ରେକର୍ଡ

କ୍ରିକେଟ୍ ଖବର : ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆସିଫ କହିଛନ୍ତି ଯେ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟର କିମ୍ବଦନ୍ତୀ ଭାବରେ ବିବେଚନା କରାଯାଇପାରେ କିନ୍ତୁ ତାଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିବା ଏକ ଭୁଲ। ଆସିଫ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ର ଅଧିନାୟକ ବିରାଟ କୋହଲି ୧୦୦ ଶତକ ହାସଲ କରିଥିବା ତେନ୍ଦୁଲକରଙ୍କ ନିକଟବର୍ତ୍ତୀ ହୋଇପାରିବେ ନାହିଁ। ଅନ୍ୟପଟେ ପୂର୍ବତନ ଫାଷ୍ଟ ବୋଲର ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଅଧିନାୟକ ବାବର ଆଜାମ ତେନ୍ଦୁଲକରଙ୍କର ରେକର୍ଡ ଭାଙ୍ଗିପାରିବେ। କାରଣ ଏହା ପଛରେ ଅନେକ କାରଣ ରହିଛି।

ବିରାଟ କୋହଲି ନୁହଁ, ସଚିନଙ୍କ ଏହି ବଡ଼ ରେକର୍ଡ ଭାଙ୍ଗିବେ ପାକିସ୍ତାନ ଖେଳାଳି, ଜାଣନ୍ତୁ କିଏ ଆଉ କେମିତି ଭାଙ୍ଗିବେ ରେକର୍ଡ

ଆସିଫ ଏକ ୟୁଟ୍ୟୁବ ଚ୍ୟାନେଲରେ ନିଜର ମତ ଦେଇ କହିଛନ୍ତି ଯେ, ‘କୋହଲି ଜଣେ ଭଲ ଖେଳାଳି। ତାଙ୍କର ଫିଟନେସ୍ ହେତୁ ସେ ଭଲ ପ୍ରଦର୍ଶନ କରୁଛନ୍ତି ମାତ୍ର ବର୍ତ୍ତମାନ ତାଙ୍କ ପ୍ରଦର୍ଶନ ହ୍ରାସ ପାଇବାରେ ଲାଗୁଚି। ଏହି ପରିପ୍ରେକ୍ଷୀରେ ମୋତେ ସନ୍ଦେହ ହେଉଛି ଯେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କର ରେକର୍ଡ ଭାଙ୍ଗି ପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ମତରେ, ଆମ ପାକିସ୍ତାନ କ୍ରିକେଟ୍ ଦଳର ଖେଳାଳି ବାବର ପ୍ରକୃତରେ ସଚିନଙ୍କ ପରି ଖେଳୁଛନ୍ତି। ତେଣୁ ସେ ସଚିନଙ୍କର ରେକର୍ଡ ଭାଙ୍ଗିଦେବେ। ଯେତେବେଳେ ସେ ଖେଳନ୍ତି, ତାଙ୍କ ବ୍ୟାଟ୍ ସଚିନଙ୍କ ଶର୍ଟ ପରି ଗତି କରେ।

ବିରାଟ କୋହଲି ନୁହଁ, ସଚିନଙ୍କ ଏହି ବଡ଼ ରେକର୍ଡ ଭାଙ୍ଗିବେ ପାକିସ୍ତାନ ଖେଳାଳି, ଜାଣନ୍ତୁ କିଏ ଆଉ କେମିତି ଭାଙ୍ଗିବେ ରେକର୍ଡ

ଲୋକମାନେ ବିଶ୍ୱାସ କରନ୍ତି ଯେ ସଚିନଙ୍କ ଅପେକ୍ଷା କୋହଲି ଭଲ। କିନ୍ତୁ ମୁଁ କହିବି ଏହା ସମ୍ପୂର୍ଣ୍ଣ ଭୁଲ। କାରଣ ସଚିନଙ୍କ ପରି ବାବର ଖେଳନ୍ତି। ଆସିଫ କୋହଲିଙ୍କୁ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରନ୍ତି କିନ୍ତୁ ସେ କହିଛନ୍ତି ଯେ ଉଭୟ ମହାନ ଖେଳାଳିଙ୍କ ଖେଳିବାର ଉପାୟ ଭିନ୍ନ ଅଟେ। ଆସିଫ କହିଛନ୍ତି, ଯେ ସଚିନଙ୍କ କଭର ଡ୍ରାଇଭ ଚମତ୍କାର ଅଟେ। ଅବଶ୍ୟ କୋହଲିଙ୍କର ମଧ୍ୟ ଷ୍ଟ୍ରୋକ୍ ଭଲ ଅଛି, କିନ୍ତୁ ସେ ଏତେଟା ଭଲ ଖେଳିନାହାନ୍ତି।

ସୂଚନାଯୋଗ୍ୟ ଯେ, କୋହଲିଙ୍କ ନାମରେ ବର୍ତ୍ତମାନ ଶୁଦ୍ଧା ୭୦ ଟି ଆନ୍ତର୍ଜାତୀୟ ଶତକ ରହିଛି ଏବଂ ତେନ୍ଦୁଲକରଙ୍କ ନାମରେ ୧୦୦ ଟି ଆନ୍ତର୍ଜାତୀୟ ଶତକ ଅଛି।