ଆରସିବି ବିପକ୍ଷରେ ହୋଇଥିଲା ବଡ଼ ଷଡ଼ଯନ୍ତ୍ର! ଜାଣିଶୁଣି ମ୍ୟାଚ ହାରିଥିଲା କି ରାଜସ୍ଥାନ? ହୋଇଥିଲା କି ମ୍ୟାଚ ଫିକ୍ସିଂ….

  1. Home
  2. IPL Special

ଆରସିବି ବିପକ୍ଷରେ ହୋଇଥିଲା ବଡ଼ ଷଡ଼ଯନ୍ତ୍ର! ଜାଣିଶୁଣି ମ୍ୟାଚ ହାରିଥିଲା କି ରାଜସ୍ଥାନ? ହୋଇଥିଲା କି ମ୍ୟାଚ ଫିକ୍ସିଂ….


୧୨ ମଇ ରବିବାର ଦିନ ଆଇପିଏଲ୍ ୨୦୨୪ ରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଥିଲା। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋର ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିଲା। ରବିବାର ଦିନ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ବିଷୟରେ ଅନେକ ଆଲୋଚନା ହେଉଛି, କାରଣ ଏହି ମ୍ୟାଚ୍ ଫିକ୍ସିଂ କରାଯାଇଥିବା ଅନେକେ ମତ ଦେଇଛନ୍ତି। ବର୍ତ୍ତମାନ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ବିରେନ୍ଦର ସେହୱାଗ ଏବଂ ମନୋଜ ତିୱାରୀ ମଧ୍ୟ ପରୋକ୍ଷ ଭାବରେ ଏହି ମ୍ୟାଚ୍ ଫିକ୍ସ ହୋଇଥିବା ନେଇ ଦାବି କରିଛନ୍ତି।  

Csk vs Rr

ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ୨୦୨୪ ର ୬୧ ତମ ଏହି ମ୍ୟାଚରେ ଋତୁରାଜଙ୍କ ଚେନ୍ନାଇ ଦଳ ଜିତିଥିଲା। ଯାହାପରେ ଏହି ମ୍ୟାଚ ଫିକ୍ସ ହୋଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏହି ମ୍ୟାଚରେ ରାଜସ୍ଥାନ ଦଳ ଚେନ୍ନାଇ ବିପକ୍ଷରେ ବହୁତ ଧୀର ବ୍ୟାଟିଂ କରିଥିଲା ଯେଉଁ କାରଣ ହେତୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ବିରେନ୍ଦର ସେହୱାଗ ଏବଂ ମନୋଜ ତିୱାରୀ ମଧ୍ୟ ଏହି ମ୍ୟାଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କ୍ରିକବଜ୍ ମାଧ୍ୟମରେ ବିରେନ୍ଦର ସେହୱାଗ ଏବଂ ମନୋଜ ତିୱାରୀ ରାଜସ୍ଥାନର ମନ୍ଥର ଇନିଂସ ବିଷୟରେ ମତ ଦେଇଛନ୍ତି।

RR

ସର୍ବପ୍ରଥମେ ମନୋଜ କହିଛନ୍ତି ଯେ, “ଟୁର୍ଣ୍ଣାମେଣ୍ଟ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ତାଙ୍କ ବ୍ୟାଟିଂ ଫେରାରୀ ପରି ଚାଲିଥିଲା। ମୁଁ ଜାଣେ ନାହିଁ ହଠାତ୍ କ’ଣ ହେଲା?  ବୋଧହୁଏ ଅତ୍ୟଧିକ ଗରମ ହେତୁ ଏପରି ହେଲା। ହାତରେ ୱିକେଟ ରହିଥିବା ବେଳେ ସେମାନେ କାହିଁକି ଧିମା ଖେଳିଲେ ତାହା ଏକ ବଡ଼ ପ୍ରଶ୍ନ ବୋଲି ସେ କହିଛନ୍ତି”। ତା’ପରେ ବିରେନ୍ଦର ସେହୱାଗ କହିଛନ୍ତି ଯେ ସଞ୍ଜୁ ସାମସନ ଆସିଥିଲେ, ସେ ଏତେ ଆରାମରେ ଖେଳୁଥିଲେ ଯେପରି ସେ ଏକଦିବସୀୟ କ୍ରିକେଟ୍ ଖେଳୁଛନ୍ତି। ଏହା ଟର୍ନିଂ ଟ୍ରାକ୍ ନଥିଲା। ତା’ପରେ ଜାଡେଜା ଆରାମରେ ୪ ଓଭର ବୋଲିଂ କରିଥିଲେ, ତେଣୁ ଏହା ମୋତେ ପ୍ରଭାବିତ କରିନାହିଁ।  ରାଜସ୍ଥାନର ଗେମ୍ ପ୍ଲାନ ମୁଁ ବୁଝି ପାରିଲି ନାହିଁ ବୋଲି କହିଛନ୍ତି ସେହ୍ୱାଗ।

RR

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିରେନ୍ଦର ସେହୱାଗ ଏବଂ ମନୋଜ ତିୱାରୀ ସିଧାସଳଖ କହି ନାହାଁନ୍ତି ଯେ ଏହି ମ୍ୟାଚ୍ ଫିକ୍ସିଂ ହୋଇଛି। କିନ୍ତୁ ଉଭୟଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ କିଛି ଭୁଲ ଥିଲା। ସୂଚନାଯୋଗ୍ୟ ଯେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୧୪୧ ରନ୍ ସଂଗ୍ରହ କରିଥିଲା।

CSK

ଦଳ ପାଇଁ ରିୟାନ୍ ପାରାଗ ଗୋଟିଏ ଚୌକା ଏବଂ ୩ ଛକା ସହାୟତାରେ ୩୫ ବଲରେ ୪୭* ରନର ସବୁଠାରୁ ବଡ ଇନିଂସ ଖେଳିଥିଲେ।  ଏହା ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ଧୀର ଏବଂ ଛୋଟ ଇନିଂସ ଖେଳିବା ପରେ ଆଉଟ୍ ହୋଇ ଯାଇଥିଲେ। ଜୟସୱାଲ ୨୧ ବଲରେ ୨୪ ରନ୍, ଜୋସ୍ ବଟଲର ୨୫ ବଲରେ ୨୧ ରନ୍ ଏବଂ ସଞ୍ଜୁ ସାମସନ ୧୯ ବଲରେ ୧୫ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ।