୪ ଦଳ ବିପକ୍ଷରେ ୧ ହଜାର ଲେଖାଏଁ ରନ କରି ବିରାଟ କୋହଲିଙ୍କ ରଚିଲେ ଆଉ ଏକ ଭିନ୍ନ ରେକର୍ଡ...

  1. Home
  2. IPL Special

୪ ଦଳ ବିପକ୍ଷରେ ୧ ହଜାର ଲେଖାଏଁ ରନ କରି ବିରାଟ କୋହଲିଙ୍କ ରଚିଲେ ଆଉ ଏକ ଭିନ୍ନ ରେକର୍ଡ...


Virat Kohli Records: ଆଇପିଏଲର ୧୮ ତମ ସିଜନର ପ୍ରଥମ ମ୍ୟାଚରେ ୧୮ ନମ୍ୱର ଜର୍ସି ପରିଧାନ କରୁଥିବା କିଙ୍ଗ କୋହଲି ରଚିଲେ ଇତିହାସ । କୋଲକାତା ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଛନ୍ତି କୋହଲି । 

୧୭୫ ରନର ପିଛା କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦୁର୍ଦ୍ଦଶ ଓପନର ଫିଲ୍ଡ ସଲ୍ଡଙ୍କ ସହ ମିଶି ମାତ୍ର ୮.୩ ଓଭରରେ ୯୫ ରନର ଧୂଆଁଧାର ପାଳି ଖେଳିଥିଲେ । କୋହଲି ମାତ୍ର ୩୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଅପରାଜିତ ରହି ମାତ୍ର ୩୬ ବଲରେ ୫୯ ରନର ପାରି ଖେଳିଥିଲେ । ଫଳରେ ଆରସିବି ୨୨ ବଲ ବାକି ଥାଇ ମ୍ୟାଚ ଜିତି ୧୮ ତମ ସିଜନର ଧମାକାଦାର ଆରମ୍ଭ କରିଛି ।

ଏହି ମ୍ୟାଚରେ ବିରାଟ ଏକ ଐତିହାସିକ ରେକର୍ଡ କରିଛନ୍ତି । ସେ ଏକ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି । ବିସିସିଆଇ ତାଙ୍କୁ ‘ମୋମେଣ୍ଟୋ’ ଦେଇ ସ୍ୱାଗତ କରିଥିଲା । ଆଇପିଏଲର ପ୍ରଥମ ମ୍ୟାଚ ଭବ୍ଯ ଉଦଘାଟନ ସହ ଆରମ୍ଭ ହୋଇଥିଲା । ଏହି ଅବସରରେ ବିରାଟଙ୍କୁ ବିସିସିଆଇ ଅଧ୍ଯକ୍ଷ ରୋଜର ବିନ୍ନି ମୋମେଣ୍ଟୋ ଦେଇ ସମ୍ମାନିତ କରିଥିଲେ । କୋହଲି ଦୀର୍ଘ ୧୮ ବର୍ଷ ହେବ ଆରସିବି ଆଡୁ ଆଇପିଏଲ ଖେଳି ଆସୁଛନ୍ତି । ସେ ପ୍ରଥମ ସିଜନରୁ ହିଁ ଆରସିବି ସହ ଜଡିତ ।

ବିରାଟ କେକେଆର ବିପକ୍ଷରେ ଯେତେବେଳେ ଖେଳୁଥିଲେ ଏକ ବିଶେଷ କ୍ଲବରେ ସାମିଲ ହୋଇଥିଲେ । ଏହା କୋହଲିଙ୍କ ୪୦୦ ତମ ଟି-୨୦ ମ୍ୟାଚ ଥିଲା । ଭାରତ ପକ୍ଷରୁ ସର୍ବାଧିକ ଟି-୨୦ ଖେଳିଥିବା ଖେଳାଳି ହେଉଛନ୍ତି ହିଟମ୍ୟାନ ରୋହିତ ଶର୍ମା । ସେ ୪୪୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏହାପରକୁ ୪୧୨ ଟି ମ୍ୟାଚ ସହ ଦୀନେଶ କାର୍ତ୍ତିକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । 

ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି କିଙ୍ଗ କୋହଲି ବିରାଟ । ଏହାସହ ଗତକାଲି ମ୍ୟାଚ ଖେଳିବା ପରେ କୋହଲି ଆଉ ଏକ ଭିନ୍ନ ରେକର୍ଡ କରିଛନ୍ତି । ଆଇପିଏଲର ୪ ଟି ଦଳ ବିପକ୍ଷରେ ସେ ୧୦୦୦ ରନ୍ ପୂରଣ କରିବାର ବିରଳ ରେକର୍ଡ କରିଛନ୍ତି । ଯେଉଁଥିରେ ଚେନ୍ନାଇ ସୁପରକିଙ୍ଗସ ଓ କେକେଆର ଭଳି ଚାମ୍ପିୟନ ଦଳ ମଧ୍ଯ ସାମିଲ ରହିଛନ୍ତି ।