ପୁଣିଥରେ ଥାର୍ଡ ଅମ୍ପାୟାର ଦେଲେ ଭୁଲ ନିଷ୍ପତ୍ତି! ରାଗିଗଲେ ସାଂଘାକାରା….

  1. Home
  2. IPL Special

ପୁଣିଥରେ ଥାର୍ଡ ଅମ୍ପାୟାର ଦେଲେ ଭୁଲ ନିଷ୍ପତ୍ତି! ରାଗିଗଲେ ସାଂଘାକାରା….


ରାଜସ୍ଥାନ ରୟାଲ୍ସ ଦଳ ଏଲିମିଟର ମ୍ୟାଚରେ ଆରସିବିକୁ ହରାଇ ଦେଇଛି।  ପ୍ରଥମେ ବ୍ୟାଟିଂ କରିଥିବା ଆର ସିବି ଦଳକୁ ରାଜସ୍ଥାନ ବୋଲରମାନେ ଆଦୌ ରନ୍ ସ୍କୋର କରିବାକୁ ସୁଯୋଗ ଦେଇନଥିଲେ। ଏହି କାରଣରୁ ଫାଫ୍ ଡୁପଲେସିସ୍ ଏବଂ ବିରାଟ ଭଲ ଫର୍ମରେ ଥାଇ ମଧ୍ୟ ବଡ଼ ଇନିଂସ ଖେଳିପାରିନଥିଲେ।

Rcb vs rr

ଏହି ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ଆସିଥିବା ଦୀନେଶ କାର୍ତ୍ତିକ ଆବେଶ ଖାନଙ୍କ ପ୍ରଥମ ବଲରେ ଆଉଟ ହୋଇଥିଲେ ହେଁ ଥାର୍ଡ ଅମ୍ପାୟାର ତାଙ୍କୁ ନଟଆଉଟ ଘୋଷଣା କରିଥିଲେ। ଡି.କେ ରିଭ୍ୟୁ କରିବା ପରେ ଅନ-ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବଦଳାଇ ଦିଆଯାଇଥିଲା। ଏହା ପରେ ରାଜସ୍ଥାନ ରୟାଲ୍ସର କୋଚ୍ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା।  ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


ରଜତ ପାଟିଦାରଙ୍କ ୱିକେଟ୍ ଖସିଯିବା ପରେ ଦୀନେଶ କାର୍ତ୍ତିକ ୧୫ ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ।  କିନ୍ତୁ, ସେ ଆବେଶ ଖାନଙ୍କ ପ୍ରଥମ ବଲରେ ଆଉଟ ହୋଇ ଯାଇଥିଲେ। ବାସ୍ତବରେ ପ୍ରଥମ ବଲଟି କାର୍ତ୍ତିକଙ୍କ ପ୍ୟାଡରେ ବାଜିଥିଲା। ଅମ୍ପାୟାର ତାଙ୍କୁ ତୁରନ୍ତ ଆଉଟ ଦେଇଥିଲେ। ଯାହା ପରେ କାର୍ତ୍ତିକ ରିଭ୍ୟୁ ମାଗିଥିଲେ, ବଲର ସମ୍ପର୍କ ପ୍ରଥମେ ବ୍ୟାଟ ସହିତ ହୋଇଥିବା ନେଇ ତୃତୀୟ ଅମ୍ପାୟର ସୂଚନା ଦେବା ସହିତ କାର୍ତ୍ତିକଙ୍କୁ ନଟଆଉଟ କରାଇ ଦେଇଥିଲେ।

Sangakara

 ତେବେ ରିପ୍ଲେରେ ଦେଖିବା ବେଳକୁ ବ୍ୟାଟର ବଲ ସହିତ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା। ପ୍ରକୃତରେ ସେହି ସମୟରେ ବ୍ୟାଟ ପ୍ୟାଡ ସହିତ ବାଜିଥିଲା। ଯେଉଁଥିପାଇଁ ଥାର୍ଡ ଅମ୍ପାୟାର ଆଉଟ ଦେଇଥିଲେ। କିନ୍ତୁ, ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ କୁମାର ସାଙ୍ଗାକାରା ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ମନେ ହେଉଥିଲେ। 

Dk

ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ ସାଙ୍ଗକରା ବାଉଣ୍ଡରୀ ପାଖରେ ଅମ୍ପାୟାରଙ୍କ ସହ ଯୁକ୍ତି କରୁଥିଲେ। ଡି.କେଙ୍କୁ କେଉଁ ଆଧାରରେ ନଟଆଉଟ ଦିଆଗଲା ସେ ବୁଝିବାକୁ ଚେଷ୍ଟା କରୁଥିଲେ। ତାଙ୍କର ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୀନେଶ କାର୍ତ୍ତିକ ଏଲିମଟର ମ୍ୟାଚରେ ଆରସିବିକୁ ନିରାଶ କରିଥିଲେ। କାର୍ତ୍ତିକ ଜଣେ ଉତ୍କୃଷ୍ଟ ଫିନିସର୍ ଭାବରେ ଜଣାଶୁଣା। କିନ୍ତୁ, ଥରେ ଜୀବନଦାନ ପାଇବା ପରେ ମଧ୍ୟ ସେ ୧୩ ଟି ବଲରୁ ମାତ୍ର ୧୧ ରନ ସ୍କୋର କରିପାରିଥିଲେ।