IPL 2024:- କେବଳ ଇଣ୍ଟରନ୍ୟାସନଲ କ୍ରିକେଟର ସମସ୍ତ ଫର୍ମାଟ୍ ନୁହେଁ ବରଂ IPLରେ ମଧ୍ୟ ଶତକ ହାସଲ କରି ସାରିଛନ୍ତି ଏହି ଭାରତୀୟ ଖେଳାଳି…

  1. Home
  2. IPL Special

IPL 2024:- କେବଳ ଇଣ୍ଟରନ୍ୟାସନଲ କ୍ରିକେଟର ସମସ୍ତ ଫର୍ମାଟ୍ ନୁହେଁ ବରଂ IPLରେ ମଧ୍ୟ ଶତକ ହାସଲ କରି ସାରିଛନ୍ତି ଏହି ଭାରତୀୟ ଖେଳାଳି…


ସବୁବେଳେ ଉତ୍କୃଷ୍ଟ ବ୍ୟାଟର ପ୍ରସ୍ତୁତ କରିବାରେ ଭାରତ ସଫଳ ହୋଇ ଆସିଛି। ସୁନୀଲ ଗାଭାସ୍କର, ସଚିନ, ରାହୁଲ ଡ୍ରାଭିଡଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ଏବଂ ଶୁଭମନ ଗିଲଙ୍କ ପର୍ଯ୍ୟନ୍ତ ଭାରତ ଅନେକ ସୁନାମଧନ୍ୟ ବ୍ୟାଟର ପ୍ରସ୍ତୁତ କରି ଆସିଛି। ତେବେ, ଏଭଳି ମଧ୍ୟ କିଛି ବ୍ୟାଟର ରହିଛନ୍ତି ଯେଉଁମାନେ ଇଣ୍ଟରନ୍ୟାସନାଲ କ୍ରିକେଟର ସବୁ ଫର୍ମାଟ ସହିତ IPLରେ ମଧ୍ୟ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି:-

Rohit sharma

୧. ରୋହିତ ଶର୍ମା:- ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ଆଇପିଏଲ୍ ଏବଂ ଆନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି।  ରୋହିତ ଶର୍ମାଙ୍କ ଟେଷ୍ଟରେ ୧୨ଟି ଶତକ, ଏକଦିବସୀୟରେ ୩୧ ଏବଂ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ୫ଟି ଶତକ ରହିଛି। ଏଥିସହିତ, ତାଙ୍କ ନାମରେ ଆଇପିଏଲରେ ମଧ୍ୟ ଶତକ ରହିଛି, ଯାହା ସେ ୨୦୧୨ ରେ ମୁମ୍ବାଇ ପାଇଁ ଖେଳିବା ସମୟରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ସ୍କୋର କରିଥିଲେ।

Virat kohli

୨. ବିରାଟ କୋହଲି:- କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ନିଜର ପରିଚୟ ସୃଷ୍ଟି କରିଥିବା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଟେଷ୍ଟରେ ତାଙ୍କ ନାମରେ ୨୯ଟି ଶତକ ରହିଛି। ଏଥି ସହିତ ସେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ଏକଦିବସିୟରେ ୫୦ ଶତକ ପୂରଣ କରିଛନ୍ତି। କୋହଲି ଟି-୨୦ ଇଣ୍ଟରନ୍ୟାସନାଲରେ ଶତକ ହାସଲ କରିଛନ୍ତି। ଆଇପିଏଲ୍ ବିଷୟରେ କହିବାକୁ ଗଲେ, ତାଙ୍କ ନାମରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ୭ଟି ଶତକ ରହିଛି। 

Gill

୩. ଶୁଭମନ ଗିଲ୍:- ଏହି ତାଲିକାରେ ମାତ୍ର ୨୪ ବର୍ଷ ବୟସ୍କ ଶୁଭମାନ ଗିଲଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଅଛି। କ୍ୟାରିୟରର ଆରମ୍ଭରେ ଶୁଭମାନ ସମସ୍ତ ତିନୋଟି କ୍ରିକେଟ୍ ଫର୍ମାଟ୍ ଏବଂ ଆଇପିଏଲରେ ଶତକ ହାସଲ କରି ସାରିଛନ୍ତି। ଟେଷ୍ଟରେ ତାଙ୍କର ୪ଟି ଶତକ, ଏକଦିବସିୟରେ ୬ଟି ଏବଂ ଟି-୨୦ ଇଣ୍ଟରନ୍ୟାସନାଲରେ ଗୋଟିଏ ଶତକ ରହିଛି। ଏଥିସହିତ ସେ ଆଇପିଏଲରେ ୩ ଶତକ ହାସଲ କରିଛନ୍ତି।  

Kl

୪. କେ.ଏଲ ରାହୁଲ:- ଏହି ତାଲିକାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଟିମ୍ ଇଣ୍ଡିଆ ପାଇଁ ତିନୋଟି ଫର୍ମାଟ୍ ଖେଳି ସେ ଟେଷ୍ଟରେ ୮ ଟି, ଏକଦିବସିୟରେ ୭ ଟି ଏବଂ ଟି-୨୦ ଇଣ୍ଟରନ୍ୟାସନାଲରେ ୨ଟି ଶତକ ହାସଲ କରିଛନ୍ତି। ଏଥିସହିତ, ଆଇପିଏଲରେ ତାଙ୍କ ନାମରେ ୪ଟି ଶତକ ରହିଛି। ରାହୁଲ ଆଗାମୀ ଆଇପିଏଲ୍ ସିଜନରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ ଭାବରେ ନଜର ଆସିବେ।

Raina

୫. ସୁରେଶ ରାଇନା:- ଏହି ତାଲିକାରେ ପୂର୍ବତନ ଇଣ୍ଡିଆ କ୍ରିକେଟର ସୁରେଶ ରାଇନା ମଧ୍ୟ ସାମିଲ ରହିଛନ୍ତି। ଟେଷ୍ଟ ମ୍ୟାଚରେ ରାଇନାଙ୍କର ଗୋଟିଏ ଶତକ, ଏକଦିବସୀୟରେ ୫ଟି ଏବଂ ଟି-୨୦ ଇଣ୍ଟରନ୍ୟାସନାଲରେ ଗୋଟିଏ ଶତକ ହାସଲ କରିବାରେ ସଫଳ ହୋଇଥିଲେ। ସେ ଆଇପିଏଲରେ ମଧ୍ୟ ଏକ ଶତକ ହାସଲ କରିଛନ୍ତି।