ମହିଳା କ୍ରିକେଟ୍ ପାଇଁ ଖୁସି ଖବର, ଚାରିଟି ମହିଳା ଦଳ ୟୁଏଇରେ ଖେଳିବେ,ଜାଣନ୍ତୁ କଣ କହିଲେ ସୌରଭ ଗାଙ୍ଗୁଲି

  1. Home
  2. IPL Special

ମହିଳା କ୍ରିକେଟ୍ ପାଇଁ ଖୁସି ଖବର, ଚାରିଟି ମହିଳା ଦଳ ୟୁଏଇରେ ଖେଳିବେ,ଜାଣନ୍ତୁ କଣ କହିଲେ ସୌରଭ ଗାଙ୍ଗୁଲି

ଆଇସିସି ଟି -20 କ୍ରିକେଟ୍ ବିଶ୍ୱକପକୁ ସ୍ତିଗିତ କରାଯିବା ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରାସ୍ତା ମଧ୍ୟ ହୋଲି ଯାଇଛି,ଏହା ସହ ମହିଳା କ୍ରିକେଟରଙ୍କ ପାଇଁ ଖୁସିର ବାତାବରଣ ସୃଷ୍ଟି କରିଛି। ବାସ୍ତବରେ, ୟୁପିରେ ଆଇପିଏଲ୍ ଆୟୋଜନ କରିବାର ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ମହିଳା କ୍ରିକେଟ୍ ଖେଳାଳିଙ୍କ ପାଇଁ …


ମହିଳା କ୍ରିକେଟ୍ ପାଇଁ ଖୁସି ଖବର, ଚାରିଟି ମହିଳା ଦଳ ୟୁଏଇରେ ଖେଳିବେ,ଜାଣନ୍ତୁ କଣ କହିଲେ ସୌରଭ ଗାଙ୍ଗୁଲି

ଆଇସିସି ଟି -20 କ୍ରିକେଟ୍ ବିଶ୍ୱକପକୁ ସ୍ତିଗିତ କରାଯିବା ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରାସ୍ତା ମଧ୍ୟ ହୋଲି ଯାଇଛି,ଏହା ସହ ମହିଳା କ୍ରିକେଟରଙ୍କ ପାଇଁ ଖୁସିର ବାତାବରଣ ସୃଷ୍ଟି କରିଛି। ବାସ୍ତବରେ, ୟୁପିରେ ଆଇପିଏଲ୍ ଆୟୋଜନ କରିବାର ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ମହିଳା କ୍ରିକେଟ୍ ଖେଳାଳିଙ୍କ ପାଇଁ କୌଣସି ଯୋଜନା କରିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ ପୁରୁଷ ଆଇପିଏଲ ସହିତ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ମହିଳା ଆଇପିଏଲ ପରି ଏକ ଟୁର୍ନାମେଣ୍ଟ ମଧ୍ୟ ଖେଳାଯିବ।

ଭାରତରେ କରୋନା ଭୁତାଣୁ ବୃଦ୍ଧି ହେତୁ ଚଳିତ ବର୍ଷ 19 ସେପ୍ଟେମ୍ବରରୁ 8 ନଭେମ୍ବର ମଧ୍ୟରେ ଆଇପିଏଲ୍ ଆୟୋଜନ କରିବାକୁ ବିସିସିଆଇ ଘୋଷଣା କରିଛି। ରବିବାର ଦିନ ଆଇପିଏଲ୍ ପରିଚାଳନା ପରିଷଦର ଏକ ବୈଠକ ମଧ୍ୟ ରଖାଯାଇଥିଲା, ଯେଉଁଥିରେ ଏହି ଘଟଣା ସହ ଜଡିତ ପ୍ରସଙ୍ଗଗୁଡ଼ିକ ଆଲୋଚନା ହେବ। କିନ୍ତୁ ମହିଳା ଆଇପିଏଲ ସମ୍ବନ୍ଧୀୟ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ସକାଳେ ସ୍ପଷ୍ଟ କରିଛନ୍ତି ଯେ ମହିଳା ଆଇପିଏଲ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଗାଙ୍ଗୁଲି କହିଛନ୍ତି ଯେ ମୁଁ ନିଶ୍ଚିତ କରିପାରିବି ଯେ ମହିଳା ଆଇପିଏଲ୍ ମଧ୍ୟ ସେଠାରେ ହେବ, ଯେଉଁଥିରେ ଆମର ଜାତୀୟ ଦଳ ପାଇଁ ମଧ୍ୟ ସ୍ଥାନ ରହିଛି।

ଗାଙ୍ଗୁଲି ମହିଳା ଆଇପିଏଲ ବିଷୟରେ ଅଧିକ ବିବରଣୀ ଦେଇନାହାଁନ୍ତି, କିନ୍ତୁ ପୂର୍ବ ବର୍ଷଗୁଡ଼ିକ ପରି ପୁରୁଷ ଆଇପିଏଲର ଅନ୍ତିମ ପର୍ଯ୍ୟାୟରେ ଏହା ଅନୁଷ୍ଠିତ ହେବ ବୋଲି ବୋର୍ଡ ସୂତ୍ରରୁ ଜଣ ପଡିଛି। ନଭେମ୍ବର 1 ରୁ 10 ନଭେମ୍ବର ମଧ୍ୟରେ ଚାରିଟି ମହିଳା ଦଳ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ସେ କହିଛନ୍ତି। ସେହି ଅନୁଯାୟୀ, ପୁରୁଷ ଆଇପିଏଲ୍ ଫାଇନାଲ୍ ନଭେମ୍ବର 8 ପରିବର୍ତ୍ତେ ନଭେମ୍ବର 10 ରେ ଖେଳିବାର ସମ୍ଭାବନା ବଢିଯାଇଛି ।

ତେବେ ଏହା ସ୍ପଷ୍ଟ ନାହିଁ ଯେ ଏଥର ଅନୁଷ୍ଠିଥା ହେବାକୁ ଥିବା ମହିଳା ମ୍ୟାଚ୍ କୁ ଆଇପିଏଲ୍ କୁହାଯିବ କିମ୍ବା ଏଥର ମଧ୍ୟ ଗତ ଦୁଇ ବର୍ଷ ଭଳି ବିସିସିଆଇ ଏହାକୁ ମହିଳା ଟି -20 ଚ୍ୟାଲେଞ୍ଜର୍ କପ୍ ଭାବରେ ଉପସ୍ଥାପନ କରିବ। ବାସ୍ତବରେ ମହିଳା ଆଇପିଏଲ୍ ପାଇବାରେ ଅନେକ ବୈଷୟିକ ପ୍ରତିବନ୍ଧକ ଅଛି, ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫ୍ରାଞ୍ଚାଇଜ୍ କରାଯାଇ ନାହିଁ କିମ୍ବା ମହିଳା କ୍ରିକେଟରଙ୍କୁ ନିଲାମ ମାଧ୍ୟମରେ ଦଳ ବଣ୍ଟନ ମଧ୍ୟ କରାଯାଇ ନାହିଁ। କେବଳ ଦୁଇ ମାସ ମଧ୍ୟରେ ଏସବୁ କରିବା ସମ୍ଭବ ନୁହେଁ, ଯଦିଓ ପୂର୍ବରୁ ଥିବା ଫ୍ରାଞ୍ଚାଇଜ୍ ମାନଙ୍କୁ ନିଜସ୍ୱ ମହିଳା ଦଳ ଗଠନ କରିବାକୁ କୁହାଯାଏ, ତେବେ ନିଲାମ ପ୍ରକ୍ରିୟା ସମାପ୍ତ କରିବା ସମ୍ଭବ ନୁହେଁ, କୋଭିଡ -19 ର ଏହି ବିପର୍ଯ୍ୟୟ ସମୟରେ ମଧ୍ୟ ଯେତେବେଳେ ବିଦେଶୀ କ୍ରିକେଟର ଖେଳିବାର କୌଣସି ନିଶ୍ଚିତତା ମଧ୍ୟ ନାହିଁ।