ପୁଣିଥରେ ଶିବମ ଦୁବେଙ୍କର ଚମତ୍କାର ପ୍ରଦର୍ଶନ! ଧୋନୀଙ୍କର ଏହି ବାଜି ଜିତାଇ ଦେଲା ମ୍ୟାଚ….

  1. Home
  2. IPL Special

ପୁଣିଥରେ ଶିବମ ଦୁବେଙ୍କର ଚମତ୍କାର ପ୍ରଦର୍ଶନ! ଧୋନୀଙ୍କର ଏହି ବାଜି ଜିତାଇ ଦେଲା ମ୍ୟାଚ….


IPL ୨୦୨୪ ଠାରୁ ଅଧିନାୟକତ୍ୱ ଯାତ୍ରା ଆରମ୍ଭ କରିଥିବା ଋତୁରାଜ ଗାଇକୱାଡଙ୍କ ପାଇଁ ଭଲ ଦିନ ଜାରି ରହିଛି। ଗାଇକୱାଡଙ୍କର ଅଧିନାୟକତ୍ୱରେ, ସିଏସକେ କ୍ରମାଗତ ନିଜ ଘରୋଇ ଗ୍ରାଉଣ୍ଡରେ ଦ୍ୱିତୀୟ ବିଜୟ ହାସଲ କରିବାରେ ସଫଳ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଆରସିବିକୁ ପରାସ୍ତ କରିଥିବା ସିଏସ୍‌କେ ଦ୍ୱିତୀୟ ମ୍ୟାଚ୍‌ରେ ୬୩ ରନ୍‌ ବ୍ୟବଧାନରେ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରିଛି।

Gt vs mi

ରନ୍ ଦୃଷ୍ଟିରୁ ଏହା ଗୁଜୁରାଟର ସବୁଠାରୁ ବଡ ପରାଜୟ ଥିଲା। ଚେନ୍ନାଇର ଏହି ବଡ ବିଜୟରେ କ୍ୟାପଟେନ ରୁତୁରାଜ ଗାଇକୱାଡ ବହୁତ ଖୁସି ମନେ ହେଉଥିଲେ। ତେବେ ସେ ଏହି ବିଜୟ ପାଇଁ ଅନ୍ୟ ଜଣଙ୍କୁ ଶ୍ରେୟ ଦେଇଛନ୍ତି। ରୁତୁରାଜ ଗାଇକୱାଡ କହିଛନ୍ତି, ଆଜିର ମ୍ୟାଚ୍ ବହୁତ ଚମତ୍କାର ଥିଲା। ଖେଳର ତିନୋଟି ବିଭାଗରେ ଆମେ ଭଲ ପ୍ରଦର୍ଶନ କରିଥିଲୁ।

Csk

ଗୁଜୁରାଟ ଭଳି ଦଳ ବିପକ୍ଷରେ ଜିତିବା ପାଇଁ ଆମକୁ ସମାନ ପ୍ରଦର୍ଶନ ଆବଶ୍ୟକ ରହିଥିଲା ବୋଲି କହିଛନ୍ତି ଋତୁରାଜ୍। ସେ ଆହୁରି କହିଛନ୍ତି ଯେ  ଚେନ୍ନାଇର ୱିକେଟ୍ ବିଷୟରେ ଆଗରୁ କିଛି କୁହାଯାଇପାରିବ ନାହିଁ କିମ୍ବା ବୁଝି ହେବନାହିଁ। ରଚିନ୍ ରବିନ୍ଦ୍ର ମ୍ୟାଚ୍‌ରେ ଯେଉଁ ପ୍ରକାରର ବିସ୍ଫୋରକ ଆରମ୍ଭ କରିଥିଲେ, ତାହା ଦଳକୁ ଆଗକୁ ନେଇ ଯାଇଥିଲା ବୋଲି କହିଛନ୍ତି ଋତୁରାଜ।

Dubey

ସେ ଦଳର ବୋଲିଂ ଏବଂ ଫିଲ୍ଡିଂ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା କହିଛନ୍ତି।  ଏହା ଦଳପାଇଁ ଚ୍ୟାଲେଞ୍ଜ ଥିଲା ଯାହା ବର୍ତ୍ତମାନ ଉନ୍ନତ ହେଉଛି ବୋଲି ସେ କହିଛନ୍ତି। ଯେତେବେଳେ ଶିବମ ଦୁବେଙ୍କ ବିଷୟରେ ପଚରାଗଲା, ରୁତୁରାଜ ଗାଇକୱାଡ କହିଛନ୍ତି ଯେ ମାହି ଭାଇ ବ୍ୟକ୍ତିଗତ ଭାବେ ତାଙ୍କ ସହ କାମ କରିଛନ୍ତି। ଏହି କାରଣରୁ ତାଙ୍କର ଆତ୍ମବିଶ୍ୱାସ ବହୁତ ଅଧିକ ରହିଛି ଯାହା ତାଙ୍କ ଖେଳରେ ଦୃଶ୍ୟମାନ ହେଉଛି। ସେ ତାଙ୍କର ଭୂମିକାକୁ ବହୁତ ଭଲ ଭାବରେ ଜାଣନ୍ତି ଏବଂ ଏହାକୁ ଭଲ ଭାବରେ ତୁଲାଉଥିବା ଅଧିନାୟକ କହିଛନ୍ତି।

Mahi and dubey

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶିବମ୍ ଦୁବେ ୨୩ ବଲରେ ୫ ଛକା ମାରିଥିଲେ ଏବଂ ୫୧ ରନର ଭଲ ଇନିଂସ ଖେଳିଥିଲେ। ମ୍ୟାଚ୍ ବିଷୟରେ କହିବାକୁ ଗଲେ ଗୁଜୁରାଟ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୬ ଟି ୱିକେଟ୍ ହରାଇ ୨୦୬ ରନ ସଂଗ୍ରହ କରିଥିଲା। ଋତୁରାଜ ଗାଇକୱାଡ ଏବଂ ରାଚିନ୍ ରବିନ୍ଦ୍ର ୪୬ ରନ ଲେଖାଏଁ କରିଥିଲେ। ସେହିପରି ଭାବରେ ଶିବମ୍ ଦୁବେ ୫୧ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଗୁଜରାଟ ଟାଇଟାନ୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୩ ରନ୍ ସ୍କୋର କରିପାରିଥିଲା ​​ଏବଂ ମ୍ୟାଚକୁ ୬୩ ରନ୍ ବ୍ୟବଧାନରେ ହାରିଯାଇଥିଲା।