ୟୁଏଇ ପଡ଼ିଆ ମଝିରେ ଧୋନିଙ୍କୁ ଜନ୍ମଦିନର ଉପହାର ମାଗିଲେ ରିଷଭ ପନ୍ତ , କ୍ୟାପଟେନ୍ କୁଲ ଦେଲେ ଏପରି ରିଆକ୍ସନ

  1. Home
  2. IPL Special

ୟୁଏଇ ପଡ଼ିଆ ମଝିରେ ଧୋନିଙ୍କୁ ଜନ୍ମଦିନର ଉପହାର ମାଗିଲେ ରିଷଭ ପନ୍ତ , କ୍ୟାପଟେନ୍ କୁଲ ଦେଲେ ଏପରି ରିଆକ୍ସନ

କ୍ରିକେଟ୍ ଖବର : ଚଳିତ ଆଇପିଏଲର ୫୦ ତମ ମ୍ୟାଚରେ ରିଷଭ ପନ୍ତ ଏବଂ ଏମଏସ ଧୋନି ମୁହାଁମୁହିଁ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ କଡା ଟକ୍କର ମଧ୍ୟ ଦେଖିବାକୁ ମିଳିଥିଲା। ଜିନ୍ତୁ ଶେଷରେ ଧୋନିବାହିନୀକୁ ହରାଇ ରିଷଭଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଥିଲା। କିନ୍ତୁ ଏହାରି ମଧ୍ୟରେ ଏହି ମ୍ୟାଚର ବର୍ତ୍ତମାନ ଏପରି କିଛି ଭିଡ଼ିଓ …


ୟୁଏଇ ପଡ଼ିଆ ମଝିରେ ଧୋନିଙ୍କୁ ଜନ୍ମଦିନର ଉପହାର ମାଗିଲେ ରିଷଭ ପନ୍ତ , କ୍ୟାପଟେନ୍ କୁଲ ଦେଲେ ଏପରି ରିଆକ୍ସନ

କ୍ରିକେଟ୍ ଖବର : ଚଳିତ ଆଇପିଏଲର ୫୦ ତମ ମ୍ୟାଚରେ ରିଷଭ ପନ୍ତ ଏବଂ ଏମଏସ ଧୋନି ମୁହାଁମୁହିଁ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ କଡା ଟକ୍କର ମଧ୍ୟ ଦେଖିବାକୁ ମିଳିଥିଲା। ଜିନ୍ତୁ ଶେଷରେ ଧୋନିବାହିନୀକୁ ହରାଇ ରିଷଭଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଥିଲା। କିନ୍ତୁ ଏହାରି ମଧ୍ୟରେ ଏହି ମ୍ୟାଚର ବର୍ତ୍ତମାନ ଏପରି କିଛି ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ନେଇ ମଜାଦାର ଚର୍ଚ୍ଚା ଲାଗିଛି।

ୟୁଏଇ ପଡ଼ିଆ ମଝିରେ ଧୋନିଙ୍କୁ ଜନ୍ମଦିନର ଉପହାର ମାଗିଲେ ରିଷଭ ପନ୍ତ , କ୍ୟାପଟେନ୍ କୁଲ ଦେଲେ ଏପରି ରିଆକ୍ସନ

ଭାଇରାଲ୍ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଯେତେବେଳେ ଏହି ମ୍ୟାଚ୍ ଆରମ୍ଭରୁ ଦୁଇ ଦଳର ଅଧିନାୟକ ଟସ୍ ପାଇଁ ପଡ଼ିଆରେ ଉପସ୍ଥିତ ରହିଥାନ୍ତି, ସେହି ସମୟରେ ଦୁହିଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହୁଏ। ଦୁହେଁ ହସ ଖୁସିରେ ପଡ଼ିଆରେ ମଜା ମସ୍ତି କରୁଥିଲେ। ତେବେ ଏହି ମଜାମସ୍ତି ସମୟରେ ନିଜ ଗୁରୁଠାରୁ ଜନ୍ମଦିନର ଉପହାର ମାଗୁଥିଲେ ପନ୍ତ। ଅର୍ଥାତ୍ ରିଷଭ ପନ୍ତ ନିଜ ଜନ୍ମଦିନର ଉପହାର କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନିଙ୍କୁ ମାଗୁଥିଲେ।

ୟୁଏଇ ପଡ଼ିଆ ମଝିରେ ଧୋନିଙ୍କୁ ଜନ୍ମଦିନର ଉପହାର ମାଗିଲେ ରିଷଭ ପନ୍ତ , କ୍ୟାପଟେନ୍ କୁଲ ଦେଲେ ଏପରି ରିଆକ୍ସନ

ତେବେ ସେମାନେ କଣ କଥା ହେଉଛନ୍ତି ତାହା କ୍ୟାମେରାରେ ରେକର୍ଡ ହୋଇପାରି ନାହିଁ। କିନ୍ତୁ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଏବଂ ମହେନ୍ଦ୍ର ସିଂ ଧୋନି ଯେଉଁ ପ୍ରକାରରେ କଥା ହେଉଛନ୍ତି ତାହା ହିଁ ଅନୁମାନ କରାଯାଉଛି।

ଭିଡିଓରେ ଦେଖାଯାଉଛି ଯେ, ଧୋନିଙ୍କ ହାତରେ ଘଣ୍ଟା ଦେଖିବା ପରେ ରିଷଭ ପନ୍ତ ତାଙ୍କୁ କିଛି କୁହନ୍ତି ଏବଂ ପରେ ଧୋନିଙ୍କ ହାତରେ ଥିବା ଘଣ୍ଟାଟିକୁ ପନ୍ତ ଅତି ନିକଟରୁ ଦେଖନ୍ତି। ଏହା ପରେ ଦୁହେଁ ପରସ୍ପରକୁ ଦେଖିବା ପରେ ହଠାତ୍ ହସିବାକୁ ଲାଗନ୍ତି। ଉଭୟଙ୍କ ପ୍ରତିକ୍ରିୟାରୁ ଏହିପରି କିଛି ଅନୁମାନ କରାଯାଉଛି।

ୟୁଏଇ ପଡ଼ିଆ ମଝିରେ ଧୋନିଙ୍କୁ ଜନ୍ମଦିନର ଉପହାର ମାଗିଲେ ରିଷଭ ପନ୍ତ , କ୍ୟାପଟେନ୍ କୁଲ ଦେଲେ ଏପରି ରିଆକ୍ସନ

ବିଶ୍ୱାସ କରାଯାଏ ଯେ , ନିଜ ଗୁରୁଙ୍କୁ ଜନ୍ମଦିନର ଉପହାର କେଉଁଆଡ଼େ ଗଲା ବୋଲି ପଚାରୁଛନ୍ତି ପନ୍ତ ? ତେବେ ଏହାର ଉତ୍ତରେ ଧୋନି କହୁଛନ୍ତି ତୁମେ ତୁମର ଭାଇଠାରୁ କେଉଁ ଉପହାର ଗ୍ରହଣ କରିବ? ଏହାର ଉତ୍ତରରେ ପନ୍ତ , ଧୋନି ପିନ୍ଧିଥିବା ଘଣ୍ଟାଟିକୁ ମାଗୁଥିବାର ଭିଡ଼ିଓରେ ଦେଖାଯାଇଛି।