ପ୍ରବୀଣ କୁମାର କଲେ ବଡ଼ ଭବିଷ୍ୟବାଣୀ, କହିଲେ "ମୁମ୍ବାଇ-ଚେନ୍ନାଇ ନୁହେଁ ବରଂ ଏହି ଦଳ IPL 2024 ରେ ହେବ ଚାମ୍ପିୟନ"

  1. Home
  2. IPL Special

ପ୍ରବୀଣ କୁମାର କଲେ ବଡ଼ ଭବିଷ୍ୟବାଣୀ, କହିଲେ "ମୁମ୍ବାଇ-ଚେନ୍ନାଇ ନୁହେଁ ବରଂ ଏହି ଦଳ IPL 2024 ରେ ହେବ ଚାମ୍ପିୟନ"


ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ପ୍ରବୀଣ କୁମାର ଆଇପିଏଲ୍ ୨୦୨୪କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏକ ସାକ୍ଷାତକାର ସମୟରେ କଥାବାର୍ତ୍ତା ବେଳେ କେଉଁ ଦଳ ଆଇପିଏଲର ୧୭ ତମ ସିଜନର ଟାଇଟଲ୍ ଜିତିପାରିବ ସେଥିନେଇ ସେ ନିଜ ମତ ରଖିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରବୀଣ କୁମାର ଚେନ୍ନାଇ ସୁପର କିଙ୍ଗ୍ସ କିମ୍ବା ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ ବୋଲି କହି ନାହାଁନ୍ତି ବରଂ ଏକ ଦଳ ଯାହା ଏପର୍ଯ୍ୟନ୍ତ ଟାଇଟଲ ଜିତିବାରେ ବିଫଳ ହୋଇଛି ତାକୁ ଟାଇଟେଲର ହକଦାର ବୋଲି କହିଛନ୍ତି। 

Pk

ବାସ୍ତବରେ, ନିକଟରେ ପୂର୍ବତନ ଦ୍ରୁତ ବୋଲର ପ୍ରବୀଣ କୁମାରଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ କେଉଁ ଦଳ ଆଇପିଏଲ ୨୦୨୪ ଟାଇଟଲ ଜିତିବ?  ତେଣୁ ଏହାର ଉତ୍ତର ଦେବାବେଳେ ସେ ତୁରନ୍ତ କହିଥିଲେ ଯେ ଏହି ସିଜନ ବୋଲ୍ଡ ଆର୍ମି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନାମରେ ହେବ। ପ୍ରବୀଣ କୁମାର କହିଛନ୍ତି ଯେ,“ଏଥର ଆରସିବି ଦଳ ଜିତିବ କିନ୍ତୁ କାହିଁକି ବୋଲି ପଚାର ନାହିଁ, କେବଳ ଆରସିବି ମୋ ପାଟିରୁ ବାହାରିଛି। ଏବେ ସନ୍ଧ୍ୟା ୭ଟା ବାଜିଛି। ଦେଖିବା ଆରିସିବି ଏଥର ଜିତିବ କି ନାହିଁ। ମୋ ପାଟିରୁ ଯାହା ବାହାରେ ତାହା ସତ ହୋଇଯାଏ। ମୁଁ ନିଶ୍ଚିତ ଯେ ଏଥର ଆରିସିବି ଜିତିବ, ବାଙ୍ଗାଲୋର ୧୬ ବର୍ଷ ପରେ ଟାଇଟଲ ଜିତିବ”।

Rcb

ପ୍ରବୀଣ କୁମାର ୨୦୦୮ ମସିହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଖେଳି ନିଜର ଆଇପିଏଲ୍ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ଦୁଇଟି ସଂସ୍କରଣ ପାଇଁ ଦଳ ସହିତ ଜଡିତ ରହିଥିଲେ। କିନ୍ତୁ ଆଇପିଏଲ୍ ୨୦୧୦ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରବୀଣ କୁମାରଙ୍କୁ ସାମିଲ କରିନଥିଲା। ସେ ଏହି ଫ୍ରାଞ୍ଚାଇଜ୍ ପାଇଁ ମୋଟ ୩୮ ଟି ମ୍ୟାଚ୍ ଖେଳିଥିଲେ।

Pk

ଏହି ଅବଧିରେ ସେ ୩୩.୫୩ ଆଭରେଜ ସହିତ ୩୪ ୱିକେଟ୍ ନେବାରେ ସଫଳ ହୋଇଥିଲେ।  ଏହା ବ୍ୟତୀତ ପ୍ରବୀଣ କୁମାର ପଞ୍ଜାବ କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜୁରାଟ ଲାୟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦର ପ୍ରତିନିଧିତ୍ୱ କରିଛନ୍ତି। ୧୧୯ ଆଇପିଏଲ ମ୍ୟାଚରେ ପ୍ରବୀଣ କୁମାର ୯୦ ୱିକେଟ୍ ନେଇଛନ୍ତି। ସେ ୨୦୧୭ ରେ ଗୁଜୁରାଟ ଲାୟନ୍ସ ପାଇଁ ତାଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ।

ସୂଚନାଯୋଗ୍ୟ ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତିନିଥର ଆଇପିଏଲ୍ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ତେବେ ତିନିଥର ଯାକ ଦଳକୁ ଅପମାନଜନକ ପରାଜୟର ସାମ୍ନା କରିବାକୁ ପଡିଛି। ୨୦୦୯ ରେ ପ୍ରଥମ ଥର ପାଇଁ ଆରିସିବି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। କିନ୍ତୁ ଡେକାନ୍ ଚାର୍ଜର୍ସଙ୍କ ହାତରେ ଆରିସିବି ପରାଜୟ ବରଣ କରିଥିଲା।


ଏହା ପରେ, ଆଇପିଏଲ୍ ୨୦୧୧ରେ ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ଟାଇଟଲ ଜିତିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୧୬ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶେଷ ଫାଇନାଲ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ସେମାନେ ୮ ରନରେ ହାରିଯାଇଥିଲେ। ଏହା ବ୍ୟତୀତ, ଆଇପିଏଲ୍ ୨୦୨୨ରେ ପ୍ଲେ ଅଫ୍ ଯିବା ସତ୍ୱେ ବାଙ୍ଗାଲୋର ଫାଇନାଲ୍ ପାଇଁ ଟିକେଟ ପାଇନଥିଲା।

ଆଇପିଏଲ୍ ୨୦୨୩ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା।  ଦଳ ୧୪ ଟି ମ୍ୟାଚ ମଧ୍ୟରୁ କେବଳ ସାତୋଟି ଜିତିବାରେ ସଫଳ ହୋଇଥିଲା, ଏହି କାରଣରୁ ଦଳକୁ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିବାକୁ ପଡିଥିଲା। ଦଳର ଏହି ସ୍ଥିତିର ମୁଖ୍ୟ କାରଣ ବ୍ୟାଟିଂ ଅର୍ଡର ଥିଲା।  ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିନଥିଲେ।

Praveen

ବିରାଟ କୋହଲି ଏବଂ ଫାଫ୍ ଡୁ ପ୍ଲେସିସ୍ ଆଇପିଏଲ୍ ୨୦୨୩ ର ସର୍ବାଧିକ ସ୍କୋରର ମଧ୍ୟରେ ରହିଥିଲେ। ଏହି ତିନିଜଣଙ୍କ ବ୍ୟାଟିଂ ଆଧାରରେ ହିଁ ଦଳ ଏହାର ଅଭିଯାନକୁ ଆଗେଇ ନେବାରେ ସଫଳ ହୋଇଥିଲା। ଏହା ବ୍ୟତୀତ ବାଙ୍ଗାଲୋରର ବୋଲିଂ ଅର୍ଡର ମଧ୍ୟ ବିଶେଷ କିଛି କରିପାରିନାହିଁ। ତେଣୁ, ଦଳ ଆଇପିଏଲ୍ ୨୦୨୪ରେ ଏହାର ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରିବ ନିଶ୍ଚିତ।