ଟି-୨୦ ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ଏହି ଭେଟେରାନ ଖେଳାଳି! IPL ରେ ପାଇବେ ମୋଟା ଦାମ୍….

  1. Home
  2. IPL Special

ଟି-୨୦ ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ଏହି ଭେଟେରାନ ଖେଳାଳି! IPL ରେ ପାଇବେ ମୋଟା ଦାମ୍….


ୟୁପି ଟି-୨୦ କ୍ରିକେଟ୍ ଲିଗରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି।  ଅନେକ ଯୁବ ଖେଳାଳି ଏପର୍ଯ୍ୟନ୍ତ ଏହି ଲିଗରେ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। କିନ୍ତୁ ଏହି ଖେଳାଳି ମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଅଭିଜ୍ଞ ତଥା ଭେଟେରାନ୍ ଲେଗ୍ ସ୍ପିନର ୩୬ ବର୍ଷ ବୟସରେ ମଧ୍ୟ ପଡ଼ିଆରେ ହଇଚଇ ସୃଷ୍ଟି କରୁଛନ୍ତି।

Piyush

ଏହି ଖେଳାଳି, ଯିଏକି ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ବିଜେତା ଦଳର ଅଂଶ ମଧ୍ୟ ରହିଛନ୍ତି, ସେ ବର୍ତ୍ତମାନ ଚାଲିଥିବା ୟୁପି ଟି-୨୦ ଲିଗରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଭେଟେରାନ୍ ସ୍ପିନ୍ ବୋଲର ପୀୟୁଷ ଚାୱଲାଙ୍କ ଚମତ୍କାର ବୋଲିଂ ସାହାଯ୍ୟରେ ନୋଏଡା କିଙ୍ଗସ୍ (NSK) ଦଳ ଲକ୍ଷ୍ନୌ ଫାଲକନ୍ସ (NF) କୁ ୫ ୱିକେଟରେ ପରାସ୍ତ କରି ୟୁପି ଟି-୨୦ କ୍ରିକେଟ୍ ଲିଗରେ ଚମତ୍କାର ବିଜୟ ହାସଲ କରିଛନ୍ତି।

Piyush

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖରାପ ପାଗ ଏବଂ ବର୍ଷା ହେତୁ ଏହି ମ୍ୟାଚ୍ ୮ ଓଭର ବିଶିଷ୍ଠ ଖେଳାଯାଇଥିଲା। ଯେଉଁଥିରେ ରୋହିତ ଶର୍ମାଙ୍କ ବନ୍ଧୁ ପୀୟୂଷଙ୍କର ଏକ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ୟୁପି ଟି-୨୦ ଲିଗରେ ଏକ ରୋମାଞ୍ଚକର ମୁକାବିଲାରେ ଭେଟେରାନ ବୋଲର ପୀୟୁଷ ଚାୱଲା ନୋଏଡା କିଙ୍ଗ୍ସକୁ ଜିତାଇବାରେ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।  ଯେଉଁଠାରେ ସେ ୧୬ ତମ ଓଭରରେ ମାତ୍ର ୩ ରନ୍ ଦେଇ ୩ ୱିକେଟ୍ ହାସଲ କରି ନେଇଥିଲେ।

Piyush

ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ।  ଏହି ଦଳ ୧୨ ଓଭରରେ ୭ ୱିକେଟ୍ ହରାଇବା ପରେ ୧୦୦ ରନ୍ ସଂଗ୍ରହ କରିଥିଲା। ଏହି ମ୍ୟାଚ୍ ଶେଷ ବଲ୍ ପର୍ଯ୍ୟନ୍ତ ଯାଇଥିଲା। ​​ନୋଏଡାର ବ୍ୟାଟ୍ସମ୍ୟାନ୍ ବବି ଯାଦବ ମ୍ୟାଚର ଶେଷ ବଲରେ ଛକା ମାରି ତାଙ୍କ ଦଳକୁ ଚମତ୍କାର ବିଜୟ ପ୍ରଦାନ କରିଥିଲେ। ଏଥି ସହିତ ରୋହିତ ଶର୍ମାଙ୍କ ସହ ମୁମ୍ବାଇ ପାଇଁ ଖେଳିଥିବା ପୀୟୁଷ ମଧ୍ୟ ବଲ ସହିତ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। 

ଏହି ମ୍ୟାଚ୍‌ରେ ସେ ମାତ୍ର ୧୬ ରନ୍‌ ପାଇଁ ୩ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ୨୦୨୫ ମେଗା ନିଲାମ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଭଳି ପରିସ୍ଥିତିରେ ପୀୟୁଷ ଚାୱଲାଙ୍କ ପ୍ରଦର୍ଶନ ତାଙ୍କ ପାଇଁ ଆଇପିଏଲର ଦ୍ୱାର ଖୋଲିପାରେ। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗତ ସିଜିନରେ ଖେଳିଥିଲେ ଯେଉଁଠାରେ ସେ ୧୧ ଟି ମ୍ୟାଚରେ ୧୩ ୱିକେଟ୍ ନେଇଥିଲେ।

Piyush

ଏହା ସହିତ ସେ ଆଇପିଏଲ ଇତିହାସରେ ୧୯୨ ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ତାଙ୍କ ନାମରେ ୧୯୨ ୱିକେଟ୍ ଅଛି। ପୀୟୁଷ ଚାୱଲା ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁ ବର୍ଷ ଧରି ଆଇପିଏଲରେ ଖେଳିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପ୍ରତ୍ୟାବର୍ତ୍ତନ ଉଭୟ ପ୍ରଶଂସକ ଏବଂ କ୍ରିକେଟ୍ ଜଗତ ପାଇଁ ଆକର୍ଷଣୀୟ ହେବ ନିଶ୍ଚିତ।