IPL 2022: ଏହି 5 ଜଣ ଖେଳାଳିଙ୍କୁ କୌଣସି ଟିମ୍ ବି କିଣିବେ ନାହିଁ, 5 ନମ୍ବର ଖେଳାଳି ର କେରିଅର ଶେଷ ହେବା ନିଶ୍ଚିତ

  1. Home
  2. IPL Special

IPL 2022: ଏହି 5 ଜଣ ଖେଳାଳିଙ୍କୁ କୌଣସି ଟିମ୍ ବି କିଣିବେ ନାହିଁ, 5 ନମ୍ବର ଖେଳାଳି ର କେରିଅର ଶେଷ ହେବା ନିଶ୍ଚିତ

କ୍ରିକେଟ୍ ଖବର : ଆସନ୍ତା ଆଇପିଏଲ ୨୦୨୨ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଗତ ନଭେମ୍ବର ୩୦ ରେ, ସମସ୍ତ ପୁରୁଣା ୮ ଟିମ୍ ସେମାନଙ୍କର ରିଟେନ ଖେଳାଳିଙ୍କ ତାଲିକା ଆଇପିଏଲ୍ ବୋର୍ଡରେ ଦାଖଲ କରିଥିଲେ। ଏହି ତାଲିକାରେ, ୮ ଟି ଫ୍ରାଞ୍ଚାଇଜ୍ ସେମାନଙ୍କର ଅନେକ ତାରକା ଖେଳାଳିଙ୍କୁ ରିଟେନ କରିଥିବାବେଳେ ଅନେକଙ୍କୁ କଠୋର …


IPL 2022: ଏହି 5 ଜଣ ଖେଳାଳିଙ୍କୁ କୌଣସି ଟିମ୍ ବି କିଣିବେ ନାହିଁ, 5 ନମ୍ବର ଖେଳାଳି ର କେରିଅର ଶେଷ ହେବା ନିଶ୍ଚିତ

କ୍ରିକେଟ୍ ଖବର : ଆସନ୍ତା ଆଇପିଏଲ ୨୦୨୨ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଗତ ନଭେମ୍ବର ୩୦ ରେ, ସମସ୍ତ ପୁରୁଣା ୮ ଟିମ୍ ସେମାନଙ୍କର ରିଟେନ ଖେଳାଳିଙ୍କ ତାଲିକା ଆଇପିଏଲ୍ ବୋର୍ଡରେ ଦାଖଲ କରିଥିଲେ। ଏହି ତାଲିକାରେ, ୮ ଟି ଫ୍ରାଞ୍ଚାଇଜ୍ ସେମାନଙ୍କର ଅନେକ ତାରକା ଖେଳାଳିଙ୍କୁ ରିଟେନ କରିଥିବାବେଳେ ଅନେକଙ୍କୁ କଠୋର ନିୟମ ହେତୁ ରିଲିଜ କରିବାକୁ ପଡିଥିଲା ଫ୍ରାଞ୍ଚାଇଜକୁ। ତେବେ ମେଗା ନିଲାମ ପୂର୍ବରୁ ସମସ୍ତ ଦଳ ମିଳିତ ଭାବେ ମୋଟ ୨୭ ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି।

ଏହି ବର୍ଷ ମେଗା ନିଲାମରେ ୮ ନୁହେଁ ବରଂ ୧୦ ଟି ଦଳ ଅଂଶଗ୍ରହଣ କରିବେ। ଦୁଇଟି ନୂତନ ଦଳର ଆଗମନ ହେତୁ ଏଥର ନିଲାମ ଆହୁରି ରୋମାଞ୍ଚକର ହେବାକୁ ଯାଉଛି। କାରଣ ଏଥର ସମସ୍ତ ଦଳରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ଏବଂ ଅନେକ ବଡ ଷ୍ଟାର୍ ଖେଳାଳି ଏହି ନିଲାମର ଅଂଶ ହେବେ, ଯାହା ବିଷୟରେ ଜାଣିବା ପାଇଁ ଅନେକ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ହୋଇଛନ୍ତି।

IPL 2022: ଏହି 5 ଜଣ ଖେଳାଳିଙ୍କୁ କୌଣସି ଟିମ୍ ବି କିଣିବେ ନାହିଁ, 5 ନମ୍ବର ଖେଳାଳି ର କେରିଅର ଶେଷ ହେବା ନିଶ୍ଚିତ

କିନ୍ତୁ, ଏଥର କିଛି ଖେଳାଳିଙ୍କ ବିକ୍ରୟ ନ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି। ଏହା ପଛରେ ଅନେକ ବଡ଼ କାରଣ ମଧ୍ୟ ଅଛି। ଏହି ବିଶେଷ ଆର୍ଟିକିଲରେ, ଆମେ ଏପରି ୫ ଜଣ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଆଗାମୀ ଆଇପିଏଲର ମେଗା ନିଲାମରେ ବିକ୍ରି ହୋଇ ନ ପାରନ୍ତି।

୧) ଷ୍ଟିଭ୍ ସ୍ମିଥ୍ :

IPL 2022: ଏହି 5 ଜଣ ଖେଳାଳିଙ୍କୁ କୌଣସି ଟିମ୍ ବି କିଣିବେ ନାହିଁ, 5 ନମ୍ବର ଖେଳାଳି ର କେରିଅର ଶେଷ ହେବା ନିଶ୍ଚିତ

ଏହି ତାଲିକାରେ, ଆମେ ପ୍ରଥମେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥଙ୍କ ବିଷୟରେ ଆଲୋଚନା କରିଛୁ। ଯିଏକି ଗତ ୨ ରୁ ୩ ଟି ସିଜନରେ ଭଲ ଫର୍ମରେ ନାହାନ୍ତି। ଗତ ବର୍ଷ ନିଲାମ ପୂର୍ବରୁ ରାଜସ୍ଥାନ ତାଙ୍କୁ ମୁକ୍ତ କରିଥିଲା। ଯାହା ପରେ, ଆଇପିଏଲ୍ ୨୦୨୧ ନିଲାମରେ, ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୨.୨୦ କୋଟି ଟଙ୍କାରେ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ଗତ ସିଜନରେ ଷ୍ଟିଭ୍ ସ୍ମିଥ୍ ମୋଟ ୮ ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ଯେଉଁଥିରେ ସେ ହାରାହାରି ୨୫.୩୩ ରେ ୧୫୨ ରନ୍ ସ୍କୋର କରିଥିଲେ। ତେବେ ଦିଲ୍ଲୀ ଦଳ ତାଙ୍କୁ ପୁଣି ଚଳିତ ବର୍ଷ ମଧ୍ୟ ରିଲିଜ କରିଦେଇଛି। ସ୍ମିଥ୍ ଆଇପିଏଲ୍ ୨୦୨୨ ପାଇଁ ମେଗା ନିଲାମରେ ବିକ୍ରି ହୋଇନ ପାରିବାର ଏହା ହେଉଛି ଏକ ବଡ଼ କାରଣ। କାରଣ ସେ ବର୍ତ୍ତମାନ ଦୁଇଟି ସିଜନରେ ଭଲ ଫର୍ମରେ ନାହାନ୍ତି।

୨) ହରଭଜନ ସିଂ :

IPL 2022: ଏହି 5 ଜଣ ଖେଳାଳିଙ୍କୁ କୌଣସି ଟିମ୍ ବି କିଣିବେ ନାହିଁ, 5 ନମ୍ବର ଖେଳାଳି ର କେରିଅର ଶେଷ ହେବା ନିଶ୍ଚିତ

ଏହି ତାଲିକାର ଦ୍ୱିତୀୟ ବଡ ନାମ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂ। ତାଙ୍କୁ ଗତ ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ରିଲିଜ କରିଦେଇଥିଲା। ଚେନ୍ନାଇ ଗତ ବର୍ଷ ତାଙ୍କୁ ନିଲାମୀ ପାଇଁ ପଠାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ତେବେ ଭଜି ନିଲାମକୁ ଆସିବା ପରେ କେବଳ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ କିଣିଥିଲା। ସୂଚନାଯୋଗ୍ୟ ଯେ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ ତମ ସିଜନରେ ଭାଜୀ ଚେନ୍ନାଇ ଦଳ ସହିତ ୟୁଏଇରେ ପହଞ୍ଚି ନଥିଲେ। କରୋନା ହେତୁ, ୟୁଏଇରେ ଆଇପିଏଲ୍ ର ୧୩ ତମ ସିଜନ୍ ଅନୁଷ୍ଠିତ ହୋଇଥିଲା ଏବଂ ବ୍ୟକ୍ତିଗତ କାରଣ ଦର୍ଶାଇ ହରଭଜନ ଦଳ ସହ ଆସିବାକୁ ମନା କରିଦେଇଥିଲେ। ଏହା ପରେ ସେ ୨୦୨୧ ରେ ନିଲାମକୁ ଆସିଥିଲେ। ତାଙ୍କର ବେସ ପ୍ରାଇସ୍ ୨ କୋଟି ଥିଲା ଏବଂ ଏହି ମୂଲ୍ୟରେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ନିଜ ଫ୍ରାଞ୍ଚାଇଜରେ ଅନ୍ତର୍ଭୁକ୍ତ କରିଥିଲା। ମାତ୍ର ଚଳିତ ବର୍ଷ ତାଙ୍କୁ ଖେଳିବାର ଅଧିକ ସୁଯୋଗ ମିଳିନଥିଲା। କେକେଆର ମ୍ୟାନେଜମେଣ୍ଟ ମାତ୍ର ୩ ଟି ମ୍ୟାଚରେ ଭଜିଙ୍କୁ ଦଳରେ ସ୍ଥାନ ଦେଇଥିଲା। ଏହି ୩ଟି ମ୍ୟାଚରେ ସେ ୪ ଟି ଓ୍ବିକେଟ୍ ନେଇଥିଲେ। ଏପରି ପରିସ୍ଥିତିରେ, ଏହା କୁହାଯାଇପାରେ ଯେ ଆଇପିଏଲ ୨୦୨୨ ର ମେଗା ନିଲାମରେ ହରଭଜନ ସିଂ ବିକ୍ରି ହୋଇପାରିବେ ନାହିଁ।

୩) ଅଜିଙ୍କ୍ୟ ରାହାଣେ :

IPL 2022: ଏହି 5 ଜଣ ଖେଳାଳିଙ୍କୁ କୌଣସି ଟିମ୍ ବି କିଣିବେ ନାହିଁ, 5 ନମ୍ବର ଖେଳାଳି ର କେରିଅର ଶେଷ ହେବା ନିଶ୍ଚିତ

ଏହି ତାଲିକାର ତୃତୀୟ ବଡ ନାମ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ। ଗତ କିଛି ସିଜନରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। କ୍ରମାଗତ ଭାବରେ ନିଜର ଖରାପ ଖେଳ ଯୋଗୁଁ ତାଙ୍କୁ ୨୦୨୧ ଆଇପିଏଲରେ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ଦିଆଯାଇନଥିଲା। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ରାହାଣେ ସୀମିତ ଓଭର ଫର୍ମାଟରେ ଖେଳିବାର ସୁଯୋଗ ପାଆନ୍ତି | କିଛି ସମୟ ହେଲା ସେ ସଠିକ ବ୍ୟାଟିଂ ପାଇଁ ବହୁତ ସଂଘର୍ଷ କରିଆସୁଛନ୍ତି। ଆଇପିଏଲର ଚତୁର୍ଦ୍ଦଶ ସିଜନରେ ସେ ଦିଲ୍ଲୀ ପକ୍ଷରୁ ମାତ୍ର 2 ଟି ମ୍ୟାଚ୍ ଖେଳିବାକୁ ମୌକ୍କା ପାଇଥିଲେ। ଆଉ ୨ଟି ମ୍ୟାଚ୍‌ରେ ମାତ୍ର ୮ ରନ୍ ସ୍କୋର କରିଥିଲେ। ସେହିଭଳି ୨୦୨୦ ରେ, ସେ ମୋଟ ୯ ଟି ମ୍ୟାଚ୍ ଖେଳିଥିଲେ ଏବଂ ହାରାହାରି ୧୪ରେ ସେ ୧୧୩ ରନ୍ ସ୍କୋର କରିଥିଲେ। ତାଙ୍କର ଖରାପ ଆକଳନ ଏବଂ କାର୍ଯ୍ୟଦକ୍ଷତାକୁ ଦେଖିଲେ ଏହା କୁହାଯାଇପାରେ ଯେ ରାହାଣେଙ୍କୁ ଆଇପିଏଲ ୨୦୨୨ ପାଇଁ କୌଣସି ଦଳ ମେଗା ନିଲାମରେ ନେଇ ନ ପାରନ୍ତି।

୪) ଇମ୍ରାନ ତାହିର :

IPL 2022: ଏହି 5 ଜଣ ଖେଳାଳିଙ୍କୁ କୌଣସି ଟିମ୍ ବି କିଣିବେ ନାହିଁ, 5 ନମ୍ବର ଖେଳାଳି ର କେରିଅର ଶେଷ ହେବା ନିଶ୍ଚିତ

ଏହି ତାଲିକାର ଚତୁର୍ଥ ନାମ ହେଉଛି ଦକ୍ଷିଣ ଆଫ୍ରିକାର ସ୍ପିନ୍ ବୋଲର ଇମ୍ରାନ ତାହିର। ଗତ ବର୍ଷ ଚେନ୍ନାଇ ବେସ୍ ମୂଲ୍ୟରେ ୧ କୋଟିରେ କ୍ରୟ କରି ତାଙ୍କ ଦଳରେ ଯୋଡିଥିଲେ। ତେବେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ତାଙ୍କୁ ଅଧିକ ଖେଳିବାର ସୁଯୋଗ ମିଳିନଥିଲା। ୧୪ ତମ ସିଜନରେ ଏମଏସ ଧୋନି ତାଙ୍କୁ ଗୋଟିଏ ମ୍ୟାଚରେ ଖେଳାଇଥିଲେ, ଯେଉଁଥିରେ ସେ ୪ ଇକୋନୋମି ହାରରେ ବୋଲିଂ କରି ୨ଟି ୱିକେଟ୍ ନେଇଥିଲେ। ସେହିଭଳି ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ ତମ ସିଜନରେ ମଧ୍ୟ ତାହିରଙ୍କୁ ଅଧିକ ସୁଯୋଗ ମିଳିନଥିଲା। ତାଙ୍କୁ ମାତ୍ର ୩ ଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା। ତେବେ ଗତ ଦୁଇଟି ସିଜନରେ, କୌଣସି ଦଳ ତାଙ୍କ ପ୍ରତି ଅଧିକ ଆଗ୍ରହ ଦେଖାଇ ନାହାଁନ୍ତି କିମ୍ବା ତାଙ୍କୁ ଏହି ଟୁର୍ନାମେଣ୍ଟରେ ଖେଳିବାକୁ ଅଧିକ ସୁଯୋଗ ଦେଇନାହାଁନ୍ତି। ତେଣୁ, ଏହା କୁହାଯାଇପାରେ ଯେ ଇମ୍ରାନ ତାହିର ଆଇପିଏଲ ୨୦୨୨ ପାଇଁ ମେଗା ନିଲାମରେ ବିକ୍ରି ନ ହୋଇ ପାରିବା ଖେଳାଳି ତାଲିକାରେ ରହି ପାରନ୍ତି।

୫) ଚେତେଶ୍ୱର ପୂଜାରା :

IPL 2022: ଏହି 5 ଜଣ ଖେଳାଳିଙ୍କୁ କୌଣସି ଟିମ୍ ବି କିଣିବେ ନାହିଁ, 5 ନମ୍ବର ଖେଳାଳି ର କେରିଅର ଶେଷ ହେବା ନିଶ୍ଚିତ

ଏହି ତାଲିକାର ପଞ୍ଚମ ତଥା ଶେଷ ନମ୍ବରରେ ଅଛନ୍ତି ଚେତେଶ୍ୱର ପୂଜାରା। ତାଙ୍କୁ ଦୀର୍ଘ ସମୟ ପରେ ଗତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ କିଣିଥିଲା। ଯାହା ପରେ ତାଙ୍କୁ ମଧ୍ୟ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା। ବାସ୍ତବରେ, ପୂଜାରାଙ୍କୁ ଟେଷ୍ଟ୍ ଫର୍ମାଟରେ ଜଣେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଏ ଏବଂ ସେ ଦୀର୍ଘ ବର୍ଷ ଧରି କେବଳ ଲମ୍ବା ଫର୍ମାଟ୍ର ମ୍ୟାଚରେ ଖେଳି ଆସୁଛନ୍ତି। ପୂଜାରାଙ୍କୁ ଟ୍ରୋଲ କରାଯିବାର ଏହା ଏକ କାରଣ ଥିଲା। ଏହା ବ୍ୟତୀତ, କିଛି ସମୟ ପାଇଁ ସେ ଟେଷ୍ଟ ଫର୍ମାଟରେ ମଧ୍ୟ ବହୁତ ସଂଘର୍ଷ କରିଆସୁଛନ୍ତି, ଏପରି ପରିସ୍ଥିତିରେ ଅଧିକାଂଶ ପ୍ରଶଂସକ ତାଙ୍କୁ ଚେନ୍ନାଇର ଦଳରେ ଅନ୍ତର୍ଭୁକ୍ତ କରିବା କଥା ହଜମ କରି ପାରିନଥିଲେ। ଶେଷ ଥର ପାଇଁ ସେ ୨୦୧୪ ମସିହାରେ ଏହି ଟୁର୍ନାମେଣ୍ଟରେ ଖେଳିଥିଲେ। ତାଙ୍କର ଆଇପିଏଲ୍ ରେକର୍ଡ ବହୁତ ଖରାପ ରହିଛି, ସେଥିପାଇଁ ତାଙ୍କ ପ୍ରତି କୌଣସି ଦଳ ଆଗ୍ରହ ଦେଖାଇବେ ନାହିଁ। ତେବେ ଗତ ବର୍ଷ ଅନୁଷ୍ଠିତ ନିଲାମରେ ଚେନ୍ନାଇ ତାଙ୍କୁ ୫୦ ଲକ୍ଷ ମୂଲ୍ୟରେ କିଣିଥିଲା ​​ଏବଂ ତାଙ୍କୁ ଗୋଟିଏ ବି ମ୍ୟାଚରେ ଖେଳିବାକୁ ସୁଯୋଗ ଦିଆଯାଇନଥିଲା। ଏହା ସହିତ ଚଳିତ ବର୍ଷ ଦଳ ତାଙ୍କୁ ରିଲିଜ କରି ଦେଇଛି। ଏହି ଟୁର୍ନାମେଣ୍ଟରେ ସେ କିପରି ପ୍ରଦର୍ଶନ କରିଛନ୍ତି ତାହା ଦେଖିଲେ ଏହା କୁହାଯାଇପାରେ ଯେ ଆଇପିଏଲ ୨୦୨୨ ରେ ବି ତାଙ୍କୁ କୌଣସି ଦଳ କିଣି ନ ପାରନ୍ତି।