ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଙ୍କ ସହ ଗୌତମ ଗମ୍ଭୀର ଙ୍କ ବଡ ବୟାନ, କହିଲେ ସୁରେଶ ରାଇନା ବିନା CSK

  1. Home
  2. IPL Special

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଙ୍କ ସହ ଗୌତମ ଗମ୍ଭୀର ଙ୍କ ବଡ ବୟାନ, କହିଲେ ସୁରେଶ ରାଇନା ବିନା CSK

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 13 ତମ ସିଜନ୍ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ 19 ସେପ୍ଟେମ୍ବରରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗତ ବର୍ଷର ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ। ଏହି ଆଇପିଏଲ ସିଜନରେ ସୁରେଶ ରାଇନା ଏବଂ ହରଭଜନ ସିଂ …


ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଙ୍କ ସହ ଗୌତମ ଗମ୍ଭୀର ଙ୍କ ବଡ ବୟାନ, କହିଲେ ସୁରେଶ ରାଇନା ବିନା CSK

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 13 ତମ ସିଜନ୍ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ 19 ସେପ୍ଟେମ୍ବରରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗତ ବର୍ଷର ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ। ଏହି ଆଇପିଏଲ ସିଜନରେ ସୁରେଶ ରାଇନା ଏବଂ ହରଭଜନ ସିଂ ନ ରହିବା CSK ପାଇଁ ଏକ ବଡ ଝଟକା ସଦୃଶ୍ୟ, ବ୍ୟକ୍ତିଗତ କାରଣରୁ ଉଭୟ ଏହି ସିଜନ୍ ରୁ ପ୍ରତ୍ୟାହାର କରିଛନ୍ତି। ରାଇନାଙ୍କ ଅନୁପସ୍ଥିତି ଯୋଗୁଁ CSK ର ସମସ୍ୟା କାହିଁକି ବଢିବ ବୋଲି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ କହିଛନ୍ତି।

ଷ୍ଟାର୍ ସ୍ପୋର୍ଟସ୍ ସୋ ‘ଗେମ୍ ପ୍ଲାନ୍’ରେ ଡିନ୍ ଜୋନ୍ସ କହିଛନ୍ତି,’ ରାଇନା ଏଥର ଖେଳିବାକୁ ଥିବା ଏକାଦଶରେ ନ ରହିବା ଏକ ବଡ ଚିନ୍ତା ହେବ, ସେ ଆଇପିଏଲର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଙ୍କ ମଧ୍ୟରୁ ଜଣେ । ସେ ବାମ ହାତରେ ବ୍ୟାଟ୍ସମ୍ୟାନ ଏବଂ ସ୍ପିନ୍ ବିପକ୍ଷରେ ବହୁତ ଭଲ ବ୍ୟାଟ୍ସମ୍ୟାନ, CSK ପାଇଁ ସମସ୍ୟା ହୋଇପାରେ ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟାଟ୍ସମ୍ୟାନ୍ ଡାହାଣ ହାତରେ ବ୍ୟାଟିଂ କରନ୍ତି, ତାଙ୍କୁ ଦଳର କିଛି ବାମହାତୀ ବ୍ୟାଟ୍ସମ୍ୟାନ୍ ବହୁତ ଆବଶ୍ୟକ, ଯେତେବେଳେ ସେ ଲେଗ୍ ସ୍ପିନର ବିପକ୍ଷରେ ରାଇନା ଖେଳନ୍ତି ଏବଂ ବଲ୍ ବାଉଂଡେରୀ ବାହାରକୁ ଯାଇଥାଏ।

ଏହା ସହ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଗମ୍ଭୀର ମଧ୍ୟ କହିଥିଲେ ଯେ ଧୋନୀଙ୍କ ସେନା ବିରୋଧରେ ମୁମ୍ଵାଇ ଇଣ୍ଡିଆନ୍ସ ଦଳ ଭାରି ପଡିବ। ସେ ଷ୍ଟାର ସ୍ପୋର୍ଟ୍ସର ସୋ ‘କ୍ରିକେଟ୍ କନେକ୍‌ଟେଡ୍‌’ରେ କହିଛନ୍ତି ଯେ,ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରାଙ୍କ ଯୋଗୁଁ ମୁମ୍ବାଇର ବୋଲିଂ ଆକ୍ରମଣ ମଜବୁତ ହେବ। ଟ୍ରେଣ୍ଟ ବୋଲ୍ଟ ନୂତନ ବଲରେ ଓ୍ଵିକେଟ୍ ନେଇ ପାରନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ବୁମରାଙ୍କ ପରି ବୋଲର ଅଛନ୍ତି। ମୁଁ ଦେଖିବାକୁ ଚାହିଁବି ଉଭୟ ବୋଲର କିପରି ପ୍ରଦର୍ଶନ କରୁଛନ୍ତି।