ଦେଖନ୍ତୁ ଭିଡ଼ିଓ: ଚମତ୍କାର କ୍ୟାଚ୍ ଧରିଲେ ଧୋନି! ଭାଇରାଲ ହେଉଛି ଭିଡ଼ିଓ….

  1. Home
  2. IPL Special

ଦେଖନ୍ତୁ ଭିଡ଼ିଓ: ଚମତ୍କାର କ୍ୟାଚ୍ ଧରିଲେ ଧୋନି! ଭାଇରାଲ ହେଉଛି ଭିଡ଼ିଓ….


କଥାରେ ଅଛି ଓଲ୍ଡ ଇଜ୍ ଗୋଲ୍ଡ। ଏହି ଇଂରାଜୀ ବାକ୍ୟ ଏମଏସ ଧୋନି ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରଯୁର୍ଯ୍ୟ ଅଟେ। ଧୋନିଙ୍କୁ ୪୨ ବର୍ଷ ବୟସ ହୋଇଛି ସତ କିନ୍ତୁ ବୟସ ବଢିବା ସହିତ ସେ ଆହୁରି ଫିଟ ହେଉଥିବା ଜଣାପଡ଼ୁଛି। ତାଙ୍କର ଶକ୍ତି ବୃଦ୍ଧି ପାଉଛି ଏବଂ ଭଲ କରିବାକୁ ତାଙ୍କର ଇଚ୍ଛା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

Csk vs gt

ଆଇପିଏଲ୍ ୨୦୨୪ ରେ ୪୨ ବର୍ଷ ବୟସ୍କ ଧୋନି ନିଜର ଫିଟନେସ୍ ଏବଂ ଚମତ୍କାରତା ସହିତ ଯୁବ ଖେଳାଳି ମାନଙ୍କୁ ପ୍ରତିଯୋଗିତା ଦେଉଛନ୍ତି। ଧୋନି ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ବ୍ୟାଟିଂ କରିବାକୁ ଆସିନଥିଲେ ହେଁ ଏକ ଚମତ୍କାର କ୍ୟାଚ ଧରିଥିଲେ ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Catch

ଏମଏସ ଧୋନି ୪୨ ବର୍ଷ ବୟସରେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ନିଜ ଫିଟନେସ୍ ସହିତ ନିଜ ଦଳର ଯୁବ ଖେଳାଳିଙ୍କୁ ଟକ୍କର ଦେଉଛନ୍ତି। ପ୍ରକୃତରେ ଗୁଜୁରାଟ ବ୍ୟାଟିଂ କରୁଥିବା ବେଳେ ଚେନ୍ନାଇ ଦଳର ଡାରିଲ ମିଚେଲ ବୋଲିଂ କରିବାକୁ ଆସିଥିଲେ। ବ୍ୟାଟିଂ କରୁଥିବା ବିଜୟ ଶଙ୍କରଙ୍କର ଏକ ଏଜ୍ ଲାଗିଥିବା ବେଳେ ଧୋନୀ ନିଜ ଡାହାଣ ପଟକୁ ଲମ୍ଫ ପ୍ରଦାନ କରି ଏକ ଚମତ୍କାର କ୍ୟାଚ ଧରିଥିଲେ। ଏହି କ୍ୟାଚଟି ଉତ୍କୃଷ୍ଟ ଏବଂ ଆକର୍ଷଣୀୟ ଥିଲା।

ସେ କ୍ୟାଚ ଧରିବା ପରେ ଦଳର ସମସ୍ତ ଖେଳାଳି ଧୋନିଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ।  ଧୋନି ମଧ୍ୟ ଏହି କ୍ୟାଚ୍ ପାଇଁ ବହୁତ ଖୁସି ଜଣାପଡୁଥିଲେ। କ୍ୟାଚ ଧରିବାର ଭିଡିଓ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି। ଯାହାକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରୁଛନ୍ତି ଏବଂ ବହୁଳ ଭାବରେ ସେୟାର ମଧ୍ୟ କରୁଛନ୍ତି।


ସିଏସକେ ଏବଂ ଧୋନି ପ୍ରଶଂସକମାନେ ଆଶା କରୁଥିଲେ ଯେ ଧୋନି ଗୁଜୁରାଟ ବିପକ୍ଷରେ ବ୍ୟାଟିଂ କରିବାକୁ ଆସିବେ କିନ୍ତୁ ପୂର୍ବତନ ଅଧିନାୟକ ପୁଣି ଥରେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ତାଙ୍କୁ ବ୍ୟାଟିଂ କରିବାକୁ ଆସିବାର ଅନେକ ସୁଯୋଗ ଥିଲା କିନ୍ତୁ ପ୍ରତ୍ୟେକ ଥର ସେ ଅନ୍ୟ ଜଣେ ବ୍ୟାଟ୍ସମ୍ୟାନଙ୍କୁ ପଠାଉଥିଲେ। ବୋଧହୁଏ ସେ ଶେଷ ଓଭରରେ ୧-୨ଟି ବଲ ପାଇଁ କ୍ରିଜକୁ ଆସିବାକୁ ଆଶା କରୁଥିଲେ।

Catch

ସେହି ସମୟ ମଧ୍ୟରେ କୌଣସି ୱିକେଟ୍ ପଡ଼ିଲା ନାହିଁ ଏବଂ ଏହି ମ୍ୟାଚରେ ପ୍ରଶଂସକମାନେ ତାଙ୍କ ବ୍ୟାଟିଂ ଦେଖିବାକୁ ଅପେକ୍ଷା କରିଥିଲେ। ଗୁଜୁରାଟ ବିପକ୍ଷରେ ଟସ୍ ହରାଇବା ପରେ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଋତୁରାଜ ଗାଇକୱାଡଙ୍କ ୪୬, ୨୦ଟି ବଲରେ ରଚିନ୍ ରବିନ୍ଦ୍ରଙ୍କ ୪୬ ଏବଂ ପରେ ୨୩ ଟି ବଲରେ ୫୧ ରନର ଶିବମ୍ ଦୁବେଙ୍କ ବିସ୍ଫୋରକ ଇନିଂସ ହେତୁ ଚେନ୍ନାଇ ୨୦୬ ରନ୍ ସ୍କୋର କରିଥିଲା।