IPL ଇତିହାସରେ କେଉଁ ଭାରତୀୟ ଖେଳାଳି ଜିତିଛନ୍ତି ଅରେଞ୍ଜ କ୍ୟାପ୍ ! ଦେଖନ୍ତୁ ଭାରତୀୟ ଖେଳାଳିଙ୍କ ଲିଷ୍ଟ..

  1. Home
  2. IPL Special

IPL ଇତିହାସରେ କେଉଁ ଭାରତୀୟ ଖେଳାଳି ଜିତିଛନ୍ତି ଅରେଞ୍ଜ କ୍ୟାପ୍ ! ଦେଖନ୍ତୁ ଭାରତୀୟ ଖେଳାଳିଙ୍କ ଲିଷ୍ଟ..

Sachin-Gaikwad


କ୍ରିକେଟ୍ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗର ଏପର୍ଯ୍ୟନ୍ତ ୧୪ ଟି ସଂସ୍କରଣ ସମାପ୍ତ ହୋଇଛି। ଆଉ ବର୍ତ୍ତମାନ ଏହାର ୧୫ ତମ ସିଜନ ଖେଳାଯାଉଛି। ବିଶ୍ଵର ବିଭିନ୍ନ ସ୍ଥାନର କ୍ରିକେଟର ଏଥିରେ ଖେଳିଥାନ୍ତି। କିଏ ଭଲ ବୋଲିଂ କରି ନିଜର ନାମ ହାସଲ କରନ୍ତି ତ ଆଉ କେହି ଭଲ ବ୍ୟାଟିଂ କରି ଲୋକଲୋଚନକୁ ଆସନ୍ତି। 

IPL ର ଏକ ସିଜନ୍ ରେ ସର୍ବାଧିକ ରନ୍ ସ୍କୋରରଙ୍କୁ ଅରେଞ୍ଜ କ୍ୟାପ୍ ଦିଆଯାଏ। ୯ ଜଣ ବିଦେଶୀ  ଖେଳାଳି କ୍ରିସ୍ ଗେଲ୍ (2011, 2012), ଡେଭିଡ୍ ୱାର୍ଣ୍ଣର (2015, 2017, 2019), ଶନ୍ ମାର୍ଶ (2008), ମାଥ୍ୟୁ ହେଡେନ (2009), ମାଇକେଲ ହୁସେ (2013), କେନ ୱିଲିୟମସନ (2018) ଏହି କ୍ୟାପ ହାସଲ କରିଛନ୍ତି।ତେବେ ଅନେକ ଭାରତୀୟ ଖେଳାଳି ମଧ୍ୟ ଏହି କ୍ୟାପ୍ ଅକ୍ତିଆର କରିଛନ୍ତି।

ସଚିନ ତେନ୍ଦୁଲକର : 

sachin tendulkar

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଇପିଏଲରେ ଭଲ ରନ୍ ସ୍କୋର ରହିଛି। ସେ ଆଇପିଏଲରେ ଅରେଞ୍ଜ କ୍ୟାପ୍ ପାଇଥିବା ପ୍ରଥମ ଭାରତୀୟ ଖେଳାଳି। ସେ ଖୁବ୍ କମ୍ ସମୟ ମଧ୍ୟରେ ଆଇପିଏଲ୍ ରେ ନିଜ ନାମରେ ଅନେକ ରେକର୍ଡ ତିଆରି କରିଥିଲେ। ଆଇପିଏଲ୍ -2010 ରେ, ସଚିନ୍ ହାରାହାରି 47.53 ଏବଂ ଷ୍ଟ୍ରାଇକ୍ ରେଟ୍ 132.61 ରେ 15 ଟି ମ୍ୟାଚରେ ସର୍ବାଧିକ 618 ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ।

ରବିନ୍ ଉଥାପ୍ପା : 

uthapa

ରବିନ୍ ଉଥାପ୍ପା ଜଣେ ଚମତ୍କାର ଖେଳାଳି ଅଟନ୍ତି। ତାଙ୍କର IPL ରେକର୍ଡକୁ ଦେଖି ଆପଣ ଏହା ଅନୁମାନ କରିପାରିବେ। 2014 ସିଜନରେ ସେ ହାରାହାରି 44.00 ଏବଂ ଷ୍ଟ୍ରାଇକ୍ ହାର 137.78 ରେ 16 ଟି ମ୍ୟାଚରେ 660 ରନ୍ ସଂଗ୍ରହ କରିଥିଲେ। ଆଉ ଏହି ସିଜନରେ ସେ ଅରେଞ୍ଜ କ୍ୟାପ୍ ଜିତିଥିଲେ। 

ବିରାଟ କୋହଲି :

Virat Kohli surpassed David Warner to become the fifth-highest run-getter in T20 cricket

କୋହଲିଙ୍କ ପାଇଁ ଆଇପିଏଲ୍ 2016 ଏକ ସୁବର୍ଣ୍ଣ ବର୍ଷ ଥିଲା। ସେ ୨୦୧୬ବର୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ପ୍ରତ୍ୟେକ ମ୍ୟାଚରେ ରନ୍ ସ୍କୋର କରୁଥିଲେ।  ସେ ଦ୍ରୁତ ବୋଲର ହେଉ କିମ୍ବା ସ୍ପିନ୍ ବୋଲର ହେଉ, ସେ ପ୍ରତ୍ୟେକ ବୋଲରଙ୍କୁ ଧୂଆଁଧାର ମାଡ଼ ମାରୁଥିଲେ। ରନ୍ ମେସିନ୍ ଭାବରେ ଜଣାଶୁଣା କୋହଲି ସେହି ସିଜନ୍ ରେ 16 ଟି ମ୍ୟାଚରେ ହାରାହାରି 81.08 ଏବଂ 152.03 ର ଉତ୍କୃଷ୍ଟ ଷ୍ଟ୍ରାଇକ୍ ହାରରେ 973 ରନ୍ ସଂଗ୍ରହ କରିଥିଲେ। ଆଉ କୋହଲି ଏହି ସିଜନରେ ଅରେଞ୍ଜ କ୍ୟାପ ଜିତିଥିଲେ। 

କେ.ଏଲ୍ ରାହୁଲ : 

Gautam Gambhir warns KL Rahul

ଗତ କିଛି ବର୍ଷ ହେବ ଆଇପିଏଲରେ କେଏଲ ରାହୁଲ ଭଲ ପ୍ରଦର୍ଶନ କରିଛନ୍ତି।  ୟୁଏଇରେ ଆୟୋଜିତ ଆଇପିଏଲ୍ -2020 ରେ ସେ ଅରେଞ୍ଜ କ୍ୟାପ୍ ଜିତିଥିଲେ। ଆଇପିଏଲରେ ସେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସନୀୟ।

ରିତୁରାଜ ଗାଇକୱାଡ : 

rituraj csk

ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମ୍ୟାଚ ଓପେନିଂ କରୁଥିବା ରିତୁରାଜ ବି ଅରେଞ୍ଜ କ୍ୟାପ ଜିତିଛନ୍ତି। ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ରିତୁରାଜ ଗାଇକୱାଡ ଗତ ବର୍ଷର ଆଇପିଏଲରେ ଏହି ଅରେଞ୍ଜ କ୍ୟାପ ଜିତିଥିଲେ।