IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ
![IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ](https://cricketkhabara.com/static/c1e/client/93714/migrated/b918f108b508e8a442b6e0f1e0790c85.jpeg)
ଇଣ୍ଡିଆନ ପ୍ରିମିୟର ଲିଗ(IPL) ରେ ବିରାଟ କୋହଲିଙ୍କ ନାମ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସ୍କୋର କରିବାରେ ଶୀର୍ଷରେ ରହିଛି । ଏହି ଲିଗରେ ଖେଳାଳି ୫ହଜାରରୁ ଅଧିକ ରନ୍ ସ୍କୋର କରିଛନ୍ତି । ତେବେ ଆସନ୍ତୁ ଦେଖିବା ଟପ୍ -୫ ବ୍ୟାଟ୍ସମ୍ୟାନ ମାନଙ୍କୁ ଯେଉଁମାନେ ଏହି ତାଲିକା ରେ ଅଛନ୍ତି ।
![IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ](https://cricketkhabara.com/static/c1e/client/93714/migrated/5de3d89352c3fde423ffe12f09bf8630.jpg)
୧. ବିରାଟ କୋହଲି:
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଏପର୍ଯ୍ୟନ୍ତ 192 ଟି ଆଇପିଏଲ୍ ମ୍ୟାଚ୍ ର 184 ଇନିଂସରେ 5878 ରନ୍ ସଂଗ୍ରହ କରିଛନ୍ତି, ଏଠି ମଧ୍ୟରେ ସେ 30 ଥର ଅପରାଜିତ ବି ଅଛନ୍ତି । ଏହି ସମୟ ମଧ୍ୟରେ କୋହଲି 5 ଶତକ ଏବଂ 39 ଅର୍ଦ୍ଧଶତକ ହାସଲ କରିଛନ୍ତି ।
![IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ](https://cricketkhabara.com/static/c1e/client/93714/migrated/8c9ce7ce03c6b76bae232cad8836f5fe.jpg)
୨. ସୁରେଶ ରାଇନ:
193 ଟି ମ୍ୟାଚରେ ସୁରେଶ ରାଇନା 5368 ରନ୍ ସଂଗ୍ରହ କରିଛନ୍ତି । ରାଇନା ଏହି ଲିଗରେ 195ଟି ଛକା ଏବଂ 510 ଚୌକା ମାରିଛନ୍ତି ଏବଂ 1 ଶତକ ଏବଂ 38 ଅର୍ଦ୍ଧଶତକ ହାସଲ କରିଛନ୍ତି ।
![IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ](https://cricketkhabara.com/static/c1e/client/93714/migrated/197377e645718cf8cc74348d866d070d.jpg)
୩. ଡେଭିଡ ୱାର୍ଣ୍ଣର:
ଆଇପିଏଲରେ ସର୍ବାଧିକ ରନ୍ ସ୍କୋର କରିବାରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ତୃତୀୟ ସ୍ଥାନରେ ଥିବାବେଳେ ସେ 142 ଟି ମ୍ୟାଚରେ 5254 ରନ୍ ସଂଗ୍ରହ କରିଛନ୍ତି । ୱାର୍ଣ୍ଣର ଏପର୍ଯ୍ୟନ୍ତ ଏହି ଲିଗରେ ୪ ଶତକଏବଂ ୪୮ ଅର୍ଦ୍ଧଶତକ କରିଛନ୍ତି ।
![IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ](https://cricketkhabara.com/static/c1e/client/93714/migrated/71746a2e0599b3ca61b41c78eee84ba9.jpg)
୪. ରୋହିତ ଶର୍ମା:
ମୁମ୍ବାଇକୁ ଅଧିନାୟକତ୍ୱରେ 5ଟି ଆଇପିଏଲ୍ ଟାଇଟଲ୍ ଜିତିଥିବା ରୋହିତ ଶର୍ମା 200 ଆଇପିଏଲ୍ ମ୍ୟାଚ୍ ରେ 5230 ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ସେ 1 ଶତକ ଏବଂ 49 ଅର୍ଦ୍ଧଶତକ ହାସଲ କରିଛନ୍ତି ।
![IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ](https://cricketkhabara.com/static/c1e/client/93714/migrated/5a531fa16b58cfd87d83ea46e10de7a8.jpg)
୫. ଶିଖର ଧାୱନ:
ଗବର ନାମରେ ଜଣାଶୁଣା ଶିଖର ଧାୱନ ଏପର୍ଯ୍ୟନ୍ତ 176 ଟି ମ୍ୟାଚରେ 5197 ରନ୍ ସଂଗ୍ରହ କରିଛନ୍ତି । ସର୍ବାଧିକ ରନ୍ ସ୍କୋର କରିବାରେ ସେ ପଞ୍ଚମ ସ୍ଥାନରେ ଅଛନ୍ତି । ଗତ ସିଜିନ ରେ ଧାୱନ 2 ଶତକ ବ୍ୟାକ୍-ଟୁ-ବ୍ୟାକ୍ ସ୍କୋର କରିଥିଲେ ।