ରୋହିତଙ୍କ ସହିତ ଟକ୍କର ନେବା ପଡିଲା ଭାରି! ହାର୍ଦିକଙ୍କୁ ମିଳିନପାରେ ବିଶ୍ୱକପ ଟିକେଟ୍….

  1. Home
  2. IPL Special

ରୋହିତଙ୍କ ସହିତ ଟକ୍କର ନେବା ପଡିଲା ଭାରି! ହାର୍ଦିକଙ୍କୁ ମିଳିନପାରେ ବିଶ୍ୱକପ ଟିକେଟ୍….


ବର୍ତ୍ତମାନ ଭାରତରେ ଚାଲୁରହିଛି IPL ୨୦୨୪। ସମସ୍ତ ୧୦ ଟି ଦଳ ଅତିକମରେ ୨ଟି ଲେଖାଏଁ ମ୍ୟାଚ ଖେଳି ସାରିଲେଣି। ଚେନ୍ନାଇ ଦଳ ଭଲ ପ୍ରଦର୍ଶନ କରିଥିବା ବେଳେ ସେମାନେ ନିଜର ଦୁଇଟି ମ୍ୟାଚ ଅତିସହଜରେ ଜିତିବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। 

MI

ଚଳିତବର୍ଷ ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ସହିତ ହାର୍ଦିକ ପାଣ୍ଡ୍ୟାଙ୍କୁ ପୁଣିଥରେ ଦଳରେ ସାମିଲ କରିବା ସହିତ ତାଙ୍କୁ ନୂତନ ଅଧିନାୟକ ଘୋଷଣା କରିଥିଲା। ଏହି ଘଟଣା ପରେ ଦର୍ଶକ ଏବଂ ଫ୍ୟାନ୍ସମାନଙ୍କ ମନରେ ଆକ୍ରୋଶ ଭରି ଯାଇଥିଲା। ଏପରିକି ବିଭିନ୍ନ ଗ୍ରାଉଣ୍ଡରେ ହାର୍ଦିକଙ୍କୁ ଲୋକେ ଟ୍ରୋଲ କରିବାକୁ ମଧ୍ୟ ପଛାଇନାହାଁନ୍ତି।

Hardik

ପ୍ରଥମ ଦୁଇଟି ମ୍ୟାଚରେ ହାର୍ଦିକଙ୍କ ଖରାପ ଅଧିନୟକତ୍ୱ ଏବଂ ଖରାପ ପ୍ରଦର୍ଶନ ହେତୁ ହିଁ ମୁମ୍ବାଇ ଇଣ୍ଡିଆନ୍ସକୁ ମ୍ୟାଚ ହାରିବାକୁ ପଡିଛି। ଏହା ସ୍ପଷ୍ଟ ଭାବରେ ଜଣାପଡୁଥିବା ବେଳେ କିନ୍ତୁ ହାର୍ଦିକଙ୍କ ପୁଣିଥରେ ଭାରତୀୟ ଦଳକୁ ଫେରିବାର ରାସ୍ତା କଣ୍ଟକିତ ହେଉଛି। IPL ସରିବା ପରେ ପରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି।

Dubey

ଯଦି ହାର୍ଦିକ IPLରେ ଭଲ ପ୍ରଦର୍ଶନ ନ କରନ୍ତି ତେବେ ତାଙ୍କୁ ବିଶ୍ୱକପ ଟିକେଟ ମିଳିନପାରେ। ଦ୍ରୁତ ବୋଲିଂ ଅଲରାଉଣ୍ଡର ଶିବମ ଦୁବେ ବର୍ତ୍ତମାନ ଚମତ୍କାର ଫର୍ମରେ ରହିଛନ୍ତି। ସେ ଚେନ୍ନାଇ ଦଳ ପାଇଁ ୨୦୦ ରୁ ଉର୍ଦ୍ଧ ଷ୍ଟ୍ରାଇକରେଟରେ ରନ ସଂଗ୍ରହ କରୁଛନ୍ତି। ଏଭଳି ପରିସ୍ଥିତି ଜାରି ରହିଲେ ଚୟନକର୍ତ୍ତାମାନେ ହାର୍ଦିକଙ୍କ ସ୍ଥାନରେ ଦୁବେଙ୍କୁ ବିଶ୍ୱକପ ଦଳରେ ସାମିଲ କରିପାରନ୍ତି।