ଆଇପିଏଲ୍ 2020:ପୂର୍ବତନ ଓପନର୍ ଗୌତମ ଗମ୍ଭୀର ଧୋନିଙ୍କ 7 ନମ୍ବରରେ ବ୍ୟାଟିଂ କୁ ନେଇ ଦେଲେ ଏଭଳି ପ୍ରତିକ୍ରିୟା

  1. Home
  2. IPL Special

ଆଇପିଏଲ୍ 2020:ପୂର୍ବତନ ଓପନର୍ ଗୌତମ ଗମ୍ଭୀର ଧୋନିଙ୍କ 7 ନମ୍ବରରେ ବ୍ୟାଟିଂ କୁ ନେଇ ଦେଲେ ଏଭଳି ପ୍ରତିକ୍ରିୟା

ଭାରତର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ରାଜସ୍ଥାନ ରୟାଲ୍ସ ବିପକ୍ଷରେ 7 ନମ୍ବରରେ ବ୍ୟାଟିଂ କରିବାକୁ ମହେନ୍ଦ୍ର ସିଂ ଧୋନି ଙ୍କ ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି ଯେ ଧୋନି ଏକ ବଡ଼ ଟାର୍ଗେଟ ପଛରେ ଗୋଡ଼ାଇଥିଲେ। ସେହି ସମୟରେ ବ୍ୟାଟିଂ ପାଇଁ ନିମ୍ନ କ୍ରମରେ ଆସିବା ପରିବର୍ତ୍ତେ ଉପର କ୍ରମରେ ଆସି ଦଳର ନେତୃତ୍ଵ …


ଆଇପିଏଲ୍ 2020:ପୂର୍ବତନ ଓପନର୍ ଗୌତମ ଗମ୍ଭୀର ଧୋନିଙ୍କ 7 ନମ୍ବରରେ ବ୍ୟାଟିଂ କୁ ନେଇ ଦେଲେ ଏଭଳି ପ୍ରତିକ୍ରିୟା

ଭାରତର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ରାଜସ୍ଥାନ ରୟାଲ୍ସ ବିପକ୍ଷରେ 7 ନମ୍ବରରେ ବ୍ୟାଟିଂ କରିବାକୁ ମହେନ୍ଦ୍ର ସିଂ ଧୋନି ଙ୍କ ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି ଯେ ଧୋନି ଏକ ବଡ଼ ଟାର୍ଗେଟ ପଛରେ ଗୋଡ଼ାଇଥିଲେ। ସେହି ସମୟରେ ବ୍ୟାଟିଂ ପାଇଁ ନିମ୍ନ କ୍ରମରେ ଆସିବା ପରିବର୍ତ୍ତେ ଉପର କ୍ରମରେ ଆସି ଦଳର ନେତୃତ୍ଵ ନେବା ଦରକାରଥିଲା ବୋଲି କହିଥିଲେ ଗମ୍ଭୀର । ଗମ୍ଭୀର ଇଏସପିଏନ କ୍ରିକ୍‌ଇନଫୋ ଟି-୨୦ ଟାଇମ୍‌ ଆଉଟ୍‌ରେ ଏହା କହିଛନ୍ତି।

ସେ କହିଛନ୍ତି, ‘ଏହା ଆଗରୁ ନେତୃତ୍ୱ ନେବାକୁ କହିନାହିଁ। 7 ନମ୍ବରରେ ବ୍ୟାଟିଂ କରି 217 ରନର ଲକ୍ଷ୍ୟକୁ ପିଚା କରୁଥିବା ଧୋନୀ ଗତ ମ୍ୟାଚ୍‌ରେ ଯାହା କରିଛନ୍ତି ତାହାକୁ ଦଳର ନେତୃତ୍ଵ ନେବା କୁହାଯାଏ ନାହିଁ। ୨୧୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିବା ବେଳେ ଧୋନୀ ସପ୍ତମରେ ବ୍ୟାଟିଂ କରିବାକୁ ଆସିବାରୁ ଫାଫ ଡୁପ୍ଲେସିସ୍‌ ଙ୍କୁ ଏକା ସମ୍ଭାଳିବାକୁ ପଡିଥିଲା।

ଆଇପିଏଲ୍ 2020:ପୂର୍ବତନ ଓପନର୍ ଗୌତମ ଗମ୍ଭୀର ଧୋନିଙ୍କ 7 ନମ୍ବରରେ ବ୍ୟାଟିଂ କୁ ନେଇ ଦେଲେ ଏଭଳି ପ୍ରତିକ୍ରିୟା

ଯଦି ଅନ୍ୟ କେହି ଏହା କରିଥାନ୍ତେ, ତେବେ ବହୁତ ସମାଲୋଚନା ହୋଇଥାନ୍ତା କିନ୍ତୁ ସେ ଧୋନି ହୋଇଥିବାରୁ ଲୋକମାନେ ଏ ବିଷୟରେ କଥାବାର୍ତ୍ତା ମଧ୍ୟ କରୁନାହାଁନ୍ତି। ଶେଷ ଓଭରରେ ଆପଣ ୩ ବଲରେ ୩ ଛକା ମାରିଲେ। ଯଦି ଆଗରୁ ବ୍ୟାଟିଂ କରିଥାନ୍ତେ ତେବେ ଫଳାଫଳ ଅଲଗା ହୋଇଥାନ୍ତ ବୋଲି ଗମ୍ଭୀର କହିଛନ୍ତି ।