ଦୁବାଇରେ ହେବାକୁ ଥିବା IPL କୁ ଏହି କାରଣ ପାଇଁ ଅନୁମତି ଦିଆ ନଯାଉ,ଏହି ବାଣିଜ୍ୟ ସଂଗଠନ କେନ୍ଦ୍ର ସରକାରଙ୍କୁ କଲେ ନିବେଦନ

ଅଖିଳ ଭାରତୀୟ ବ୍ୟପାରୀ ସଂଘ,ଅଲ ଇଣ୍ଡିଆ ଟ୍ରେଡର୍ସ ଆସୋସିଏସନ୍ (CAIT) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଦୁବାଇରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 13 ତମ ସିଜନ୍ ଅନୁମତି ନଦେବାକୁ ଅନୁରୋଧ କରିଛି। ରବିବାର ଦିନ ଆଇପିଏଲ୍ ପରିଚାଳନା ପରିଷଦ ବୈଠକ ରେ ବିସିସିଆଇ ନିଷ୍ପତ୍ତି ନେଇଛି ଯେ ଲିଗ୍ ଟାଇଟଲ୍ ପ୍ରଯୋଜକ ଭିଭୋ (Vivo) ହିଁ ରହିବ। ବର୍ତ୍ତମାନ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ବିବାଦ ଚାଲିଛି, କିନ୍ତୁ ଆଇନ ଦଳ ସହିତ ପରାମର୍ଶ କରିବା ଏବଂ ପ୍ରଯୋଜକ ଚୁକ୍ତିନାମାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

CAIT କହିଛି, ଦୁବାଇରେ ଆଇପିଏଲ ପରିଚାଳନା ପାଇଁ ବିସିସିଆଇକୁ ଅନୁମୋଦନ ନକରିବାକୁ ଆମେ ଶାହା ଏବଂ ଜୟଶଙ୍କରଙ୍କୁ ଏକ ଚିଠି ପଠାଇଛୁ। ଏହା ସରକାରୀ ନୀତିର ପ୍ରତିବାଦ ହେବ।
ଏହି ଚିଠିରେ CAIT ଜାତୀୟ ସଭାପତି ବି.ସି. ଭରତିଆ ଏବଂ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଚୀନ୍ ଭାରତୀୟ ସୀମା ଉପରେ ଆକ୍ରମଣ କରିବା ଦ୍ୱାରା ଭାରତରେ ଚୀନ୍ ବିରୋଧୀ ଭାବନା ସୃଷ୍ଟି ହୋଇଥିଲାବେଳେ ବିସିସିଆଇର ନିଷ୍ପତ୍ତି ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧ ଅଟେ।
କରୋନା ଭାଇରସ ମହାମାରୀ ହେତୁ ଅଲିମ୍ପିକ୍ସ ଏବଂ ୱିମ୍ବଲଡନ ପରି ଟୁର୍ନାମେଣ୍ଟ ବାତିଲ ହୋଇଥିବା ଦର୍ଶାଇ ସେ କହିଛନ୍ତି ଯେ ବିସିସିଆଇର ନିଷ୍ପତ୍ତିକୁ ଦୃଢ ନିନ୍ଦା କରାଯିବା ଉଚିତ। ବିସିସିଆଇର ଏହି ପଦକ୍ଷେପ ଟଙ୍କା ପ୍ରତି ତାଙ୍କର ଲୋଭ ଦେଖାଯାଉଛି ବୋଲି କହିଛି CAIT।