ଚଳିତ ବର୍ଷ ଏସିଆ କପ୍ ବାତିଲ ଘୋଷଣା କଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ IPL କୁ ନେଇ ଦେଲେ ଏଭଳି ମନ୍ତବ୍ୟ…

  1. Home
  2. IPL Special

ଚଳିତ ବର୍ଷ ଏସିଆ କପ୍ ବାତିଲ ଘୋଷଣା କଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ IPL କୁ ନେଇ ଦେଲେ ଏଭଳି ମନ୍ତବ୍ୟ…

ବିସିସିଆଇ ସଭାପତି ଗାଙ୍ଗୁଲି ବୁଧବାର ଏସିଆ କପ୍ ବାତିଲ ଘୋଷଣା କରିଛନ୍ତି। ଏହି ଘୋଷଣା ଏସିଆନ କ୍ରିକେଟ୍ ପରିଷଦର ଜୁଲାଇ ୯ରେ ହେବାକୁ ଥିବା ବୈଠକର ଗୋଟିଏ ଦିନ ପୂର୍ବରୁ କରାଯାଇଛି। ଯଦିଓ ଭାରତର ପୂର୍ବତନ ଅଧିନାୟକ ଏହା ପଛରେ କୌଣସି ସ୍ପଷ୍ଟୀକରଣ କିମ୍ବା କାରଣ ଦର୍ଶାଇ ନାହାଁନ୍ତି, ଆୟୋଜକ ରାଷ୍ଟ୍ର ସ୍ଥିର କରିବାରେ ବିଫଳତା …


ଚଳିତ ବର୍ଷ ଏସିଆ କପ୍ ବାତିଲ ଘୋଷଣା କଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ IPL କୁ ନେଇ ଦେଲେ ଏଭଳି ମନ୍ତବ୍ୟ…

ବିସିସିଆଇ ସଭାପତି ଗାଙ୍ଗୁଲି ବୁଧବାର ଏସିଆ କପ୍ ବାତିଲ ଘୋଷଣା କରିଛନ୍ତି। ଏହି ଘୋଷଣା ଏସିଆନ କ୍ରିକେଟ୍ ପରିଷଦର ଜୁଲାଇ ୯ରେ ହେବାକୁ ଥିବା ବୈଠକର ଗୋଟିଏ ଦିନ ପୂର୍ବରୁ କରାଯାଇଛି। ଯଦିଓ ଭାରତର ପୂର୍ବତନ ଅଧିନାୟକ ଏହା ପଛରେ କୌଣସି ସ୍ପଷ୍ଟୀକରଣ କିମ୍ବା କାରଣ ଦର୍ଶାଇ ନାହାଁନ୍ତି, ଆୟୋଜକ ରାଷ୍ଟ୍ର ସ୍ଥିର କରିବାରେ ବିଫଳତା ଟୁର୍ନାମେଣ୍ଟରେ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି।

ଚଳିତ ବର୍ଷ ଏସିଆ କପ୍ ବାତିଲ ଘୋଷଣା କଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ IPL କୁ ନେଇ ଦେଲେ ଏଭଳି ମନ୍ତବ୍ୟ…

ଗାଙ୍ଗୁଲି ଏହି ନିଷ୍ପତ୍ତି ବିଷୟରେ ସମାଚାର ଚ୍ୟାନେଲ୍‌ ଆଜତକ୍‌ ସହ ଇନଷ୍ଟାଗ୍ରାମ ଲାଇଭ ଚ୍ୟାଟ୍‌ରେ କହିଛନ୍ତି, ଏହା କହିବା ମୁସ୍କିଲ ଯେ, ଭାରତରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ହେବ କି ନାହିଁ। ଆମେ ଅନ୍ତରାଷ୍ଟ୍ରୀୟ ମୁକାବିଲା ପାଇଁ ପ୍ରସ୍ତୁତ ମାତ୍ର ସରକାରଙ୍କ ନିୟମ ବିଷୟରେ କିଛି କରି ପାରିବୁ ନାହିଁ। ଆମେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବୁ ନାହିଁ। ଖେଳାଳିଙ୍କ ସ୍ଵାସ୍ଥ୍ୟ ଆମର ପ୍ରଥମ ପ୍ରାଥମିକତା ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ଏସିଆ କପ୍ ବାତିଲ ଘୋଷଣା କଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ IPL କୁ ନେଇ ଦେଲେ ଏଭଳି ମନ୍ତବ୍ୟ…

ଏହି ଟୂର୍ଣ୍ଣାମେଣ୍ଟ ୟୁନାଇଟେଡ୍ ଆରବ ଏମିରାଟ୍ସ(ୟୁଏଇ)ରେ ସେପ୍ଟେମ୍ବର ମାସରେ ହେବାର ଥିଲା। ପାକିସ୍ତାନ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜକ ଥିଲା, ମାତ୍ର ଭାରତ ପାକିସ୍ତାନ ଯିବାକୁ ମନା କରି ଦେଇଥିଲା। ଏହା ପରେ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜନ ସ୍ଥଳ ପରିବର୍ତ୍ତନ ହୋଇଥିଲା। ଗାଙ୍ଗୁଲି ଏହା ମଧ୍ୟ ସ୍ପଷ୍ଟ କରି କହିଛନ୍ତି ଯେ, ଆଇସିସି ଦ୍ଵାରା ଚଳିତ ବର୍ଷ ଟି-୨୦ ବିଶ୍ଵକପ୍‌ ନିଷ୍ପତ୍ତି ହେବା ପରେ ଯାଇ ଆଇପିଏଲ ଆୟୋଜନ ହେବ କି ନାହିଁ ସେ ବିଷୟରେ ଜଣା ପଡିବ କିନ୍ତୁ ଏବେଠାରୁ କହିବା ଠିକ ହେବନାହିଁ।