CSK ପାଇଁ ଖେଳିବେ ଅର୍ଶଦୀପଙ୍କ ସାନଭାଇ! ଚମତ୍କାର ପ୍ରଦର୍ଶନ ସହିତ ଜିତାଇବେ IPL ଟ୍ରଫି….
ପଞ୍ଜାବ କିଙ୍ଗସ୍ ଅର୍ଶଦୀପ ସିଂଙ୍କୁ ରିଲିଜ କରିଛି। କିନ୍ତୁ ମେଗା ନିଲାମରେ କିଣିବା ପାଇଁ ପ୍ରୀତି ଜିଣ୍ଟା ନିଜର ସମସ୍ତ ଶକ୍ତି ବ୍ୟବହାର କରି ଅର୍ଶଦୀପ ସିଂଙ୍କୁ ୧୮ କୋଟି ଟଙ୍କାରେ କିଣିଥିଲେ। ଏତେ ଟଙ୍କା ଖର୍ଚ୍ଚ କରିବାର ଗୋଟିଏ କାରଣ ହେଉଛି ଅର୍ଶଦୀପ ଜଣେ ମ୍ୟାଚ୍ ବିଜେତା ଖେଳାଳି ଅଟନ୍ତି। ସେ ଶେଷ ଓଭର ଗୁଡିକରେ ମଧ୍ୟ ଚମତ୍କାର ବୋଲିଂ କରିଥାନ୍ତି।
କିନ୍ତୁ, ତାଙ୍କ ସାନଭାଇଙ୍କ ରୂପରେ ଚେନ୍ନାଇ ସୁପର କିଙ୍ଗ୍ସ ଜଣେ ମାରାତ୍ମକ ବାମହାତୀ ବୋଲର ପାଇଛି ଯିଏ CSK କୁ ତାଙ୍କ ବୋଲିଂ ସହିତ ଆଇପିଏଲ୍ ୨୦୨୫ ରେ ଫାଇନାଲ୍ ଜିତାଇ ପାରିବେ। ଆସନ୍ତୁ ଏହି ଖେଳାଳିଙ୍କ ବିଷୟରେ ଜାଣିବା….
ଆଇପିଏଲ୍ ୨୦୨୫ ସିଏସକେ ଦଳରେ ଅର୍ଶଦୀପ ସିଂଙ୍କ ମୁଁହବୋଲା ସାନଭାଇ, ଯାହାଙ୍କର ନାମ ଗୁରୁଜପନୀତ ସିଂ ଖେଳୁଥିବା ଦେଖିବାକୁ ମିଳିବେ। ସେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ଗୁରୁଜାପନୀତ ଜଣେ ବାମହାତୀ ଦ୍ରୁତ ବୋଲର। ସେ ଅର୍ଶଦୀପ ସିଂଙ୍କୁ ତାଙ୍କ ଭାଇ ପରି ଭାବନ୍ତି। ତାଙ୍କ ଭଳି କ୍ରିକେଟ୍ ରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି। ସଫଳତାର ପ୍ରଥମ ସୋପାନରେ ଗୁରୁଜପୀତ ସିଂ ପାଦ ଦେଇଛନ୍ତି। ମେଗା ନିଲାମରେ ସିଏସକେ ଦଳ ତାମିଲନାଡୁରୁ ଏହି ଦ୍ରୁତ ବୋଲରଙ୍କୁ ୨.୨୦ କୋଟିରେ କିଣିଛି।
ତେବେ ତାଙ୍କର ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ରହିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁରୁଜାପନୀତ ସିଂ ଆଜିକାଲି ଉତ୍କୃଷ୍ଟ ଫର୍ମରେ ଅଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ ୯ ୱିକେଟ୍ ନେଇଛନ୍ତି। ଏବେ ସେ ଚେନ୍ନାଇ ତରଫରୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିବ। ସେ ସଠିକ୍ ଲାଇନ ଏବଂ ଲେଣ୍ଥରେ ବୋଲିଂ କରନ୍ତି ଏବଂ ଧୋନିଙ୍କ ତତ୍ୱାବଧାନରେ ସେ ଆଇପିଏଲ୍ ୨୦୨୫ ରେ ଚେନ୍ନାଇ ପାଇଁ ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇପାରନ୍ତି।
ଗୁରୁଜପୀତ ସିଂ ଜଣେ ଦକ୍ଷ ବୋଲର, ସେ ତାମିଲନାଡୁ ପ୍ରିମିୟର ଲିଗରେ ନିଜର ବୋଲିଂର ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ ୨୦୨୧ ରେ ଏହି ଲିଗରେ ଡେବ୍ୟୁ କରିଥିଲେ। ସେଠାରେ ଗୁରୁଜାପନୀତ ୭ ୱିକେଟ୍ ନେଇଥିଲେ। ଯେତେବେଳେ କି ସେ ମଦୁରାଇ ପାନ୍ଥର୍ସ ପାଇଁ ୨୦୨୫ ମସିହାରେ ୧୫ ୱିକେଟ୍ ନେଇଥିଲେ। ସେ ତାଙ୍କ ପ୍ରଦର୍ଶନ ସହିତ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଗୁଡିକୁ ବହୁତ ପ୍ରଭାବିତ କରିଛନ୍ତି। ବର୍ତ୍ତମାନ ଆଇପିଏଲର ୫ ଥର ବିଜେତା ଦଳର ସେ ଏକ ଅଂଶ ଅଟନ୍ତି। ଏଭଳି ପରିସ୍ଥିତିରେ ସେ ଆଇପିଏଲରେ କେଉଁ ପ୍ରକାର ଛାପ ଛାଡି ପାରିବେ ତାହା ଦେଖିବା ମଜାଦାର ହେବ।