ଏହି ୩ଟି ଦଳ IPL ଇତିହାସରେ ସର୍ବନିମ୍ନ ସ୍କୋର କରିଛନ୍ତି, ଲିଷ୍ଟରେ ସାମିଲ ଅଛନ୍ତି ଚାମ୍ପିଅନ୍ ଦଳ

  1. Home
  2. IPL Special

ଏହି ୩ଟି ଦଳ IPL ଇତିହାସରେ ସର୍ବନିମ୍ନ ସ୍କୋର କରିଛନ୍ତି, ଲିଷ୍ଟରେ ସାମିଲ ଅଛନ୍ତି ଚାମ୍ପିଅନ୍ ଦଳ

IPL 2022


କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ ପାଇଁ ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି, ଏହି ମହାନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପାଇଁ ଆଉ ମାତ୍ର ୭ ଦିନ ବାକି ଅଛି। ସମସ୍ତ କ୍ରିକେଟ୍ ପ୍ରେମୀମାନେ ଉତ୍ସାହର ସହିତ ଏହି ସିଜନକୁ ଅପେକ୍ଷା କରିଛନ୍ତି। କାରଣ ଏହି ବର୍ଷ ସମସ୍ତ ଦଳ ଏକ ନୂଆ ରୂପରେ ଦେଖିବାକୁ ଯାଉଛନ୍ତି। ଗତ ୧୪ ବର୍ଷ ଧରି ଇଣ୍ଡିଆନ୍ ପ୍ରିମିୟର ଲିଗ, କ୍ରିକେଟ୍ ପ୍ରଶଂସକମାନଙ୍କୁ ଏକ ଅନନ୍ୟ କ୍ରିକେଟ୍ ଅଭିଜ୍ଞତା ପ୍ରଦାନ କରିଆସୁଛି। 

ଏହାରି ମଧ୍ୟରେ ଦୁନିଆର ସବୁଠାରୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଅନେକ ରେକର୍ଡ ସୃଷ୍ଟି ହୋଇଛି।  କିନ୍ତୁ, ଏହି ସମୟରେ, ଆଇପିଏଲ୍ ଇତିହାସରେ ୩୮ ଟି ଘଟଣା ଘଟିଛି ଯେତେବେଳେ ଦଳ ଏକ ଇନିଂସରେ ୧୦୦ ରନ୍ ମାର୍କ ଅତିକ୍ରମ କରିବାରେ ବିଫଳ ହୋଇଥିଛି। ତେବେ ଆସନ୍ତୁ ଜାଣିବା ଏପରି ୩ଟି ଦଳ ବିଷୟରେ ଯେଉଁମାନେ କି ଆଇପିଏଲ୍ ଇତିହାସରେ ସର୍ବନିମ୍ନ ସ୍କୋର କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ( ୬୬ ବନାମ MI) ୨୦୧୭ ମସିହାରେ : 

dc

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ  ରେକର୍ଡ ରହିଛି। ଏହି ରେକର୍ଡ ସବୁଠାରୁ କମ ସ୍କୋର ରେକର୍ଡ। ଆଇପିଏଲ୍ ୨୦୧୭ ର ୪୫ ତମ ମ୍ୟାଚରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ମୁମ୍ବାଇର ଲେଣ୍ଡଲ ସିମନ୍ସ ଏବଂ କିରନ୍ ପୋଲାର୍ଡଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ ମୋଟ ୨୧୨ ରନ୍ ସ୍କୋର କରିଥିଲା। ତେବେ ୨୧୩ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ବ୍ୟାଟ୍ସମ୍ୟାନମାନେ ପଡିଆକୁ ଓହ୍ଲାଇଥିଲେ। ମାତ୍ର ମୁମ୍ବାଇର ବୋଲରଙ୍କ ସମ୍ମୁଖରେ ନିଜର ବ୍ୟାଟିଂ ପ୍ରଦର୍ଶନ ଦେଖାଇପାରିନଥିଲେ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍।  ଆଉ ୨୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୬୬ ରନ୍ ସଂଗ୍ରହ କରି ପାରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଆଉ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ ୧୪୬ ରନରେ ଜିତିଥିଲା।  ଯାହାକି ଆଇପିଏଲ୍ ଇତିହାସରେ ସବୁଠାରୁ ବଡ ରନ ବିଜୟ ମାର୍ଜିନ୍ ରହିଛି। ମୁମ୍ବାଇ ପାଇଁ ସ୍ପିନର ହରଭଜନ ସିଂ ଏବଂ କର୍ଣ୍ଣ ଶର୍ମା ଏହି ମ୍ୟାଚରେ ପ୍ରତ୍ୟେକ ୩ଟି ୱିକେଟ୍ ନେଇଥିଲେ।

ରାଜସ୍ଥାନ ରୟାଲ୍ସ (୫୮ ବନାମ RCB) ୨୦୦୯ ମସିହାରେ : 

KKR vs RR के बीच आज होगा जंग, देखिए दोनों टीमों की संभावित प्लेइंग इलेवन और मैच का समय

ଆଇପିଏଲର ପ୍ରଥମ ସିଜିନର ବିଜେତା ଦଳ ରାଜସ୍ଥାନ ରୟାଲ୍ସ କେଭିନ ପିଟରସେନଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଦ୍ଵିତୀୟ ସିଜିନର ପ୍ରଥମ ମ୍ୟାଚ୍ ଖେଳୁଥିଲା। କିନ୍ତୁ ଏହି ମ୍ୟାଚରେ ଦଳ ଆଇପିଏଲ ଇତିହାସର ଲଜ୍ଜାଜନକ ପରାଜୟର ସାମ୍ନା କରିଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଏହି ମ୍ୟାଚରେ ୧୩୪ ରନ୍ ସଂଗ୍ରହ କରିଥିଲା। ୧୩୫ ରନର ଏକ ସହଜ ଟାର୍ଗେଟକୁ ପିଛା କରି ସେନ୍ ୱାର୍ଣ୍ଣଙ୍କ ରାଜସ୍ଥାନ ରୟାଲ୍ସ ଦଳ ମାତ୍ର ୧୫.୧ ଓଭରରେ ୫୮ ରନ କରିଥିଲା। ସ୍ପିନ୍ କିମ୍ବଦନ୍ତୀ ଅନିଲ କୁମ୍ବଲେଙ୍କ ମ୍ୟାଜିକ୍ ବଲ ସମ୍ମୁଖରେ ରାଜସ୍ଥାନ ଦଳର ଖେଳାଳିମାନେ ଶୀଘ୍ର ଆଉଟ୍ ହୋଇଥିଲେ। ଏହି ମ୍ୟାଚରେ କୁମ୍ବଲେ ୩.୧ ଓଭରରେ ମାତ୍ର ୫ ରନ୍ ବ୍ୟୟ କରି ୫ଟି ୱିକେଟ୍ ନେଇଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୪୯ ବନାମ KKR) ୨୦୧୭ ମସିହାରେ :

Faf du Plessis become RCB's new captain for IPL 2022

ଆଇପିଏଲ୍ 2017 ର 27 ତମ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୩୧ ରନ୍ କରି ଅଲଆଉଟ୍ ହୋଇଥିଲା। ଗୌତମ ଗମ୍ଭୀର ନେତୃତ୍ୱାଧୀନ ଦଳ ଏକ ବୃହତ ମୋଟ ସ୍କୋର କରିବାରେ ବିଫଳ ହୋଇଥିଲା। ଏଭଳି ପରିସ୍ଥିତିରେ କୋଲକାତାର ପରାଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା।  କିନ୍ତୁ, କେକେଆର୍ ଅଧିନାୟକ ତାଙ୍କ ବୋଲରଙ୍କ ଉପରେ ଭରସା କରି ଏହି ମ୍ୟାଚ ଜିତିଥିଲେ। ଆଉ ଏହି ବିଜୟ ସହିତ ଦଳ ଗୋଟିଏ ଇତିହାସ ମଧ୍ୟ ସୃଷ୍ଟି କରିଥିଲା।

ନାଥାନ୍ କୁଲଟର-ନାଇଲ୍, କଲିନ୍ ଡି ଗ୍ରାଣ୍ଡହୋମେ ଏବଂ କ୍ରିସ୍ ୱୁକେସଙ୍କ ବୋଲିଂ ଆଗରେ ବିରାଟ କୋହଲିଙ୍କ ସୁପରଷ୍ଟାର ଖେଳାଳିଙ୍କ ମାତ୍ର ୪୯ ରନ କରିପାରିଥିଲେ। ଆଉ କେକେଆର୍ ଏହି ମ୍ୟାଚକୁ ୮୧ ରନରେ ଜିତିଥିଲା।  କୌତୂହଳର ବିଷୟ ହେଉଛି ଏହା ଯେ, ଆଇପିଏଲ ଇତିହାସରେ ବାଙ୍ଗାଲୋର (ଆରସିବି) ଉଭୟ ସର୍ବାଧିକ ଏବଂ ସର୍ବନିମ୍ନ ଦଳ ସ୍କୋର କରିବାର ରେକର୍ଡ ରଖିଛି।