IPL ଇତିହାସରେ ଏହି ଏକମାତ୍ର ଖେଳାଳି ଯିଏ ୨୦୦୦ ରୁ ଅଧିକ ରନ ସଂଗ୍ରହ କରିବା ସହିତ ୧୦୦ ରୁ ଅଧିକ ୱିକେଟ୍ ବି ନେଇଛନ୍ତି

  1. Home
  2. IPL Special

IPL ଇତିହାସରେ ଏହି ଏକମାତ୍ର ଖେଳାଳି ଯିଏ ୨୦୦୦ ରୁ ଅଧିକ ରନ ସଂଗ୍ରହ କରିବା ସହିତ ୧୦୦ ରୁ ଅଧିକ ୱିକେଟ୍ ବି ନେଇଛନ୍ତି

IPL record


କ୍ରିକେଟ୍ ଖବର : ବିଶ୍ୱ କ୍ରିକେଟରେ ନିଜର ସର୍ବ ବୃହତ ତଥା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏହାର ୧୫ ତମ ସିଜନରେ ପହଂଚିଛି। ସମଗ୍ର କ୍ରିକେଟ୍ ଜଗତ ଆସନ୍ତା ଦୁଇମାସ ପାଇଁ ଆଇପିଏଲ୍ ଦେଖିବାର ମଜା ନେବେ। 2008 ମସିହାରେ ଆରମ୍ଭ ହେବା ପରଠାରୁ ଆଇପିଏଲ୍ ବର୍ଷକୁ ବର୍ଷ ଏକ ସ୍ୱତନ୍ତ୍ର ରୂପ ନେଇଛି, ଯାହା ପରେ ଆଜି ସମସ୍ତେ ଉତ୍ସାହର ସହିତ ଏହି ଲିଗ୍ ଆରମ୍ଭକୁ ଅପେକ୍ଷା କରିଥାନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୫ ତମ ସିଜନ୍ ଆରମ୍ଭ ହେବା ସହିତ ପ୍ରଶଂସକମାନେ ବହୁତ ମନୋରଞ୍ଜନ କରିବାକୁ ଯାଉଛନ୍ତି। ଆଇପିଏଲ୍ ର ଯାତ୍ରାରେ ଏପର୍ଯ୍ୟନ୍ତ ଗୋଟିଏରୁ ଗୋଟିଏ ବଡ଼ ବଡ଼ ରେକର୍ଡ ସୃଷ୍ଟି ହୋଇଛି।

Top 5 Players Who has scored the most runs in IPL history

ଆଇପିଏଲ୍ ଇତିହାସରେ ଏ ପର୍ଯ୍ୟନ୍ତ ଅନେକ ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯାହାର ୨୦୦୦ ରୁ ଅଧିକ ରନ୍ ତିଆରି କରିବାର ରେକର୍ଡ ରହିଛି। ଏହା ସହିତ ଅନେକ ବୋଲର୍ ବି ଅଛନ୍ତି ଯେଉଁମାନେ ଆଇପିଏଲ୍ ଭଳି ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟରେ ନିଜର ଦବଦବା ଦେଖାଇ ୧୦୦ରୁ ଅଧିକା ୱିକେଟ୍ ବି ନେଇଛନ୍ତି। ତେବେ ଆଇପିଏଲ୍ ଇତିହାସରେ ଜଣେ ଖେଳାଳି ଅଛନ୍ତି ଯିଏକି ଏହି ଦୁଇଟି ଯାକ ରେକର୍ଡ ସୃଷ୍ଟି କରିବାରେ ଏକମାତ୍ର ଖେଳାଳି ହୋଇଛନ୍ତି। 

Jadeja

ହଁ, ଏହି ରେକର୍ଡ ସୃଷ୍ଟି କରିବାରେ ଏକମାତ୍ର ଖେଳାଳି ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ନୂତନ ଅଧିନାୟକ ରବିନ୍ଦ୍ର ଜାଡେଜା। ରବୀନ୍ଦ୍ର ଜାଡେଜାଙ୍କ ଆଇପିଏଲ୍ ଇତିହାସରେ ୨ ହଜାରରୁ ଅଧିକ ରନ୍ ଏବଂ ୧୦୦ ରୁ ଅଧିକ ୱିକେଟ୍ ନେଇ ଏହି ଭିନ୍ନ ରେକର୍ଡ ସୃଷ୍ଟି କରିଛନ୍ତି।  ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହି ରେକର୍ଡ କରିବାକୁ ସକ୍ଷମ ହୋଇନାହାଁନ୍ତି। 

ରବିନ୍ଦ୍ର ଜାଡେଜାଙ୍କ ବିଷୟରେ କହିବାକୁ ଗଲେ ସେ ଏପର୍ଯ୍ୟନ୍ତ ଆଇପିଏଲରେ ୨୦୦ ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି 27.11 ରନ୍ ରେଟରେ 2386 ରନ୍ କରିଛନ୍ତି।  ଯେଉଁଥିରେ ଜାଡେଜା ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Jadeja

ଅନ୍ୟପକ୍ଷରେ, ଯେତେବେଳେ ବୋଲିଂ କଥା କହିଲେ, ଜାଡେଜା ମଧ୍ୟ ଏଠାରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। 200 ମ୍ୟାଚ୍ ରେ ଜାଡେଜା ମୋଟ ୧୨୭ଟି ୱିକେଟ୍ ନେଇଛନ୍ତି |