IPL 2022: ଏଥର ପୁଣି ଚାମ୍ପିଅନ ଦଳ ଉପରେ ହେବ ଧନର ବର୍ଷା, ଅରେଞ୍ଜ-ପର୍ପଲ କ୍ୟାପ୍‌ ବିଜେତା ମଧ୍ୟ ହେବେ ମାଲାମାଲ

  1. Home
  2. IPL Special

IPL 2022: ଏଥର ପୁଣି ଚାମ୍ପିଅନ ଦଳ ଉପରେ ହେବ ଧନର ବର୍ଷା, ଅରେଞ୍ଜ-ପର୍ପଲ କ୍ୟାପ୍‌ ବିଜେତା ମଧ୍ୟ ହେବେ ମାଲାମାଲ

ipl 2022 price money


IPL 2022 ହେଉଛି ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍‌ । ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିଲେ KKR ଦଳ ବିଜୟ ହାସଲ କରିଥିଲା ।

ଗତ ଥର ଚାମ୍ପିଅନ ଚେନ୍ନାଇକୁ ପୁରସ୍କାର ଭାବେ 20 କୋଟି ଟଙ୍କା ମିଳିଥିଲା। ଏବେ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ, ଏଥର ଚାମ୍ପିଅନ ଦଳକୁ କେତେ ଟଙ୍କା ମିଳିବ ?

Chennai Super Kings full schedule for IPL 2022

ଏଥର ମଧ୍ୟ IPL 2022  ବିଜେତାଙ୍କୁ 20 କୋଟି ଟଙ୍କା ମିଳିବ। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଉପ ବିଜେତା ଦଳକୁ 13 କୋଟି ଟଙ୍କା ମିଳୁଥିବା ବେଳେ ତୃତୀତ ନମ୍ବରରେ ରହୁଥିବା ଦଳ ଅର୍ଥାତ କ୍ଵାଲିଫାୟର-2 ରେ ହାରୁଥିବା ଦଳକୁ 7 କୋଟି ଏବଂ ଚତୁର୍ଥ ସ୍ଥାନରେ ରହୁଥିବା ଦଳକୁ 6.5 କୋଟି ଟଙ୍କା ମିଳିବ ।

ଏଥର IPL  2022 ପ୍ଲେ ଅଫ୍‌ର କେଉଁ ଦଳକୁ କେତେ ଟଙ୍କା ମିଳିବ ଆସନ୍ତୁ ଜାଣିବା:

ବିଜେତା- 20 କୋଟି ଟଙ୍କା

ଉପ ବିଜେତା- 13 କୋଟି

କ୍ଵାଲିଫାୟର-2 ରେ ହାରୁଥିବା ଦଳ- 7 କୋଟି

କ୍ଵାଲିଫାୟର-1 ରେ ହାରୁଥିବା ଦଳ- 6.5 କୋଟି

ଆଓ୍ଵାର୍ଡ ରେ କେତେ ଟଙ୍କା ମିଳିବ ?

ଅରେଞ୍ଜ କ୍ୟାପ୍ ବିଜେତା- 15 ଲକ୍ଷ ଟଙ୍କା

ପର୍ପଲ କ୍ୟାପ୍ ବିଜେତା- 15 ଲକ୍ଷ

ସୁପର ଷ୍ଟ୍ରାଇକ୍ ଅଫ ଦ ସିଜିନ- 15 ଲକ୍ଷ

କ୍ରେକର ଇଟ୍ ସିକ୍ସେସ ଅଫ ଦ ସିଜିନ- 12 ଲକ୍ଷ ଟଙ୍କା

ପାଓ୍ଵାର  ପ୍ଲେୟାର ଅଫ ଦ ସିଜିନ-  12 ଲକ୍ଷ

ମୋଟ୍ ଭେଲ୍ୟୁଏବଲ ପ୍ଲେୟାର- 12 ଲକ୍ଷ

ଗେମ ଚେଞ୍ଜର ଅଫ ଦ ସିଜିନ- 12 ଲକ୍ଷ

ଏମର୍ଜିଂ ପ୍ଲେୟାର- 20 ଲକ୍ଷ

ଏ ପର୍ଯ୍ୟନ୍ତ କେଉଁ ସିଜିନରେ ବିଜେତା ଦଳକୁ ମିଳିଛି କେତେ ପୁରସ୍କାର ରାଶି

2008- 4.8 କୋଟି

2009- 6 କୋଟି

2010- 8 କୋଟି

2011- 10 କୋଟି

2012- 10 କୋଟି

2013- 10 କୋଟି

2014- 15 କୋଟି

2015- 15 କୋଟି

2016- 20 କୋଟି

2017- 15 କୋଟି

2018- 20 କୋଟି

2019- 20 କୋଟି

2020- 10 କୋଟି

2021- 20 କୋଟି