ବଟଲର ଚୟନ କଲେ ନିଜର BEST ALL-TIME IPL XI, ମୁମ୍ବାଇ ର 4 ଜଣ ଖେଳାଳିଙ୍କୁ ଦେଲେ ସ୍ଥାନ, ଦେଖନ୍ତୁ ଲିଷ୍ଟ

  1. Home
  2. IPL Special

ବଟଲର ଚୟନ କଲେ ନିଜର BEST ALL-TIME IPL XI, ମୁମ୍ବାଇ ର 4 ଜଣ ଖେଳାଳିଙ୍କୁ ଦେଲେ ସ୍ଥାନ, ଦେଖନ୍ତୁ ଲିଷ୍ଟ

jos buttler all time ipl xi


କ୍ରିକେଟ୍ ଖବର : ରାଜସ୍ଥାନ ରୟାଲସର ଷ୍ଟାର ବ୍ୟାଟସମ୍ୟାନ ଜୋସ ବଟଲର୍ କିଛି ସମୟ ପୂର୍ବରୁ ନିଜର ପସନ୍ଦ ଯୋଗ୍ୟ ଆଇପିଏଲ୍ ଅଲଟାଇମ ଇଲେଭେନ ଟିମ ଘୋଷଣା କରିଛନ୍ତି । ବଟଲର ନିଜ ଟିମରେ ଓପନିଂର ଦାୟିତ୍ୱ ରୋହିତ ଶର୍ମାଙ୍କ ସହିତ ନିଜେ ମଧ୍ୟ ସେହି ଦାୟିତ୍ୱ ସମ୍ଭାଳିବାର ଜିମା ଉଠାଇଛନ୍ତି ।

ସେହିଭଳି ମିଡ଼ିଲ ଅର୍ଡରରେ ଆରସିବିର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଓ ଏବି ଡି ଭିଲିୟର୍ସଙ୍କୁ ସ୍ଥାନଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏବିଡି ଇଣ୍ଟରନ୍ୟାସନାଲ କ୍ରିକେଟ ପରେ ଏବେ ଆଇପିଏଲରୁ ମଧ୍ୟ ସନ୍ୟାସ ଘୋଷଣା କରିସାରିଛନ୍ତି । ତେବେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ତାଲିକାରେ ୱିକେଟ କିପର ଦାୟିତ୍ୱ ଦିଆଯାଇଥିବାବେଳେ ଅଲରାଉଣ୍ଡର ଭାବେ ଏମଆଇ ଷ୍ଟାର କିରନ ପୋର୍ଲାଡ଼ ଓ ସିଏସକେର ଖେଳାଳି ରବିନ୍ଦ୍ର ଜାଡ଼େଜାଙ୍କୁ ଦାୟିତ୍ୱ ଦେଇଛନ୍ତି।

ଏହାବ୍ୟତୀତ ଜୋସ ବଟଲର ନିଜ ଟିମରେ ବୋଲର ଭାବେ ହରଭଜନ ସିଂ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମରା ଏବଂ ଲସିଥ ମଲିଙ୍ଗାକୁ ସ୍ଥାନ ଦେଇଛନ୍ତି।

ଜୋସ୍ ବଟଲରଙ୍କର ଅଲଟାଇମ ଆଇପିଏଲ୍ ଟିମ୍ :

jos buttler

ଜୋସ୍ ବଟଲର, ରୋହିତ ଶର୍ମା, ବିରାଟ କୋହଲି, ଏବି ଡି ଭିଲିୟର୍ସ, ମହେନ୍ଦ୍ର ସିଂ ଧୋନି, କିରନ ପୋର୍ଲାଡ, ରବିନ୍ଦ୍ର ଜାଡେଜା, ହରଭଜନ ସିଂ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମରା ଏବଂ ଲସିଥ ମଲିଙ୍ଗା।