IPL ୨୦୧୪ ର ପର୍ପଲ କ୍ୟାପ୍ ବିଜେତାଙ୍କୁ ଆଜି ସ୍ଥାନ ନାହିଁ, ହୋଇଛନ୍ତି ନେଟ ବୋଲର, ଜାଣନ୍ତୁ କିଏ ସେହି ଖେଳାଳି

  1. Home
  2. IPL Special

IPL ୨୦୧୪ ର ପର୍ପଲ କ୍ୟାପ୍ ବିଜେତାଙ୍କୁ ଆଜି ସ୍ଥାନ ନାହିଁ, ହୋଇଛନ୍ତି ନେଟ ବୋଲର, ଜାଣନ୍ତୁ କିଏ ସେହି ଖେଳାଳି

Mohit shrama


କ୍ରିକେଟ୍ ଖବର : ମଣିଷ ଜୀବନରେ ଉତ୍ଥାନ ପତନ ଲାଗିରହିଥାଏ। କେହି କେତେବେଳେ ରାଜାରୁ ପ୍ରଜା ହୋଇଯାଏ ତ ଆଉ କେହି କେହି ପ୍ରଜାରୁ ରାଜା ମଧ୍ୟ ହୋଇଯାଆନ୍ତି। ଆଉ ଖେଳଜଗତରେ ଯେଉଁ ବ୍ୟକ୍ତିବିଶେଷ ଜଡିତ ରହିଥାନ୍ତି ସେ ଏହି କଥାକୁ ନିଜର ଅଙ୍ଗେ ନିଭାଇଥିବେ। ଆଉ ଏହାର ପ୍ରମାଣ ସ୍ୱରୂପ ଅନେକ ଉଦାହରଣ ରହିଛି। ଯେମିତିକି ବର୍ତ୍ତମାନ ରନ ମେସିନ୍ ବିରାଟ କୋହଲିଙ୍କ କଥା। ସେ ନିଜର ୭୧ ତମ ଅନ୍ତର୍ଜାତୀୟ ଶତକ ହାସଲ କରିବା ପାଇଁ ଦୀର୍ଘ ୪ ରୁ ୫ ବର୍ଷ ଲଗାଇସାରିଲେଣି। ଦିନେ ବିସ୍ଫୋରକ ଅନ୍ଦାଜରେ ଖେଳୁଥିବା କିଙ୍ଗ୍ କୋହଲି ଆଜି ଧିମା ପଡିଯାଇଛନ୍ତି।

Virat Kohli's average in Test cricket dropped below fifty for the first time in five years

ଠିକ ସେହିଭଳି ଆଉ ଜଣେ ବୋଲର୍ ବି ବର୍ତ୍ତମାନ ନିଜର ଭଲ ଫର୍ମକୁ ଫେରିବା ପାଇଁ ସଙ୍ଘର୍ଷ କରୁଛନ୍ତି। ନେଟ୍ସରେ ସେ ଦିନ ରାତି ଏକ କରି ବୋଲିଂ ଅଭ୍ୟାସ କରୁଛନ୍ତି। ଦିନ ଥିଲା ତାଙ୍କର ବୋଲିଂ ଆଗରେ ଅନେକ ବଡ଼ ବଡ଼ ହସ୍ତୀ ( ବ୍ୟାଟ୍ସମ୍ୟାନ୍) ଗୋଟିଏ ରୁ ଦୁଇଟି ବଲ୍ ଖେଳି ଆଉଟ୍ ହେଉଥିଲେ। ଆଉ ଆଜି ସେ ନିଜର ପୂର୍ବଅବସ୍ଥାକୁ ଫେରିବା ପାଇଁ ନେଟ୍ସରେ ସଙ୍ଘର୍ଷ କରୁଛନ୍ତି। ୨୦୧୪ ଆଇପିଏଲରେ ସେ ପର୍ପଲ କ୍ୟାପ୍ ଜିତିଥିଲେ। ଆଉ ଆଜି ନିଜର ବୋଲିଂ ଟ୍ରିକକୁ ଫେରାଇ ଆଣିବା ପାଇଁ ନେଟ୍ସରେ କରୁଛନ୍ତି ସଙ୍ଘର୍ଷ । କିନ୍ତୁ ପାରୁନାହାନ୍ତି। 

ତେବେ ଆମେ କହୁଚୁ ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର ମୋହିତ ଶର୍ମାଙ୍କ ବିଷୟରେ। ସେ ବର୍ତ୍ତମାନ ନିଜର ପୂର୍ବ ବୋଲିଂ ଫର୍ମ ଫେରାଇ ଆଣିବା ପାଇଁ ନେଟ୍ସରେ ପ୍ରାକ୍ଟିସ ଜୋରଦାର କରୁଛନ୍ତି।

Mohit shrama

ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମୋହିତ ଶର୍ମାଙ୍କ କ୍ରିକେଟ୍ କ୍ୟାରିୟରରେ ପରିବର୍ତ୍ତନ ଆସିଛି। 2014 ଟି -20 ବିଶ୍ୱକପ ଏବଂ 2015 ଆଇସିସି କ୍ରିକେଟ୍ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଖେଳିଥିବା ମୋହିତ ଶର୍ମା ବର୍ତ୍ତମାନ ଜଣେ ନେଟ୍ ବୋଲର ହୋଇଛନ୍ତି। ଦିନେ ଚେନ୍ନାଇ ସୁପର କିଙ୍ଗ୍ସର ଦ୍ରୁତ ବୋଲର୍ ତାଲିକାରେ ମୋହିତଙ୍କ ନାମ ଥିଲା। କିନ୍ତୁ ରାହୁଲ ଚହର CSK ଦଳକୁ ଆସିବା ପରେ ହରିୟାଣାର ଏହି ଦ୍ରୁତ ବୋଲର କେଉଁଆଡେ ହଜିଗଲେ। 

ମୋହିତ ଶର୍ମା ଦିନେ ଏମଏସ ଧୋନିଙ୍କ ପ୍ରିୟ ବୋଲର ଥିଲେ। କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ଛାଡିବା ପରେ ମୋହିତ ଶର୍ମାଙ୍କ କ୍ୟାରିୟର ଡାଉନ ହେବାରେ ଲାଗିଛି।ସିଏସକେ ପରେ ମୋହିତ ଶର୍ମା ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିଥିଲେ, କିନ୍ତୁ ସେ ପୂର୍ବପରି ପ୍ରଦର୍ଶନ କରିପାରିନଥିଲେ। 

Mohit shrama

ମୋହିତ ଶର୍ମା ମଧ୍ୟ CSK ପାଇଁ ଖେଳୁଥିବାବେଳେ ଆଇପିଏଲ ସିଜନ ୨୦୧୪ ରେ ସର୍ବାଧିକ ଉଇକେଟ ନେଇ ପର୍ପଲ କ୍ୟାପ ଜିତିଥିଲେ। 

ଆଇପିଏଲ ନିଲାମ ୨୦୨୨ ରେ ମୋହିତ ଶର୍ମା ଅନସୋଲଡ଼ ରହିଛନ୍ତି। ତେବେ ନୂଆ ଆଇପିଏଲ୍ ଦଳ ଗୁଜୁରାଟ ଟାଇଟାନ୍ସର ଖେଳାଳିଙ୍କ ସହ ମୋହିତ ଶର୍ମା ଇନଷ୍ଟାଗ୍ରାମରେ ଏକ ଫୋଟ ପୋଷ୍ଟ କରିଛନ୍ତି।  ଏହା ହୋଲି ଉତ୍ସବର ବୋଲି ଜଣାପଡିଛି। ଏହି ଫଟୋ ଦେଖିବା ପରେ ଏହା ନିଶ୍ଚିତ ହୋଇଛି ଯେ ମୋହିତ ଶର୍ମା ମଧ୍ୟ ଗୁଜୁରାଟ ଦଳ ସହ ଜଡିତ କିନ୍ତୁ ଜଣେ ନେଟ୍ ବୋଲର ଭାବରେ ସେ ଦଳରେ ସ୍ଥାନ ପାଇଛନ୍ତି। ଯାହାକି ଅନୁମାନ କରାଯାଉଛି। ତେବେ ମୋହିତ ଶର୍ମାଙ୍କ ଆଇପିଏଲ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ , 86 ଟି ମ୍ୟାଚରେ 92 ଟି ୱିକେଟ୍ ନେଇଛନ୍ତି।